ଗୁରୁଭକ୍ତି ଓ ଗୀତା (ଦ୍ୱିତୀୟ ଭାଗ)

 

 

 

 

 

 

 

 

 

 

ଗୁରୁଭକ୍ତି ଓ ଗୀତା

(ଦ୍ୱିତୀୟ ଖଣ୍ଡ)

ଅଚ୍ୟୁତାନନ୍ଦ ଦାସ

 

ମୁଖବନ୍ଧ

 

ଗୁରୁଭକ୍ତି-ଗୀତା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ କୃତିମାନଙ୍କ ମଧ୍ୟରୁ ଏକତମ ଏହା ଏକ ବୃହତ୍‍ ଗ୍ରନ୍ଥ ଏବଂ ତିନୋଟି ଭାଗ ବା ଖଣ୍ଡରେ ବିଭକ୍ତ ଆଲୋଚିତ ଗ୍ରନ୍ଥଟି ଦ୍ୱିତୀୟ ଖଣ୍ଡ ଅଟେ ଏହା ଅଠର ଗୋଟି ପଟଳ ବା ଅଧ୍ୟାୟରେ ବିଭକ୍ତ ଏଥିରେ ଶିଷ୍ୟମାନେ ଗୁରୁଭାବରେ ନାନା ଜ୍ଞାତବ୍ୟ ଏବଂ ଅତୀତ ଭବିଷ୍ୟତର ବିଷୟ ପଚାରି ଅଛନ୍ତି ଏବଂ ଗୁରୁ ଶିଷ୍ୟମାନଙ୍କ ମନ ଜାଣି ସେହି ପ୍ରଶ୍ନ ମାନଙ୍କର ସଦୁତ୍ତର ପ୍ରଦାନ କରିଅଛନ୍ତି ସେ ପ୍ରଶ୍ନୋତ୍ତରର ଅବତାରଣା କରିବା ପୂର୍ବରୁ ଗ୍ରନ୍ଥରୁ ପ୍ରାପ୍ତ ଶିଷ୍ୟମାନଙ୍କର ନାମ ଧାମ ଓ କୁଳଶୀଳାଦିର ପରିଚୟ ପ୍ରକାଶ କରିବା ଉଚିତ

 

ରାମଚନ୍ଦ୍ର, ଉତ୍‍ଥାନ, ପବନ, ମୁକୁନ୍ଦ, ଅନନ୍ତ, ବତ୍ସ, ଯାଦବ, ଆନନ୍ଦ, ବାଳକ, ମଧୁ, ମଥୁରୀ, ଭ୍ରଥ, ବିଷ୍ଣୁ, ସୁଦାମ, ଗୋବିନ୍ଦ, ବକ୍ରଦାସ, ଯଦୁ, ବୃନ୍ଦାବନ, ବେତ, ମୁରାରି, ଗୋପାଳ ମାଧବ, ଯୁଧେଷ୍ଠି ଦାସ, ନରସିଂହ, ଗୋକୁଳଚନ୍ଦ, ବଇଁଶୀ ଦାସ, ହରିହର, କରିଆ ହରିଦାସ, ସାହାଣୀ ଗୋପାଳ ଓ ପ୍ରେମା ଗୋପାଳ ପ୍ରଭୃତି ଶିଷ୍ୟମାନଙ୍କର ନାମ ଏକାଧିକ ବାର ଗ୍ରନ୍ଥର ବିଭିନ୍ନ ପଟଳ ବା ଅଧ୍ୟାୟରେ ପ୍ରସଙ୍ଗକ୍ରମେ କଥିତ ହୋଇଅଛି ଏହି ଶିଷ୍ୟମାନେ ଗ୍ରନ୍ଥର ବିଭିନ୍ନ ସ୍ଥାନରେ ସେମାନଙ୍କ ଗୁରୁଦେବ ମହାପୁରଷ ଅଚ୍ୟୁତାନନ୍ଦଙ୍କୁ ନାନାପ୍ରକାର ପ୍ରଶ୍ନ କରିଅଛନ୍ତି ଏବଂ ମହାପୁରୁଷ ଯଥୋଚିତ ଉତ୍ତର ଦେଲାବେଳେ ସେମାନଙ୍କୁ ଯେଉଁ ଧରଣର ସଂବୋଧନ କରିଅଛନ୍ତି, ସେଥିରୁ କେତେ ଶିଷ୍ୟଙ୍କର ଜାତିକୁଳ ସହଜରେ ନୀର୍ଣ୍ଣୀତ ହୋଇଯାଏ ଅଧିକାଂଶ ସ୍ଥଳରେ ସକଳ ଶିଷ୍ୟଙ୍କୁ ‘ବରଜ ଗୋପାଳ’, ଗୋପାଳକୁଳ’ ପ୍ରଭୃତି ଶବ୍ଦରେ ବିଶ୍ଲେଷିତ ଦେଖି ଯେଉଁମାନେ ତାଙ୍କର ଶିଷ୍ୟ-ସଂପ୍ରଦାୟଙ୍କୁ ଏବଂ ଶେଷରେ ସ୍ୱୟଂ ମହାପୁରୁଷଙ୍କୁ ମଧ୍ୟ ଗଉଡ଼ ଜାତିର ଅନ୍ତର୍ଭୁକ୍ତ କରିପକାନ୍ତି, ସେମାନଙ୍କର ବିଷୟ ପଦ୍ଧତି ଅଭ୍ରାନ୍ତ ନୁହେଁ ଗୁରୁଭକ୍ତି ଗୀତାର ଦ୍ୱିତୀୟ ଖଣ୍ଡର ସମ୍ୟକ୍‍ ଆଲୋଚନା କଲେ ଜଣାଯାଏ ଯେ, ଅଚ୍ୟୁତାନନ୍ଦ ବିଭିନ୍ନ ଜାତିର ଲୋକଙ୍କୁ ଶିଷ୍ୟରୂପେ ଗ୍ରହଣ କରିଥିଲେ ସେହି ବିଭିନ୍ନ ଜାତିର ଶିଷ୍ୟମାନଙ୍କ ମଧ୍ୟରେ ଜଣେ ରାମଦାସ କୁମ୍ଭାର, ଆଉଜଣେ ରାମ କମାର, ଜଣେ ନନ୍ଦ କମାର ଓ ଜଣେ ନାରଣ କମାର ଜାତିର ଲୋକ ଥିଲେ ଏହି ଶିଷ୍ୟମଣ୍ଡଳୀ ମଧ୍ୟରେ ବାରଗୋଟି ଶିଷ୍ୟ ପ୍ରଧାନ ଥିଲେ ସେମାନଙ୍କ ସହାୟତାରେ ଉତ୍କଳରେ ରାସଲୀଳା ରଚନା ଏବଂ ମୂଢ଼ ଗୋପାଳମାନଙ୍କୁ ସତ୍‍ପଥକୁ ଆନୟନ ଓ ମୁକ୍ତି ପଥ ପ୍ରଦର୍ଶନ କରିବା ପାଇଁ ମହାପୁରୁଷ ମାନବ ବିଗ୍ରହ ଧାରଣ କରିଥିଲେ–ଏହା ତାହାଙ୍କର ଶ୍ରୀମୁଖ ଉକ୍ତି ସେହି ବାର ପ୍ରଧାନ ଶିଷ୍ୟଙ୍କର ନାମ, ଯଥା–ମୁକୁନ୍ଦ, ଅନନ୍ତ ବତ୍ସ, ପବନ, ସୁଦାମ, ଯାଦବ, ବାଳକ, ମଧୁ, ମଥୁରୀ, ଉତ୍‍ଥାନ, ଗୋବିନ୍ଦ ଓ ବୃନ୍ଦାବନ ଗୋପାଳ ଜାତିକୁ ସଦୁପଦେଶ ଦେଇ ସତ୍‍ପଥକୁ ଆଣିବାପାଇଁ ମହାପୁରୁଷ ଏକାଧିକବାର ଶିଷ୍ୟମାନଙ୍କୁ ଉପଦେଶ ଦେଇ ଅଛନ୍ତି ଯଥା–

 

‘ବିଷ୍ଣୁଦାସ ଗଣେ ତୁମ୍ଭେ ହେତୁ ମନେ ଧର

ପାଷାଣ୍ଡ ଗୋପାଳ କୁଳେ ତୁମ୍ଭ ଅଧିକାର’

–୧୪ ପଟଳ

‘ବିଷ୍ଣୁ ଅଂଶ ନାହାନ୍ତି ତ ବଇରାଗ ଜନେ

ଏଥୁ ପାଞ୍ଚ ଅଂଶ ଛନ୍ତି ଆମ୍ଭ ଅଂଶ ମାନେ

କିସ ଭିକ୍ଷାକୁ ସେ ଯେଣୁ କରିଥିବ ମନ

ମୂଢ଼ ଯେ ଗଉଡ଼ ଘରେ ବୁଲୁଥିବ ପୁଣ

ନେତ ଗୋପାଳର ଘରେ ବୁଲୁଥିବ ନିତି’

–୧୪ ପଟଳ

 

ପ୍ରୋକ୍ତ ଶିଷ୍ୟମଣ୍ଡଳୀ ମଧ୍ୟରୁ ‘ପଞ୍ଚଶାଖା’ ମହାପୁରୁଷଙ୍କର ନିଜ ଅଂଶ ବୋଲି କଥିତ ହୋଇଅଛନ୍ତି ସେମାନଙ୍କର ନାମଧାମ ଓ କାର୍ଯ୍ୟକେନ୍ଦ୍ର ଗ୍ରନ୍ଥରେ ବିଶଦ ଭାବରେ ବର୍ଣ୍ଣିତ ହୋଇଅଛି ଯଥା–ରାମଚନ୍ଦ୍ର ଦାସ ପ୍ରଥମ ଶାଖା, ଏବଂ ଚିତ୍ରୋତ୍ପଳା ନିକଟବର୍ତ୍ତୀ ନେମ୍ୱାଳ, ଲବଣା ତଟସ୍ଥିତ ବାରଗ୍ରାମ ଏବଂ କାନ୍ୟେଶିରି ବନ ତାଙ୍କର ପୀଠ ଓ କାର୍ଯ୍ୟର କେନ୍ଦ୍ର ଭ୍ରଥବୀର ଦ୍ୱିତୀୟ ଶାଖା ଏବଂ ଖଦିର ବନ ତାଙ୍କର ପୀଠ ଓ କାର୍ଯ୍ୟକେନ୍ଦ୍ର ବକ୍ର ଦାସ ତୃତୀୟ ଶାଖା ଏବଂ ଚନ୍ଦ୍ରଭାଗା ଓ ସଙ୍ଗରସ ଗ୍ରାମ ତାଙ୍କର ପୀଠ ଧର୍ମ ଚତୁର୍ଥ ଶାଖା ଏବଂ କୁଶଭଦ୍ରା ନଦୀକୂଳ, ଏକାମ୍ର କାନନ, ବିନ୍ଦୁ ସାଗର ଓ ସାଇଲୋ ଆଦି ତାଙ୍କର ପୀଠ ବିଷ୍ଣୁ ଦାସ ପଞ୍ଚମ ଶାଖା ଏବଂ ବନଖଣ୍ଡି, ହେମବନ ଓ ସୁନପୁର ତାଙ୍କର ସ୍ଥାନ

 

‘‘ଏହି ପଞ୍ଚଶାଖା ମୋର ଅଟେ ନିଜ ଅଂଶ

ତାରିବ ଗୋପାଳ କୁଳ ଓଡ଼ିଶା ଯେ ଦେଶ’’

 

ଏହା ମହାପୁରୁଷଙ୍କ ସ୍ୱମୁଖ ଉକ୍ତି ଏବଂ ଏଥିରେ ଅବିଶ୍ୱାସ କରିବାର ସେପରି କୌଣସି କାରଣ ନାହିଁ

 

ଅଚ୍ୟୁତଙ୍କର ଶିଷ୍ୟସଂଖ୍ୟା ଷୋଳସହସ୍ର–ଏହା ତାଙ୍କର ନିମ୍ନଲିଖିତ ଉକ୍ତିରୁ ଜଣାପଡ଼େ ଯଥା–

 

‘‘ରସିବ ଯେ ବାରସସ୍ରେ ବାରଟିମ ସାର

ଚାରିସସ ଯୋଗାରୂଢ଼ ପଞ୍ଚସଖାଙ୍କର

 

ଏଣୁକରି ଅଚ୍ୟୁତର ଷୋଳସସ୍ର ଶାଖା

ଯୁଗେ ଯୁଗେ ଅବତାର ଭଗତରେ ଲେଖା’’

 

ଗ୍ରନ୍ଥର ଅନ୍ୟତ୍ର ମହାପୁରୁଷ ରାମଦାସ ଏବଂ ତାର ପ୍ରଧାନ ଶିଷ୍ୟଙ୍କୁ ନିମ୍ନଲିଖିତ ପ୍ରକାରେ କହିଅଛନ୍ତି ଯଥା–

 

‘‘ଷୋଳ ସସେ ସାର ବାରଟିଆ ରାମ ଦାସ

ବାରଦାସେ ସାର ସପ୍ତ ଶାଖା ଅଟେ ଅଂଶ

ସପ୍ତଶାଖା ବଂଶ ସାର ପଞ୍ଚଶାଖା ପୁଣ

ପଞ୍ଚଶାଖା ସାର ପୁଣ ଅଚ୍ୟୁତର ଗଣ’’

 

ଅର୍ଥାତ ଷୋଳସହସ୍ର ଶିଷ୍ୟଙ୍କ ମଧ୍ୟରୁ ରାମଦାସଙ୍କ ନେତୃତ୍ୱରେ ବାରଜଣ ଶିଷ୍ୟ ପ୍ରଧାନ ସେମାନଙ୍କ ମଧ୍ୟରେ ସପ୍ତଶାଖା ସାର ସେହି ସପ୍ତଶାଖାଙ୍କ ମଧ୍ୟରେ ପଞ୍ଚଶାଖା ସାର ଏବଂ ସେମାନଙ୍କ ବିଷୟ ପୂର୍ବରୁ କଥିତ ହୋଇଅଛି ସେହି ପଞ୍ଚଶାଖାଙ୍କ ମଧ୍ୟରେ ଅଚ୍ୟୁତ ସ୍ୱୟଂ ସାର ଅଟନ୍ତି ଦ୍ୱାପର ଯୁଗରେ ତାଙ୍କର ନାମ ସୁଦାମା ଗୋପାଳ, ତ୍ରେତୟାରେ ନଳ, ସତ୍ୟ ଯୁଗରେ କୃପାଜଳ, ଅନନ୍ତ ଯୁଗରେ ଶୁଭନନ୍ଦ ଗୋପାଳ ଥିଲା ଯୁଗେ ଯୁଗେ ତାଙ୍କ ସଙ୍ଗେ ରାମଙ୍କ ନେତୃତ୍ୱରେ ବାରଦାସ ରାସଲୀଳା କରିବାକୁ ଜାତ ହୋଇଥାନ୍ତି ଅନନ୍ତ ଯୁଗରେ ରାମଙ୍କ ସହିତ ସେମାନେ ତାଳି ବଜାଉଥିଲେ, ସତ୍ୟ ଯୁଗରେ ନୈମିଷାରଣ୍ୟରେ ଗୁପ୍ତବେଶ ଧରି ମୁନିମାନଙ୍କ ସହିତ ନାମକୀର୍ତ୍ତନ କରୁଥିଲେ ତ୍ରେତୟା ଯୁଗରେ ରାମଙ୍କ ଗହଣରେ ହନୁ ଏ ନଳନୀଳଙ୍କ ସଙ୍ଗେ ତାଣ୍ଡବ ନୃତ୍ୟ କରୁଥିଲେ ଦ୍ୱାପର ଯୁଗରେ ରାସଲୀଳା ସେମାନଙ୍କର କାର୍ଯ୍ୟ ହୋଇଥଲା କଳି ଯୁଗରେ ଯେତେବେଳେ ଶ୍ରୀକୃଷ୍ଣଚୈତନ୍ୟ ଅବତୀର୍ଣ୍ଣ ହେଲେ, ସେତେବେଳେ ସେ ସେମାନଙ୍କୁ ଖୋଳ କରତାଳ ହେଲେ ଏହି ଠାରେ ମହାପୁରୁଷ କହିଅଛନ୍ତି–

 

‘‘ସେ ତୁମ୍ଭଙ୍କୁ ଦେଲେ ଖୋଳ କରତାଳ ଯେଣୁ

ଓଡ଼ିଶାରେ ରାହାସ ରଞ୍ଚିଲ ତୁମ୍ଭେ ତେଣୁ

ପ୍ରତାପର ଆଶ୍ରେ ଗଲେ ପିତାଙ୍କର ବଳେ

ରାହାସ ରଞ୍ଚିଲୁ ଆମ୍ଭେ ଓଡ଼ିଶା ଦେଶରେ’’

 

ଯେଉଁ ବିରୁଦ୍ଧବାଦୀମାନେ ଅଚ୍ୟୁତାନନ୍ଦଙ୍କୁ ଜାତିରେ ଗଉଡ଼ ବୋଲି ମତ ପୋଷଣ କରନ୍ତି, ସେମାନଙ୍କର ମନେ ରଖିବା ଉଚିତ ଯେ–ମହାପୁରୁଷ ତାଙ୍କ ଗ୍ରନ୍ଥମାନଙ୍କ ଭିତରେ କେଉଁଠାରେ ଆପଣଙ୍କୁ ଗଉଡ଼ ବୋଲି କହିନାହାନ୍ତି ସେ ଆତ୍ମ ପରିଚୟ ଦେବାକୁ ଯାଇ ବରଜନନ୍ଦନ, ବ୍ରଜକୁଳ ପ୍ରଭୃତି ଯେଉଁ କେତେକ ଶବ୍ଦ ପୁନଃ ପୁନଃ ପ୍ରୟୋଗ କରି ଅଛନ୍ତି, ସେଥିରୁ ଜଣାଯାଏ ଯେ ସେ ବ୍ରଜଅଂଶରେ ଜନ୍ମଗ୍ରହଣ କରିଥିଲେ ମହାପୁରୁଷଙ୍କର ନିମ୍ନ ଲିଖିତ ସ୍ୱମୁଖ ଉକ୍ତିଟିର ବିଶ୍ଲେଷଣ କରି ଦେଖିଲେ ଆମ୍ଭମାନଙ୍କର ଉକ୍ତ ଉକ୍ତିଟି ଯେ ନିରାଟ ସତ୍ୟ, ଏହା ସମସ୍ତେ ହୃଦୟଙ୍ଗମ କରି ପାରିବେ ।

 

‘‘ଜନ୍ମେ ଜନ୍ମେ ମୁହିଁ ପୁଣ ଭୃତ୍ୟ ପଣେ ଥିଲି

ପୂର୍ବ ଜନ୍ମେ ଗୋପାଳ କୁଳରେ ଜନମିଲି

ଲୀଳାକୁ ଲୀଳା ଯେ କରି ତ୍ରିଲୋଚନେ ଜାତ

କେଶବ ନାମ ବହିବି ବିରଜା ଦେଶେ ତ

ମୋହର ଅଂଶରୁ ଅଂଶ ଅଣକ୍ଷରୁ ଜାତ

ନାମ ନାହିଁ ଅନାମରେ ନାମ ମୋ ଅଚ୍ୟୁତ

–୧୭ଶ ପଟଳ

 

ଗୁରୁଭକ୍ତି ଗୀତର ଏହି ଦ୍ୱିତୀୟ ଖଣ୍ଡରେ ପ୍ରଶ୍ନୋତ୍ତର ଛଳରେ ଯେଉଁ ବିଷୟମାନ ବର୍ଣ୍ଣିତ ହୋଇଅଛି, ସେ ପ୍ରସଙ୍ଗରେ ସୁବିସ୍ତୃତ ଆଲୋଚନା କରିବାକୁ ବର୍ତ୍ତମାନ ଏ କ୍ଷେତ୍ର ପ୍ରଶସ୍ତ ନୁହେଁ ପୂର୍ବରୁ କଥିତ ହୋଇଅଛି ଯେ, ଗ୍ରନ୍ଥଟି ୧୮ ଗୋଟି ପଟଳ ବା ଅଧ୍ୟାୟରେ ଶୃଙ୍ଖଳିତ ସେଥି ମଧ୍ୟରୁ ପ୍ରଥମ ପଟଳରେ କର୍ମବିଧ କଥନ, ଦ୍ୱିତୀୟ ପଟଳରେ ସ୍ନାନବିଧି କଥନ, ତୃତୀୟ ପଟଳରେ ପୂଜାବିଧି କଥନ, ଚତୁର୍ଥ ପଟଳରେ ତିଳକବିଧି ନିର୍ଣ୍ଣୟ, ପଞ୍ଚମ ପଟଳରେ ମାଳା ନିର୍ଣ୍ଣୟ ଓ ଭଜନ ବିଧି, ଷଷ୍ଠ ପଟଳରେ ମାଳା ସଂଖ୍ୟା ନିରୁପଣ, ସପ୍ତମ ପଟଳରେ ସ୍ନାନ ଯୋଗ କଥନ, ଅଷ୍ଟମ ପଟଳରେ ଛାୟାରୂପ କଥନ, ନବମ ପଟଳରେ ଜ୍ୟୋତିବିଧି କଥନ, ଦଶମ ପଟଳରେ କଳିବିଧି ବ୍ୟବହାର କଥନ, ଏକାଦଶ ପଟଳରେ ନିର୍ଗୁଣ ସଂବାଦ ଯୋଗ କଥନ, ଦ୍ୱାଦଶ ପଟଳରେ ଅନାଦି ମନ୍ତ୍ର ତତ୍ତ୍ୱେଭେଦ ନିର୍ଣ୍ଣୟ, ତ୍ରୟୋଦଶ ପଟଳରେ ତନ୍ତ୍ରଭେଦ ଓ ବଂଶାନୁଚରିତ କଥନ ଚତୁର୍ଦ୍ଦଶ ପଟଳରେ ମନ୍ତ୍ରାଦି ମହୋତ୍ସବ ବିଧି କଥନ, ପଞ୍ଚଦଶ ପଟଳରେ ମନ୍ତ୍ରଭେଦ କଥନ, ଷୋଡ଼ଶ ପଟଳରେ ଗୁରୁଶିଷ୍ୟ ବୋଧନ, ସପ୍ତଦଶ ପଟଳରେ ଯୁଗବଂଶାନୁ ଚରିତ ଓ ଲୀଳା ବର୍ଣ୍ଣନ ଏବଂ ଅଷ୍ଟାଦଶ ପଟଳରେ ପୂଜାବିଧି ନିର୍ଣ୍ଣୟ ବର୍ଣ୍ଣିତ ହୋଇଅଛି ଗ୍ରନ୍ଥୋକ୍ତ ତତ୍ତ୍ୱର ବିଚାର ଏବଂ ସ୍ଥାନମାନଙ୍କର ଆଧୁନିକ ନାମ ଓ ଅବସ୍ଥିତି ବିଷୟ ସମୁଦାୟ ଗ୍ରନ୍ଥର ପ୍ରକାଶ ପରେ ସୁବିସ୍ତୃତ ଭାବେ ଲିଖିତ ହେବ । ଇତି ।

ଡଃ ଆର୍ତ୍ତବଲ୍ଲଭ ମହାନ୍ତି, ଏମ.ଏ

Image

 

ପ୍ରଥମ ପଟଳ

ଶ୍ରୀ ଗଣେଶାୟ ନମଃ ଅବିଘ୍ନମସ୍ତୁ

 

କହୁଅଛି ଅଚ୍ୟୁତ ତୁ ଶୁଣ ଗୋପସୁତ

ରାମଚନ୍ଦ୍ର ଦାସ ତୁଲେ ବାର ଗୋପାଳ ତ

।।

ବରଣ କରିଣ ଆଣ କୁଣ୍ଡବଳଦାକୁ

ସାଇବିରି ବୋଲି ଦେଶ ଏହି ଯେ ଗ୍ରାମକୁ

।।

ଆଜ୍ଞା ପାଇଁ ରାମଚନ୍ଦ୍ର ଯଦୁଦାସ ରାଇ

ଆଜ୍ଞା ପରମାଣେ ଯାଅ ସାରଦା ଦେଶଇ

।।

ରାହାସ ଗୋପାଳ ତୁମ୍ଭେ ଆଣିମ ସେ ସ୍ଥାନ

ଶ୍ରୀକୃଷ୍ଣର ଯାତ୍ରା ତହିଁ ହେବ ପାଞ୍ଚଦିନ

।।

ଶ୍ରୀଗୁରୁ ପରମଗୁରୁ ଆଜ୍ଞା ଘେନି ଚଳି

ସାରଦା ମଣ୍ଡଳେ ବାର ଗୋପାଳ ଯେ ମିଳି

।।

କହିଲେ ଗୁରୁଙ୍କ ଆଜ୍ଞା ତୁମ୍ଭଙ୍କୁ ବରଣ

କୁଞ୍ଜଗ୍ରାମେ ଯିବା ସାଜ ତୁମ୍ଭେ ରାସଗଣ

।।

ଉତ୍‍ଥାନ ପବନ ଯେ ମୁକୁନ୍ଦ ଅନନ୍ତ ହିଁ

ବତ୍ସ ଯେ ଯାଦବ ଆନନ୍ଦ ବାଳକ ତହିଁ

।।

ମଧୁ ଯେ ମଥୁରୀ ଏତେ ଜନଙ୍କୁ କହିଲେ

ପୀତାମ୍ୱରପୁରେ ଯାଇଁ ପ୍ରବେଶ ହୋଇଲେ

।।

ଭ୍ରଥଦେବ ବିଷ୍ଣୁଦେବ ସୁଦାମ ଗୋବିନ୍ଦ

ଆଜ୍ଞା ଦେଇଛନ୍ତି ମୋତେ ଶ୍ରୀ ଅଚ୍ୟୁତାନନ୍ଦ

।।

ତହୁଁ ଚଳି ବକ୍ରଦାସ ଧର୍ମଦାସ କହି

ଦଶମୀ ବୈଶାଖମାସେ ମିଳିବେ ଯେ ଯାଇଁ

।।

ଯଦୁଦାସ ଭାଷା ଘେନି ଦଶମୀ ଦିନରେ

ପ୍ରବେଶ ହୋଇଲେ ଯାଇଁ ଆନନ୍ଦ ମନରେ

।।

ପାଞ୍ଚଦିନ ରଙ୍ଗ ରସ ଆନନ୍ଦ ରହସ

ରାସ ସାରି ପ୍ରବେଶ ଭଜନ କୁଦ ଦେଶ

।।

ନୀଳଗିରି କୁଦେ ଦିନେ କଲେକ ରହଣି

ଆନନ୍ଦ ରହସେ ତହିଁ ପୁହାଇ ରଜନୀ

।।

ପ୍ରାତକାଳେ ସର୍ବେ ସ୍ନାନ କଲେକ ଯତନେ

ସୂର୍ଯ୍ୟଙ୍କୁ ଜଳ ଦେଇଣ ସ୍ତୁତିବାକ୍ୟ ମାନେ

।।

କେହୁ ବୋଲଇ ସୂର୍ଯ୍ୟ ତ ବ୍ରହ୍ମାଣ୍ଡଧାରଣ

ପୃଥିବୀ ରକ୍ଷଣହିଁ ତ ତୁମ୍ଭ ଜ୍ୟୋତି ପୁଣ

।।

ଋଷି ବିପ୍ର ବଇଷ୍ଣବ ତୁମ୍ଭଙ୍କୁ ଚାହିଁଣ

ଜଳେ ସ୍ନାନ ଶଉଚରେ ହୁଅନ୍ତି କାରଣ

।।

ସ୍ନାନ ସାର କୂଳେ ବସି କମଳଆସନେ

ପୂର୍ବମୁଖେ ବସି କଲେ ଭଜନ ଯତନେ

।।

କୃଷ୍ଣରୂପ ଲଏ କରି ବସିଲେ ଆସନେ

ସୁମରିଣ ମନ୍ତ୍ର ଧ୍ୟାନ ହୃଦରେ ଯତନେ

।।

ଚବିଶ ଗୋପାଳ ଦଣ୍ଡବତ ଅଷ୍ଟାଙ୍ଗରେ

ପଞ୍ଚାଙ୍ଗକୃତ ଅଞ୍ଜଳି ପ୍ରଣିପତ୍ୟ କରେ

।।

ରାହାସ ଗୋପାଳ ଯେ ଉତ୍‍ଥାନ ପଚାରିଲେ

ସ୍ନାହାନ ଭୋଜନ ଆଜ୍ଞା ହୋଇବ ସେ ମୋରେ

।।

ଶ୍ରୀମୁଖରୁ ଶୁଣିଲେ ସଂଶୟ ଆମ୍ଭ ଯିବ

ବାରଗୋଟି ଦାସ ମନୁଁ ବିସୋର ନ ଯିବ

।।

ତୁମ୍ଭ ଆଜ୍ଞା ଘେନି ଆମ୍ଭେ ସର୍ବଠାରେ ଥିବୁ

ଜନମାନେ ପଚାରିଲେ ତାଙ୍କୁ ବୁଝାଇବୁ

।।

ଶୁଣ ହୋ ଉତ୍‍ଥାନ ଦାସ ସ୍ନାହାନ ବିଧାନ

କାକ ରାବ ଦିଅନ୍ତେଣ ଉଠିବ ବହନ

।।

ପଥ ଚାଲିବାକୁ ମନ୍ତ୍ର ଗୋଟିଏ ଭଜିବ

ଜଳ ପରିସ୍ରାବ ଦୁଇ ମନ୍ତ୍ର ସୁମରିବ

।।

ଜଳେ ମୁଖ ପ୍ରକ୍ଷାଳିଣ ମୃତ୍ତିକା ହସ୍ତରେ

ତିନିବାର ସପ୍ତବାର ମୃତ୍ତିକା ବିଧିରେ

।।

ତେବେ ମନଦୋଷେ ହରେ ଶୁଣ ହୋ ଉତ୍‍ଥାନ

ଏମନ୍ତ ବିଧିରେ କରୁଥିବ ନିତିଦିନ

।।

ଉତ୍ତରଦିଗକୁ ମୁଖ କରିବ ପ୍ରଭାତେ

ଡାହାଣ ଭାଗକୁ ସୂର୍ଯ୍ୟ ରହିବ ଯେମନ୍ତେ

।।

ସୂର୍ଯ୍ୟଙ୍କୁ ମମ୍ମୁଖ କରି ବିରୋଳେଣ ବସି

ବଇଷ୍ଣବ ବିପ୍ରଜନ ଅଂଶ ଯେତେ ଋଷି

।।

ଅଣ ଯେ ଉଦୟ ଯେବେ ସୂର୍ଯ୍ୟ ହୋଇଥିବ

ପୂର୍ବଦିଗେ ମୁଖକରି ଦନ୍ତ ଯେ ଘଷିବ

।।

ଉଦୟ ହୋଇଲେ ମୁଖ ଉତ୍ତରକୁ କରି

ଦକ୍ଷିଣେ ପଶ୍ଚିମେ ମୁଖ କେବେ ହେଁ ନ କରି

।।

ଆମ୍ରପତ୍ର ନ ତୋଳିବ ପଡ଼ିଲେ ଘଷିବ

ଅପମାର୍ଗ, କୁମ୍ଭାରୁଆ, ବରଓଳି, ଲିମ୍ୱ

।।

କରଞ୍ଜ ଯେ ଉଦୁମ୍ୱର ଏ ଶୁଦ୍ଧ ଅଟଇ

ଯେ ଯାହାକୁ ରୁଚିବ ଯେ ରଖିଥିବ ନେଇ

।।

ଜଳେ ପଶି ସ୍ନାହାନ କରିବ ସୂର୍ଯ୍ୟ ଚାହିଁ

ଅନନ୍ତ ମୂରତି ରୂପ ଜଳେ ପ୍ରକାଶଇ

।।

ନାରାୟଣ ମୂରତି ସେ ଜଳେ ସୁମରନ୍ତି

ପୂର୍ବେ ଉଦେ ହୋଇଣ ଯେ ପଶ୍ଚିମକୁ ଯାନ୍ତି

।।

ଏଣୁ କରି ଜଳେ ପଶି କରିବ ସ୍ନାହାନ

ସେ ରୂପକୁ ଚାହିଁ ତାଙ୍କୁ କରିବ ସ୍ମରଣ

।।

ମାନସିକ ଭାବେ ତାକୁ ସ୍ନାହାନ କରାଇ

ତାଙ୍କ ଗୁଣମାନ ସୁମରିବ ଜଳେ ଥାଇ

।।

ତାଙ୍କ ରୂପ ଧ୍ୟାଇ ଯେଉଁମାନଙ୍କ ଭଜନ

ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ତାଙ୍କ ପାଦେ ଲୀନ

।।

ଏଣୁକରି ଉଦେ ସନ୍ଧ୍ୟା ବୈଷ୍ଣବର ଦୃଢ଼

ନ ପାରନ୍ତି ଗୃହୀଜନେ ବିଷୟ ଝଗଡ଼

।।

ଶୁଣ ହୋ ଉତ୍‍ଥାନ ଦାସ ଗୁରୁଭକ୍ତି ରସ

ଗୁରୁଭକ୍ତିଗୀତା ଏ ଦ୍ୱିତୀୟ ଖଣ୍ଡ ପରକାଶ

।।

ପ୍ରଥମ ଛାନ୍ଦ ଏ କର୍ମବିଧି ଦେଲୁ କହି

ବୁଝି ହେତୁ କର ବାବୁ ଅଚ୍ୟୁତ କହଇ

।।

 

ଇତି ଶ୍ରୀ ଗୁରୁଭକ୍ତିଗୀତା ଦ୍ୱିତୀୟଖଣ୍ଡେ ଶିଷ୍ୟବୋଧନେ

କର୍ମବିଧିକଥନେ ନାମ ପ୍ରଥମ ପଟ୍ଟଳ

Image

 

ଦ୍ୱିତୀୟ ପଟଳ

 

କରପତ୍ର ଯୋଡ଼ିଣ ଯେ ରାମଚନ୍ଦ୍ର କହି

ଜଳର ତିଳକବିଧି କହିବା ବୁଝାଇ

।।

ପ୍ରଥମରେ କିଛି ଜଳ ହସ୍ତରେ ଘେନିବ

ଅଣାକାର ବିନ୍ଦୁରେ ଯେ ସିଞ୍ଚି ପକାଇବ

।।

ଅର୍ଦ୍ଧବିନ୍ଦୁ ଉପରେ ତିଳକ ବିନ୍ଦୁ ଦେଇ

ଅର୍ଦ୍ଧବିନ୍ଦୁ କଣ୍ଠେ ଦିଅ ଷୋଳକ୍ଷର ଧ୍ୟାଇ

।।

ଠଅବିନ୍ଦୁ ଦେବ ପୁଣ ଦ୍ୱାଦଶ ବଳରେ

ଫଅବିନ୍ଦୁ ବସିବ ଯେ ଦଶ ପାଖୁଡ଼ାରେ

।।

ଲ ଅକ୍ଷର ଅର୍ଦ୍ଧବିନ୍ଦୁ ଛଡ଼ ଯେ ପାଖୁଡ଼ା

ସ ଅକ୍ଷର ଅର୍ଦ୍ଧବିନ୍ଦୁ ରଖିବ ଯେ ପୁଡ଼ା

।।

ଅର୍ଦ୍ଧମାତ୍ରା ଉପରେ ଯେ ଚତୁର୍ଦ୍ଦଳ ଯାଏ

ଛଡ଼ ବିନ୍ଦୁ ବସିଅଛି ଲିଙ୍ଗଚକ୍ର ଦେହେ

।।

ଏଣୁକରି ସେ ବିନ୍ଦୁକୁ ତିଳକେ ପୂଜିବ

ସଦଗୁରୁ ଦେଖାଇଲେ ଏ ଭେଦ ପାଇବ

।।

ଛଡ଼ ବିନ୍ଦୁ ଉପରେ ଯେ ଅଣାକାର କହି

ସେ ବିନ୍ଦୁ ଚିହ୍ନିଲେ ଯେ ନିସ୍ତାର ଗତି ପାଇ

।।

ବିନ୍ଦୁ ଭେଦ ନ ଜାଣନ୍ତି ଯେବଣ ଯେ ଦାସ

ବିଧବା ଯୁବତୀ ପ୍ରାୟେ ହୋଇଯାନ୍ତି ନାଶ

।।

ବାମରେଖା ଲଲାଟରେ ବ୍ରହ୍ମାପୁଜା ଦେଇ

ଦକ୍ଷିଣ ରେଖା ଯେ ପୁଣ ସଦାଶିବ ହୋଇ

।।

କଲି ଅଟେ ଗରୁଡ଼ର ପୂଜା ଅଟେ ସେହି

ହରିର ମନ୍ଦିର ଏ ନିର୍ବାଣ ପୁର ହୋଇ

।।

ନୟନର ଉପରେ ଯେ ଭ୍ରୁଲତା ମଧ୍ୟରେ

ତ୍ରିକୁଟ ସନ୍ଧିରେ ହରି ବିଜୟ ସେଠାରେ

।।

ଜ୍ୟୋତିରୂପ ସେଠାବରେ ଅର୍ଦ୍ଧବିନ୍ଦୁ କହି

ଏହା ଚିହ୍ନି ଘେନିଲେ ତିଳକ ଗତି ପାଇ

।।

ଗୁରୁଙ୍କ ଭଣ୍ଡାର ଏହୁ ଗୁପତ ଅଟଇ

ଦୃଢ଼ଭକ୍ତି ଶିଷ୍ୟ ହେଲେ ଗୁରୁ ଦ୍ୟନ୍ତି କହି

।।

ଶୁଣ ଆହେ ତେର ଦାସ ରାସର ମଣ୍ଡଳୀ

ପୂର୍ବଜନ୍ମେ ଭାଗ୍ୟ ଥିଲେ ଏହୁ ଗୁରୁ ମିଳି

।।

ଆଣ୍ଟ ବୋଲି ପ୍ରାଣିମାନେ ହେଉଥାନ୍ତି ଦାସ

ଆତ୍ମାର ଭିତରୁ ତିଳେ ନ ଜାଣନ୍ତି ଲେଶ

।।

ଆତ୍ମା ଭେଦ ଜାଣିଲେଟି ପ୍ରାଣୀ ଗତି ପାଇ

ଆତ୍ମା ନ ଭେଟିଲେ ଚାରିଖାନି ଭ୍ରମୁଥାଇ

।।

ବାହାର ଭିତର ତୁମ୍ଭେ ବୁଝ ମନ ଦେଇ

କହିବ ତୁମ୍ଭେ ଶିଷ୍ୟରେ ଏ ଭେଦ ବୁଝାଇ

।।

ଅଂଶା ଅଂଶ ଯେଉଁମାନେ ପୂର୍ବାଭାଗ୍ୟେ ଥିବ

ଏ ଗୁରୁ ମିଳିଲେ ତାଙ୍କ ସଂଶୟ ଫିଟିବ

।।

ଅଚ୍ୟୁତର ଶିଷ୍ୟ ରାମ ରାମଶିଷ୍ୟ ବାର

ବାର ମଧ୍ୟେ ଚାରି ଅଟେ ଭ୍ରଥର କୁମର

।।

ଏହି ବାରଜଣଗଣେ ବ୍ରହ୍ମାଣ୍ଡ ଉତ୍ସନ୍ନ

ସ୍ଥାନେ ସ୍ଥାନେ ଦେବ ପୁଣ ରାହାସ ରଞ୍ଜନ

।।

ଶ୍ରୀକୃଷ୍ଣ ଚୈତନ୍ୟଙ୍କର କରୁଣା ତୁମ୍ଭରେ

ଗୋଲୋକ ଆୟୁଧ ଲୀଳା ଧଇଲେ ହସ୍ତରେ

।।

ହରିନାମ ଆଶ୍ରେ କରି ସଂସାରରେ ଥିବ

ତିଳକଭେଦ ଜାଣିଲ ସଂସାରୁ ତରିବ

।।

ମୁକୁନ୍ଦ, ଅନନ୍ତ, ବତ୍ସ, ସୁଦାମ, ଆନନ୍ଦ

ଗୋବିନ୍ଦ, ବାଳକ, ମଧୁ, ମଥୁରୀ ଯେ ବୃନ୍ଦ

।।

ଚିତ୍ତରେ ସନ୍ତୋଷ ହୋଇ ସାଷ୍ଟାଙ୍ଗେ ପ୍ରଣାମ

ଆମ୍ଭେମାନେ ହୋଇଅଛୁଁ ଅତି ଯେ ଅଧମ

।।

ପ୍ରେମଭରେ ଅଶ୍ରୁଝରେ କଲେ ଆଲିଙ୍ଗନ

ତୁମ୍ଭ ଆମ୍ଭ ଅଙ୍ଗ ପୁଣ ନୋହେ ଭିନ୍ନାଭିନ୍ନ

।।

ଠାକୁର ଆଜ୍ଞାରେ ଆମ୍ଭେ ଆସନେ ବସିବୁ

ତୁମ୍ଭଙ୍କୁ ସଂସାର ଦେଇ ଖେଳରେ ରସିବୁ

।।

ଦ୍ୱାପରଲୀଳା ଯେ କିଛି ଭିଆଣ କରିବ

ଆପଣେ ତରିଣ ପୁଣି ପରେ ଯେ ତାରିବ

।।

ଷୋଳସସ୍ର ଗୋପାଳ ଯେ ଆମ୍ଭର ସେ ଗଣ

ମକୁନ୍ଦ ଅନନ୍ତ ଶ୍ରେଷ୍ଠ ଅଟନ୍ତି ଯେ ପୁଣ

।।

ବିଷୟାଝଗଡ଼ ଛାଡ଼ି ରାହାସେ ମଜ୍ଜିଲ

ବାଳକ ଯେ ପୁତ୍ରବଧୁ ମନକୁ ରଞ୍ଜିଲ

।।

ସାଧୁସନ୍ଥ ବୈଷ୍ଣବମାନଙ୍କୁ ଉତ୍ତମ

ରାହାସ ଲୀଳା ହୋଇବ ଗ୍ରାମ ମଠମାନ

।।

ଆବର ଛଡ଼ ଗୋପାଳେ ତୁମ୍ଭ ସଙ୍ଗେ ପଡ଼ି

ରାହାସଲୀଳା କରିବେ ତୁମ୍ଭ ଶିକ୍ଷା କରି

।।

ରାହାସ ଦାସର ଗୁରୁ ତୁମ୍ଭେ ବାରଜଣ

ତାହାଙ୍କୁ କହିବ ଏହୁ ତିଳକ ପ୍ରମାଣ

।।

ଏହି ଗୁରୁଭକ୍ତି ଗୀତା ଦ୍ୱିତୀୟ ଖଣ୍ଡରେ

କର୍ମବିଧି କହିଲି ଯେ ତୁମ୍ଭରି ହିତରେ

।।

ବିଷୟା ସଂସାରେ ଜନ୍ମହୋଇ ତୁମ୍ଭେ ପୁଣ

ପୂର୍ବହେତୁ ପାସୋରିଲ ଦେହକୁ ବହିଣ

।।

ଆମ୍ଭହେତୁ ପ୍ରସରିଲା ଶ୍ରୀକୃଷ୍ଣ କରୁଣା

ତୁମ୍ଭହେତୁ ପ୍ରସରିଲା ପୂର୍ବର ବାସନା

।।

ଜନ୍ମେ ଜନ୍ମେ ତୁମ୍ଭେମାନେ ରାହାସର ଜନ

ଅଚ୍ୟୁତର ବଚନ ତୁମ୍ଭେ ହେତୁ କରି ଘେନ

।।

 

ଇତି ଶ୍ରୀଗୁରୁଭକ୍ତି ଗୀତାୟାଂ ଗୁରୁଶିଷ୍ୟବୋଧନେ

ସ୍ନାନବିଧିକଥନେ ନାମ ଦ୍ୱିତୀୟପଟଳ

Image

 

ତୃତୀୟ ପଟଳ

 

କର ଯୋଡ଼ି ପଚାରନ୍ତି ବତ୍ସ ସେ ପବନ

ଗୋବିନ୍ଦ ଆନନ୍ଦ ହୋଇ ପଚାରଇ ପୁଣ

।।

ତ୍ରିସନ୍ଧ୍ୟା କେମନ୍ତ ଗୁରୁ କହିବା ବୁଝାଇ

କିପାଁ କରୁଥାନ୍ତି ପ୍ରାଣିମାନେ ଏହା ଧ୍ୟାଇ

।।

ନ କଲେଣ କିସ ହୋଏ କଲେ କିସ ଫଳ

ଏଥିର ସନ୍ଦେଶ ଶୁଣ ଦ୍ୱାଦଶ ଗୋପାଳ

।।

ତ୍ରିସନ୍ଧ୍ୟାରେ ସୁମରଣ କରନ୍ତି ଯେ ଜନ

ସପ୍ତପୁରୁଷ ଉଦ୍ଧାରନ୍ତି କୃଷ୍ଣ ଭଜି ପୁଣ

।।

ଶୁଣ ଆହେ ଗୋପସୁତ ପ୍ରାତ ସ୍ନାନକଥା

ଶୁଣସି ହେ ଏ ଗ୍ରନ୍ଥର ଯେମନ୍ତ ବ୍ୟବସ୍ଥା

।।

ମଧ୍ୟ ସନ୍ଧ୍ୟା କହିଦେବ ଏବେ ତୁମ୍ଭେ ଶୁଣ

ଯେମନ୍ତେ ରହିବ ହେତୁ ତୁମ୍ଭର ହୃଦେଣ

।।

ପ୍ରାତକାଳେ ପୂର୍ବରୁ ଯେ ପ୍ରହରେ ଭଜନ

ତହୁଁ ଯେ ଉଠି କରିବ ରୋଷେଇ ବିଧାନ

।।

ତିନିଘଡ଼ି ରୋଷେଇ ଯେ କରିଣ ସାରିବ

ଦ୍ୱିତୀୟ ପ୍ରହରେ ସ୍ନାନ ପୁଣି ଯେ କରିବ

।।

ପୁଣ ପୂର୍ବମୁଖ ହୋଇ ମନ୍ତ୍ରକୁ ସୁମରି

ଦ୍ୱିତୀୟ ସନ୍ଧ୍ୟା ସାରିଲେ ସେ ଦିଗେ ନ କରି

।।

ଦୁଇଘଡ଼ି ଭୋଜନର ନିତି ଯେ କରିବ

ଛଡ଼ଘଡ଼ି ଶୟନରବିଧି ଯେ ସାରିବ

।।

ପୁଣ ଦୁଇ ଘଡ଼ିଠାରୁ କର୍ମବିଧି ସାରି

ସ୍ନାହାନ କରିବ ଯେ ପଶ୍ଚିମମୁଖ କରି

।।

ଧ୍ୟାନକରି ପୂଜାବିଧି ସେ ଦିଗେ କରିବ

ସୂର୍ଯ୍ୟମୁଖ ହୋଇଣ ଯେ ସ୍ନାହାନ ସାରିବ

।।

ତ୍ରିୟବାର ସ୍ନାହାନ ଯେ ଗୋପାଳର ବିଧି

ଅମେଧ ଗୃହରେ ନ କରିବ ଅନ୍ନସିଦ୍ଧି

।।

ନୂଆପାକ କରି ହସ୍ତେ କରିବ ଭୋଜନ

ଖୋଳ କରତାଳ ବହିଥିବ ଯେତେ ଦିନ

।।

ଶ୍ରୀ ବୃନ୍ଦାବନଲୀଳା ଶ୍ରୀକୃଷ୍ଣଙ୍କର ବେଶ

ରୁଞ୍ଜ ଗୁଞ୍ଜ ତରାସ ତ ଚୂଳ ମାଳ ବେଶ

।।

ଖୋଳ କରତାଳ ଶିଂଘା ବେଣୁ ଯେ ବଇଁଶୀ

ଏମାନ ବହିଣ ଥିବ ସଦା ଦିନ ନିଶି

।।

ଏଣୁକରି ଅଶୁଚି ଯେ ଅଙ୍ଗ ନ କରିବ

ଶୁଚିବନ୍ତ ହୋଇକରି ସଦାବେଳେ ଥିବ

।।

ପୂରିଲାର ଭାଣ୍ଡପ୍ରାଏ ତାର ଘଟ ରହି

ଶୁଚିବନ୍ତ ଘଟ ପୁଣ ନୂଆପରି ଥାଇ

।।

ଶୁଦ୍ଧ ଅନ୍ନ ନ ଭକ୍ଷ ଛୁତକ ଅନ୍ନମାନ

ଉପାସନା ନଇବେଦ୍ୟ ନ କରିବ ଭିନ୍ନ

।।

ଶ୍ରାଦ୍ଧଅନ୍ନ ନ ଭକ୍ଷି ପତିଜ ଘରଅନ୍ନ

କୃଷ୍ଣଉପାସନା ନାହିଁ ପତିତ ଯେ ଜନ

।।

ରାଜଖନ୍ଦା ଅନ୍ନମାନ ନ କରି ଭୋଜନ

ଶମ୍ଭୁ ଅନ୍ନ ବିଷ୍ଣୁ ଜନେ ନିଷେଧଟି ଜାଣ

।।

ରାଜା ସମପଣକୁ କଳ୍ପଣା ହୋଇଥାଇ

ବିଷ୍ଣୁଙ୍କୁ ଯେ ସମପଣ କରିବା ନୋହଇ

।।

ଆମିଷ ମାଏଁସ ଯେଉଁ ଘରେ ରନ୍ଧାହୋଇ

ବ୍ରଜବାସୀ ବଇଷ୍ଣବ ସେ ପାକ ନ ଛୁଇଁ

।।

ପତିତଟି ଜାଣ ବାବୁ ସେହୁ ପାକମାନ

କୃଷ୍ଣଭାବ ନ ଜାଣେ ଯେ ପତିତରେ ଗଣ

।।

ଛୁତକ ଘର ଅମେଧ ଅନ୍ନ ତା ନ ଛୁଇଁ

ଦଶମ ଦିବସେ ଗୃହଶୁଦ୍ଧି ତାର ହୋଇ

।।

ଶ୍ରାଦ୍ଧଅନ୍ନ ପିତୃଗଣେ କଳ୍ପୁଥାନ୍ତି ପୁଣ

ରାହାସଲୀଳା କରିବ ଏବିଧି ଦେଖିଣ

।।

କୃଷ୍ଣଯୋଗ୍ୟ ନୋହଇ ସେହୁ ଅନ୍ନମାନ

ବ୍ରଜ ବଇଷ୍ଣବମାନେ ତେଜିବଟି ପୁଣ

।।

ସଂସାରର ଜନମାନେ ବାସୀ ସେ ଅଟନ୍ତି

ଘୁଞ୍ଚିଯିବ ସାଧୁମାନେ ସେହି ଠାବୁରୁଟି

।।

ଦ୍ୱାଦଶ ରାତ୍ର ଅନ୍ତରେ ସେଠାରେ ଭୁଞ୍ଜିବ

ନବତନ ବିଧି ପାକ ହାଣ୍ଡି ଯେ କରିବ

।।

ବାଦିମାନେ ସଂସାରେ ବହୁତ ଛନ୍ତି ଜାଣ

ଅକର୍ମ ଜନମାନେଟି କର୍ମର ବିଧାନ

।।

କୃଷ୍ଣଙ୍କୁ ନିଷେଧ ଯେ ବୈଷ୍ଣବ ଯଉଁ ଜନ

ଏଗାର ଦିବସ ଯାଏ ନ କରେ ଭୋଜନ

।।

ଅକର୍ମର ଗତି ଜିହ୍ୱା ଲାଳସା କରଇ

କର୍ମମାନ ଜାଣିକରି ମୃକାର ବହଇ

।।

ବ୍ରଜନୀତି କର୍ମମାନ ତୁମ୍ଭେ କରୁଥିବ

ଗୋପାଳମୂରତି–କଳା ହୃଦରେ ଧରିବ

।।

ଜ୍ୟୋତିରାନନ୍ଦ ମୂରତି ତ୍ରିକୁଟେ ବସାଇ

ନିତି ଭୋଗ ଦେଉଥିବ ସେ ସ୍ଥାନକୁ ଚାହିଁ

।।

ଗୋପାଳ ମନ୍ତ୍ରକୁ ପାଞ୍ଚଭାଗ ଯେ କରିବ

ପଞ୍ଚ ଯେ ମୂରତି ଏହି ଭାବରେ ପୁଜିବ

।।

ଜନ ବଳଭଦ୍ର ଦୂତୀ ତ୍ରିପୁରା ସୁନ୍ଦରୀ

ଗୋପୀ ଗୋବିନ୍ଦାୟ ବଲ୍ଲଭାୟ ପୂଜା କରି

।।

କୃଷ୍ଣାୟ କୃଷ୍ଣ ପୂଜିବ ଏପଞ୍ଚ ବିଧିରେ

ତ୍ରିପୁରା ପୂଜିଲେ ଗୋପୀ ଥାନ୍ତି ତାଙ୍କଠାରେ

।।

ରାଧା କୃଷ୍ଣଙ୍କ ମୂରତି ସହଜେ ବିଖ୍ୟାତ

ଏକ ଅଙ୍ଗ ପଞ୍ଚମୂର୍ତ୍ତି ଲୀଳାର ନିମିତ୍ତ

।।

ଶୁଣ ଆହୋ ଗୋପସୂତ ଅଚ୍ୟୁତ ବଚନ

ଏହୁ ଗୁରୁଭକ୍ତି ଗୀତ ଦ୍ୱିତୀୟ ଖଣ୍ଡେଣ

।।

ପୂର୍ବ ଜନ୍ମ ଭାଗ୍ୟଥିଲେ ବିଷ୍ଣୁ ବ୍ରତ କରେ

ବିଷ୍ଣୁଙ୍କୁ ସୁମରିଣ ଭବ-ଭୟ ହରେ ୪୦

।।

 

ଇତି ଶ୍ରୀଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟବୋଧନେ

ପୂଜା ବିଧି ବିଧାନକଥନେ ନାମ ତୃତୀୟପଟଳ

Image

 

ଚତୁର୍ଥ ପଟଳ

 

ବକ୍ର ବିଷ୍ଣୁ ଦେଖିଣ ଯେ ପଚାରନ୍ତି ପୁଣ

ତିଳକର ଥୋକେ ପ୍ରଭୁ ନୋହିଲା ପ୍ରମାଣ

।।

ଏ ଦୁଇ କର୍ମ ଛାଡ଼ିଣ ଅନ୍ୟ କର୍ମ କରେ

କନିଷ୍ଠ ଗୋପାଳ ବୋଲି କହିଟି ତାହାରେ

।।

ଉତ୍ତମ ମଧ୍ୟମ ଯେ କନିଷ୍ଠ ତିନି ମତ

ଜାତିମାନଙ୍କରେ ପ୍ରାଣୀ ଅଛନ୍ତି ଏମନ୍ତ

।।

ଏଣୁକରି ତୁମ୍ଭେମାନେ କୁଳ ସେ ତାରିବ

କଳିଯୁଗରେ ତୁମ୍ଭର କୀରତି ରହିବ

।।

ମଧ୍ୟମ କନିଷ୍ଠ କୁଳେ ରାମ ଭ୍ରଥ ସାର

ବିଷ୍ଣୁ ଧର୍ମ ବକ୍ର ପଞ୍ଚଜନେ ମୋର ସାର

।।

କମାର ଯେ ରାମଦାସ କୁମ୍ଭାର ଯେ ରାମ

ନନ୍ଦ କନ୍ଦ ମୁରାରି ଅଟନ୍ତି ତିନିଜଣ

।।

ନିରଞ୍ଜନ ବେହେରା ଦକ୍ଷିଣ ଚନ୍ଦ୍ର ଦୁଇ

କନିଷ୍ଠ ମଧ୍ୟମ ତାର ବାରଜଣ ଭାଇ

।।

ବିଭା ବନ୍ଦାପନା ଯେ ଅଶୌଚ କର୍ମମାନ

ଧର୍ମପଥମାନ କରି କରନ୍ତି ସ୍ଥାପନ

।।

ସତ ଯତ ଦୟା ଶାନ୍ତି ମନ୍ତ୍ର ଯନ୍ତ୍ରମାନ

ଛାୟା ଯେ ଅବାଡ଼ ଜ୍ୟୋତି ସମାଧି ସାଧନ

।।

ଏ ସାଧନମାନ ତୁମ୍ଭେ ନିତ୍ୟେ କରୁଥିବ

ଆପଣେ ତରିବ ତୁମ୍ଭେ ପରେ ନିସ୍ତାରିବ

।।

ଏ ଭେଦ ଜାଣି ଉତ୍ତମ ମଧ୍ୟମ ଯେ କରେ

ଗ୍ରହଣ କଲେଣ ପାପ ଲାଗିବ ତୁମ୍ଭରେ

।।

ରୋଗ ଶୋକ ଦାରିଦ୍ର୍ୟ ଗୃହରେ ହେବ ଜାତ

ଏଣୁକରି ଶାନ୍ତି ରୂପ ଧରି ଗୋପସୁତ

।।

ଖୋଳ ଯେ କର୍ତ୍ତାଳ ଶିଙ୍ଘା ବେଣୁ ଯେ ବଇଂଶୀ

ରୁଞ୍ଜ ଗୁଞ୍ଜ ଗରଗଡ଼ ଚୂଳ ତ୍ରାସ ମିଶି

।।

ଶଙ୍ଖ ବୀଣା ଖଞ୍ଜଣି ପଖାଉଜ ମୟୁର

ଏମାନ ବହିଣ ତୁମ୍ଭେ ଶ୍ରେଷ୍ଠ ଗୋପ ତେର

।।

ମୁକୁନ୍ଦ ଅନନ୍ତ ବତ୍ସ ପବନ ସୁଦାମ

ଯାଦବ ବାଳକ ମଧୁ ମଥୁରି ଉତ୍‍ଥାନ୧୫

।।

ଗୋବିନ୍ଦ ଯେ ବୃନ୍ଦାବନ ବାରସୁତ ଶୁଣ

ଉତ୍ତମ ଗୋପାଳ ତୁମ୍ଭେ ମୂଳେ ଥିବ ପୁଣ

।।

ଫୁଲ ପାନ ବସନ ଚନ୍ଦନ ଦୃଢ଼ ମନ

ଏମନ୍ତ ପୂଜା ଦେଖିଣ ଯେବଣ ଭୁବନ

।।

ଏହା ଦେଖିଲେ ଯେ ପୁଣ ରାହାସ ରଞ୍ଚିବ

ଅଣରାସ ଜନଠାରେ କେଭେଁ ନ ବସିବ

।।

ଭୁଞ୍ଜିବ ଯେ ନୂଆପାକେ ହସ୍ତରେ ରାନ୍ଧଣ

ଦ୍ୱାଦଶ ଗୋପାଳେ ଭୋଗ ଦେବ ବାର ସ୍ଥାନ

।।

ଶଙ୍ଖର ଶବଦ ଦେବ ମଧୁଦାସ ମୂଳେ

ବାଳକ ରନ୍ଧନ ପାକ କରିଣ କୁଶଳେ

।।

ସଖୀ ଅଙ୍ଗ ସେବା ରଖ ମୁକୁନ୍ଦ ଅନନ୍ତ

ରାଧା ସେବା ମୁକୁନ୍ଦ ଦୂତୀସେବା ଅନନ୍ତ

।।

କୃଷ୍ଣସେବା ପବନ କରିବ ମନ ଦେଇ

ଉତ୍‍ଥାନ ମୃଦଙ୍ଗ ସେ ଉଛୁଳିବ ମହୀ

।।

ଦୁହାର ମୃଦଙ୍ଗ ଧର ଗୋବିନ୍ଦ ହୋ ଦାସ

କଂସାଳ ଶିରୀ ଧରିବ ଆନନ୍ଦ ହରଷ

।।

ଦ୍ୱିତୀୟ କଂସାଳ ରଖ ବତ୍ସ ଦାସ ମୂଳେ

ତୃତୀୟ କଂସାଳ ରଖ ମାଧୁରୀର ମେଳେ

।।

ବୃନ୍ଦାବନ ଦାସ ମୁଳେ ପଙ୍ଖା ଯେ ବିଞ୍ଚଣି

ଏହି ବାର ଦାସଙ୍କର ରାହାସ ଗାୟଣି

।।

ଶ୍ରେଷ୍ଠ ଯେ ଗୋପାଳ ଅଟ ତୁମ୍ଭେ ବାର ଦାସ

ତୁମ୍ଭ କରୁଣାରୁ ସର୍ବଶ୍ରେଷ୍ଠ ହେବ ଅଂଶ

।।

ଚବିଶ ଗୋପାଳ ଶୁଣ ତିଳକ ପ୍ରମାଣ

ବକ୍ର ବିଷ୍ଣୁ ଦକ୍ଷିଣ ପଚାରେ ଯାହା ପୁଣ

।।

ଚବିଶ ଗୋପାଳ ଘେନ ଏହୁ ଯେ ବିଚାର

ଉତ୍ତମ ମଧ୍ୟମ ଶିଷ୍ୟ ଗୁରୁ ସମାଚାର

।।

ହରି ମନ୍ଦିର ତିଳକ ସପ୍ତବିନ୍ଦୁ କଥା

କହିବା ଏଥିର ସନ୍ଧି ଯେ ଏଥି ବ୍ୟବସ୍ଥା

।।

ହୃଦୟ ତିଳକବିନ୍ଦୁ କହୁଅଛି ଶୁଣ

ଦ୍ୱାଦଶ ତିଳକ ଯେଉଁ ଭାବେଣ ପ୍ରମାଣ

।।

କର୍ଣ୍ଣେ ସୂର୍ଯ୍ୟ ଦେବତାଙ୍କୁ ତିଳକ ଯେ ଦେଇ

ନୟନକୋଣ ତିଳକ ଚନ୍ଦ୍ରଦେବ କହି

।।

କଣ୍ଠତଟ ତିଳକ ଯେ ଈଶ୍ୱର ଗଉରୀ

ବିମଳା ସଖୀ ବାହୁରେ ପୂଜାବିଧି କରି

।।

ଲକ୍ଷ୍ମୀନାରାୟଣ ପୂଜ ହଦଦେଶେ ଦେଇ

ବ୍ରହ୍ମା ସାବିତ୍ରୀଙ୍କ ପୂଜା ନାଭିରେ ବସଇ

।।

କାମଦେବ କାମାକ୍ଷୀଙ୍କି ଲିଙ୍ଗମୂଳେ ଦେବ

ଶଙ୍ଖିନୀ ଗଣପତିଙ୍କ ପଦାଦ୍ୟେ ପୂଜିବ

।।

ଦ୍ୱାଦଶ ତିଳକଭେଦ ଶୁଣ ମନ ଦେଇ

ପଞ୍ଚାଶ ଅକ୍ଷରେ ଯେ ନିର୍ବାଣ ପୂଜା ହୋଇ

।।

ଏ ପଞ୍ଚାଶ ଚିହ୍ନିକରି ତିଳକ ଯେ ଘେନେ

ମୃତ୍ୟୁକାଳେ ଗମନ୍ତି ଏ ଶ୍ରୀକୃଷ୍ଣ ଭୁବନେ

।।

ଏ ପଞ୍ଚାଶ ନ ଭେଦି ଯେ ଘେନଇଁ ତିଳକ

ମଲେଣ ସେ ଆତଯାତ ହେଉଥାନ୍ତି ଲୋକ

।।

ସାଧୁତ ମହତଘରେ ଜନ୍ମ ହେଉଥାନ୍ତି

ମୁକ୍ତିପଦ ଲଭନ୍ତି ସେ ଭକ୍ତି ନ ପାବନ୍ତି

।।

ପଞ୍ଚାଶ ଅକ୍ଷର ଭେଦି ତିଳକ ଯେ ଦେବ

ବେନି ଚକ୍ଷୁକୋଣେ ସିଧି ଅକ୍ଷର ବସିବ

।।

ର ଅସ୍ତୁ ବସିବ ଓଷ୍ଠର ଯେ ବେନି କୋଣେ

ଇ ଈ ବସିବ ଦନ୍ତପାଟିର ବେନି ସ୍ଥାନେ

।।

ଓଔ ଲଲାଟରେ ବସେ ଋୠ ଭୁଜ ଦୁଇ

ୡ ୡ ବସେ ଶ୍ରବଣରେ ଏଐ କଣ୍ଠ ତହିଁ

।।

ଉ ଊ କୁକ୍ଷିରେ ବସେ ବ୍ରହ୍ମରନ୍ଧ୍ରେ ଅ ଆ

ଗୁରୁଙ୍କ ବଚନ ଏହୁ ଦୃଢ଼ଚିତ୍ତ ହିୟା

।।

ଡାହାଣ ଭୁଜରେ କ ଖ ଗ ଘ ଙ ବସଇ

ବାମଭୂଜେ ଚ ଛ ଜ ଝ ଞ କ୍ଷର ଯେ ଶୋହି

।।

ଟ ଠ ଡ ଢ ଦକ୍ଷିଣ ଯେ ପାଦମଲୋ ବସେ

ଣ ତ ଥ ଦ ଧ ନ ବାମପାଦ ଆଡ଼େ ମିଶେ

।।

ପ ଫ ବ ଭ ମ ଯ ନାଭିଦେଶରେ ପ୍ରକାଶ

ର ଳ ଶ ଷ ସ ରେଣ ଲୀନ ହୋଏ ଶେଷ

।।

ହଂ କ୍ଷଂ ବ୍ରହ୍ମରନ୍ଧ୍ରେ ଏମନ୍ତେ ପ୍ରକାଶ

ତିଳକଭେଦ ଜାଣନ୍ତି ୟେମନ୍ତ ଯେ ଦାସ

।।

ଏ ଭେଦ ନ ଜାଣି ଯେବେ ଘେନନ୍ତି ତିଳକ

ମନର ସଂଶୟମାନ ନ ଛାଡ଼ଇ ତାଙ୍କ

।।

ଚିତ୍ତ ଛନ୍ନ ଛନ୍ନ ଯେ ଶାହାସ୍ରମାନ ଶୁଣି

କେଉଁଠାରୁ ପଚାରିବି ହେଉଥାଇ ଗୁଣି

।।

ଏଣୁକରି ସଦଗୁରୁଠାରୁ ଘେନି ନାମ

ନାମକୁ ଚିହ୍ନିଲେ ଦମ୍ଭ ମନର ଉତ୍ତମ

।।

ନାମ ବୀଜମନ୍ତ୍ର ଅଣଅକ୍ଷର ଯେ ହୋଇ

ଦ୍ୱିତୀୟ ଡାଳ ଯେ ଏକାକ୍ଷର ମନ୍ତ୍ର କହି

।।

ତୃତୀୟ ଡାଳ ଯେ ପୁଣ ଅଟଇ ତାରକ

ଶ୍ୟାମ ପଞ୍ଚାକ୍ଷର ମନ୍ତ୍ର ଚତୁର୍ଥ ଡାଳେକ

।।

ଷୋଳନାମ ଗୋଟି ପଞ୍ଚ ଡାଳ ଯେ ଅଟଇ

ଏ ପଞ୍ଚମନ୍ତ୍ରରୁ ସର୍ବମନ୍ତ୍ର ଜନ୍ମ ହୋଇ

।।

ଏହୁ ପଞ୍ଚମନ୍ତ୍ର ଭଜି ଶୁଚିବନ୍ତେ ଥିବ

ରାହାସ ସାରିଣ ପ୍ରାନ୍ତେ ସମାଧି ସାଧିବ

।।

ସଂସାର ପାପ ତୁମ୍ଭର ଅଙ୍ଗରେ ନ ମିଶେ

ଚୁମିର ନାଶଇ ଯେହ୍ନେ ସୂର୍ଯ୍ୟ ପରକାଶେ

।।

ହରଷ ହୋଇଲେ ଶୁଣି ଚବିଶ ଗୋପାଳ

ଅଚ୍ୟୁତର ଚରଣରେ ନମିଲେ ସକଳ

।।

ଏହି ଗୁରୁଭକ୍ତି ଗୀତା ଯେ ଜନ ପଢ଼ଇ

ଭଲ ସଂଶୟମାନ ସକଳ ଛାଡ଼ଇ

।।

 

ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟ

ବୋଧନେ ତିଳକବିଧିନିର୍ଣ୍ଣୟେ ନାମ ଚତୁର୍ଥ ପଟଳ

Image

 

ପଞ୍ଚମ ପଟଳ

 

ବାଳକ ମଥୁର ବୃନ୍ଦାବନ ଯେ ପଚାରି

ମାଳାମାନ କି ନମନ୍ତେ ହୃଦେ ଥାନ୍ତି ଧରି

।।

ଏଥିର ଯେ ସାର ଗୁରୁ କହିଦେବ ପୁଣ

କେମନ୍ତ କରି ଭଜନ କେଉଁ ମନ୍ତ୍ରେ ପୁଣ

।।

ଶୁଣ ଆହୋ ଗୋପସୁତ କହିଦେବା କିଛି

ଅପାର ମହିମା ଯେ ତୁଳସୀମାଳେ ଅଛି

।।

ଶୟେ ଅଷ୍ଟଗୋଟି ଯେ ତୁଳସୀ ମାଳକରି

ମେରୁ ବୋଲି ଏକଗୋଟି ସର୍ବ ପରେ ଭରି

।।

ବ୍ରହ୍ମଅଙ୍ଗ ଧରିଣ ଯେ ଅଛନ୍ତି ତୁଳସା

ସାଧୁଜନମାନେ ଭଜନକୁ କରି ଆଶା ୫

।।

ତିନି ଗଣ୍ଡାଠାରେ ନେତ୍ର ଅଟଇ ପ୍ରମାଣ

ଦ୍ୱାଦଶ ଗଣ୍ଡାଠାରେ ଯେ ଭୁଜ ପରମାଣ

।।

କୋଡ଼ିଏ ଗଣ୍ଡାରେ ତାଙ୍କ ଚରଣ ଅଟଇ

ପଚିଶ ଗଣ୍ଡାରେ ପୁଣ ଆଉ ପାଦ ହୋଇ

।।

ଆଠଗୋଟି ଶଏପରେ ଆରପାଦ ଜାଣ

ମେରୁ ଯେହୁ ଶିର ତାଙ୍କ ଅଟଇ ପ୍ରମାଣ

।।

ଏମନ୍ତ ହୋଇଣ ଯେ ଅନନ୍ତ ବ୍ରହ୍ମରୂପ

ଭଗତିନିମନ୍ତେ ମନ୍ତ୍ରମାନଙ୍କୁ ଯେ ଜପ

।।

ଅନାମିକା ଅଙ୍ଗୁଷ୍ଠି ଯେ ମଧ୍ୟରେ ଧରିବ

ଇଷ୍ଟମନ୍ତ୍ର ଯେ ଯାହାର ତହିଁରେ ଜପିବ

।।

ଚାରିବାର ଫେରାଇଲେ ଗ୍ରନ୍ଥେ ପୁଣ ହୋଇ

ଷୋଳଗ୍ରନ୍ଥ ଫେରାଇଲେ ଲକ୍ଷେ ଯେ ବୋଲାଇ

।।

ପନ୍ଦର ଗଣ୍ଡା ଯେ ଦୁଇ ଗୋଟିର ଭଜନ

ଶିଷ୍ୟର ଯେ ପାପମାନ ହୁଅଇ ଦହନ

।।

ଆଦ୍ୟରେ ଯେ ଦୁଇଗୋଟି ଗୁରୁଙ୍କ ଦକ୍ଷିଣା

ଏଣୁକରି ଶିଷ୍ୟ ମନ୍ତ୍ର କରୁଥିବ ଗଣା

।।

କେ ଅବା ଗ୍ରନ୍ଥେ ଜପିବ କେବା ଦୁଇଗ୍ରନ୍ଥ

କେ ଅବା ରୁଏ ଜପିବ ବିଷୟାଜଡ଼ିତ

।।

କେ ଅବା ତୃତୀୟ ଗ୍ରନ୍ଥ କେବା ଚାରି ପାରେ

ବିଷୟା ତେଜିଲେ ଅବା ଲକ୍ଷେ ନାମ ଧରେ

।।

ତଜନୀ ଅଙ୍ଗୁଷ୍ଠ ଅଗ୍ରେ ମନ୍ତ୍ର ନ ଜପିବ

ଯେତେକ ଜପ କରିବ ନିଷ୍ଫଳ ହୋଇବ

।।

ଅସଂଖ୍ୟ କରିଣ ଯେବେ ମନ୍ତ୍ର ଜପ କରି

ମଲେ ଲଭନ୍ତି ସେ ଯେ ବଇକୁଣ୍ଠ ପୁରୀ

।।

ରାଜାଘରେ ସାଧୁତ ମହନ୍ତ ଘରେ ଜାତ

ଭଜନ ସିଦ୍ଧି ନୋହୁଣୁ ଯେବେ ହୋଏ ହତ

।।

ରୁଆ ଗ୍ରନ୍ଥ ଲକ୍ଷେ ଜାଣି ଯେ ନର ଜପଇ

ଗୋଲୋକେ ପ୍ରବେଶ ହୋଇ ବୈଷ୍ଣବେ ଜନ୍ମଇ

।।

ଗୋଲୋକେ ବୈଷ୍ଣବଘରେ ଆତଯାତ ହୋଇ

ରାଜୁତ ସାଧୁତ ଘରେ ଜନ୍ମ ତାର ନାହିଁ

।।

ମହାନ୍ତ ଦଣ୍ଡପାଟରେ ନୋହନ୍ତି ସେ ଜାତ

ମହାନ୍ତ ଦଣ୍ଡପାଟରେ ମୁରାଟ ବହୁତ

।।

ରାଜୁତ ସଧୁତ ଯେ ମହାନ୍ତ ପୁତ୍ର ହୋଇ

ମମତା ଛାଡ଼ିଲେ ସେହୁ ଭଗତି ଲଭଇ

।।

ଏଣୁକରି ତୁମ୍ଭେମାନେ ନିଜ କର୍ମ ୟେଡ଼

ରାହାସ ରଞ୍ଚିଲେ ତୁମ୍ଭେ ହୋଇବ ଯେ ବଡ଼

।।

ଯୋଗ୍ୟପୁତ୍ର ହେଲେ ମନ୍ତ୍ର ଭଜନ କରଇ

ଗୁରୁଙ୍କ ଦକ୍ଷିଣା ଜପେ ଗୁରୁ ଗତି ପାଇ

।।

ଦ୍ୱିତୀୟ ଯେ ମାଳାଗୋଟି ଶିଷ୍ୟର ଦେହରେ

ଗୁରୁଙ୍କ ନିମନ୍ତେ ଶିଷ୍ୟ ବହଇ ହୃଦରେ

।।

ପଞ୍ଚାଶ ଶିଷ୍ୟରେ ଶଏ ଗୁରୁଙ୍କର ମାଳି

ଆଠର ନିମନ୍ତେ ଚାରିଗୋଟି ତହିଁ ମିଳି

।।

ଏଣୁକରି ଶିଷ୍ୟଠାରେ ଗୁରୁଙ୍କ ଭଜନ

ଯୋଗ୍ୟ ଶିଷ୍ୟ ହେଲେ ଗୁରୁ ତାରଇ ସେ ପୁଣ

।।

ଶିଷ୍ୟ ସ୍ନାହାନ ସାରିଲେ ଗୁରୁ ସ୍ନାନ କରି

ଏଣୁକରି ଗୁରୁଅଙ୍ଗୁ ପାପକୃତ ହରି

।।

ଜ୍ଞାନବଳେ ଗୁରୁ ପୁଣ ଶିଷ୍ୟପାପ ନାଶେ

ଜ୍ୟୋତିରାନନ୍ଦଙ୍କୁ ଧ୍ୟାୟୀ ଥାଆନ୍ତି ମାନସେ

।।

ଜୀବ ପରମର ଭେଦ ଗୁରୁ ଯେ ଜାଣଇ

ସେ ଗୁରୁ ଆପଣେ ତରେ ଶିଷ୍ୟ ତାରି ନେଇ

।।

ଯେଉଁ ଗୁରୁର ଜୀବ ପରମ ଭେଦ ନାହିଁ

ଗୁରୁ ଶିଷ୍ୟ ଭ୍ରମୁଥାନ୍ତି ଦେହ ନାନା ବହି

।।

ମୁକୁନ୍ଦ ଅନନ୍ତ ବାଣୀ ଘେନିବା ଗୋସାଇଁ

ହସ୍ତରେ କେମନ୍ତେ ମନ୍ତ୍ରମାନ ଜପ ହୋଇ

।।

ତୋପଶ୍ରେଷ୍ଠ ମହାନ୍ତ ଯେ ଶୁଣ ବେନିଜନ

ତୁମ୍ଭେ ସେ ପଚାରିପାର ଗୁପ୍ତ କଥାମାନ

।।

ପୂର୍ବର ବାସନା ଥିଲା ବିଷୟା ତେଜିଲ

ଗୋକୁଳ କୁଳରେ ତମ୍ଭେ ବିହନ ହୋଇଲ

।।

ଫଳ ବୃକ୍ଷମାନଙ୍କୁ ଖଣନ୍ତା ଯେବେ ଥାଇ

ସକଳ ତାହାର ପୁଣ ବାହାର ହୁଅଇ

।।

କହିବା ତହିଁର କଥା ଶୁଣ ବେନିଜନ

ଅଙ୍ଗୁଷ୍ଠି ରେଖାରେ ଜପ ଯେମନ୍ତ ହୋଇଣ

।।

କୋଡ଼ିଏ ରୂଆ ଯେ ନାମ ଭଜନ କରିବ

ତିନିଶ କୋଡ଼ିଏ ନାମ ଯେମନ୍ତ ବୁଝିବ

।।

ବାମହସ୍ତେ କୋଡ଼ିକ ପୁରିବା ଅନୁସାରେ

ଗ୍ରନ୍ଥେକ ହୁଅଇ ପୁଣ ଏକ ଯେ ବିଂଶରେ

।।

ଗ୍ରନ୍ଥେକ ନାମ ଯେ ପୁଣ ଶୁଣ ମନଦେଇ

ଚାରିଶ ଛଅ ହଜାର ପ୍ରମାଣ ଅଟଇ

।।

ଷୋଳ ଗ୍ରନ୍ଥେ ନାମ ପୁଣ ଲକ୍ଷେକ ପ୍ରମାଣ

ଦୁଇ ସହସ୍ର ଚାରିଶଟି ଅଧିକ ଯେ ଜାଣ

।।

ଏମନ୍ତ ହୋଇଣ ମନ୍ତ୍ର ଭଜନ ଅଟଇ

ଦୁଇ ସସ୍ର ଚାରିଶ ଗୁରୁଙ୍କ ମନ୍ତ୍ର ହୋଇ

।।

ଲକ୍ଷେ ନାମ ଜପି ଶିଷ୍ୟ ଅଭେଦ ଅଟଇ

ଶିଷ୍ୟ ଏଣୁ କରିଣ ଯେ ଭେଦାଭେଦ ନାହିଁ

।।

ତତ୍ତ୍ୱ ନ ଜାଣିଲେ ମନ୍ତ୍ର ହୃଦେ ଦୃଢ଼କରି

ମୁଖେ ଜପ କରୁଥାଇ ମନ୍ତ୍ରନାମ ଧରି

।।

ପବନ ଉତ୍‍ଥାନ ଦୁଇ ପଚାରୁଁ ଗୋସାଇଁ

ତତ୍ତ୍ୱର ଭଜନ ଏବେ କହିବା ବୁଝାଇ

।।

ଶୁଣ ହେ ପବନ ଦାସ ଅତି ଏ ଗୁପତ

ସହସ୍ର ଜଣରେ ଅବା ଜଣେ ଏକ ତତ୍ତ୍ୱ

।।

ସଦଗୁରୁ ମିଳିଲେ ଯେ ସଦଶିଷ୍ୟ ପାଇ

ଅପଗୁରୁ ଅବା ଅପଶିଷ୍ୟ ନ ଜାଣଇ

।।

ପରମ ଗୁପତ ଦୀକ୍ଷା ଭଜନର ସାର

ହେତୁମନେ ପବନ ହେ ଉତ୍‍ଥାନ ବିଚାର

।।

ଶୁଣ ଆହେ ଗୋପସୁତ ତହି ଅଛି ଭେଦ

ହୋଇଛି ମନ୍ତ୍ର ତହିଁରେ ଚାରିଗୋଟି ଛନ୍ଦ

।।

ଗାୟତ୍ରୀ ବତିଶ ମୂଳେ ସାବିତ୍ରୀ ବସଇ

ରୁଦ୍ରସ୍ତିରୀ ବ୍ରହ୍ମସ୍ତିରୀ ଚାରିମନ୍ତ୍ର ହୋଇ

।।

ଚାରିମନ୍ତ୍ର ଏକ ଏକ କ୍ଷର ମନ୍ତ୍ରସାର

ଗଣ୍ଡାକ ପୂରିଛି ମନ୍ତ୍ର ମନରେ ବିଚାର

।।

ଆବର ଛନ୍ଦକୁ ମେରୁ ଅର୍ଦ୍ଧରେ ବସାଇ

ଏ ତତ୍ତ୍ୱ ଜାଣିଲେ ଶିଷ୍ୟ ଭଗତି ଲଭଇ

।।

ମାଳିରେଖ ଜପ କଲେ ନବ ଭକ୍ତି ହୋଇ

ଦଶ ଯେ ଭଗତିତତ୍ତ୍ୱ ଜପ କଲେ ପାଇ

।।

ମାତାଗର୍ଭେ ରେଖାମାଳି ଜପକରେ ତହିଁ

ମୃତ୍ୟୁକାଳେ ରେଖାମାଳି ଜପି ନ ପାରଇ

।।

ମମତା ଦେହରେ ରେଖାମାଳ ଜପହୋଏ

ତତ୍ତ୍ୱ ନ ଜାଣିଲା ଶିଷ୍ୟ ଜପ କରୁଥାଏ

।।

ଯେଉଁ ଶିଷ୍ୟ ତତ୍ତ୍ୱରେ ଭଜନ ପୁଣ କରେ

ମୃତ୍ୟୁକାଳେ ମନେ ଭଜି ଅମନେ ବିହରେ

।।

ନିଶି ଦିବସରେ ଜପ କରୁଛି ଇଚ୍ଛାରେ

ସେ ଜପର ସାଧନରେ ବିଶ୍ରାମରେ ଧରେ

।।

ନିଶି ଦିବସରେ ହଂସ ଜପ କରୁଥାଇ

ଏକୋଇଶ ହଜାର ଯେ ଛଅଣ ଅଟଇ

।।

ଏମନ୍ତ ଭଜନ ଯେ କରିପାରେ ନିତି

ଶ୍ୱେତ ରଙ୍ଗ ଶ୍ୟାମଳ କଳରେ ଦେଇ ମତି

।।

ତେବେ ଜୀବ ଗତି ପାଏ ଗୁରୁମୁଖୁଁ ଶୁଣି

ଗୁରୁ ଶିଷ୍ୟ ତରନ୍ତି ଯେ ତତ୍ତ୍ୱ ଜପ ଗୁଣି

।।

ଜପିଲେ ଭଗତି ଗତି ପାଇବ ଉତ୍ତମ

ସଦଗୁରୁ ସେବିଥିଲେ ସଦଶିଷ୍ୟ ମାନ

।।

ଏହି ଗୁରୁଭକ୍ତି ଗୀତା ଦ୍ୱିତୀୟ ଖଣ୍ଡରେ

କହଇ ଅଚ୍ୟୁତ ଗୋପସୁତଙ୍କ ଆଗରେ

।।

 

ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟ ଖଣ୍ଡେ ଗୁରୁଶିଷ୍ୟ ବୋଧନେ

ମାଳାନିର୍ଣ୍ଣୟେ ଭଜନବିଧି କଥନେ ନାମ ପଞ୍ଚମଃ ପଟଳଃ

Image

 

ଷଷ୍ଠ ପଟଳ

 

ଯଦୁଦାସ ପଚାରଇ ଗୁରୁମୁଖ ଚାହିଁ

ଯେଉଁ ନର ତୁଳସୀର ମାଳ ଥାନ୍ତି ବହି

।।

ଶୁଣ ଯଦୁଦାସ ବତ୍ସ କହି ଦେବା ତୋରେ

ତୁଳସୀ ବହିଣ ଥାନ୍ତି ଯେ ଜନ ହୃଦରେ

।।

ଶିରରେ ତୁଳସୀ ଥିଲେ ବ୍ରହ୍ମହତ୍ୟା ହରେ

କର୍ଣ୍ଣରେ ତୁଳସୀ ଥିଲେ ଗୋହତ୍ୟା ନିବାରେ

।।

କଣ୍ଠରେ ତୁଳସୀ ଥିଲେ ଭଗତି ଲଭଇ

ବାହେ ବାନ୍ଧିଥିଲେ ସୁରାପାନ କ୍ଷଏ ଯାଇ

।।

ମାତୃ ଯେ ହରିଣ ଦୋଷ ହୃଦଭାଗେ ନାଶେ

କରମାଳେ ବିସୁଳିପାତକ ଯେ ବିନାଶେ

।।

ଶଏ ଅଷ୍ଟଉତ୍ତର ଯେ ହୃଦରେ ଲମ୍ୱାଇ

ଚଉବନ ଗୋଟି କଣ୍ଠତଟରେ ଘେନଇ

।।

ଚଉବନ ଅର୍ଦ୍ଧ କରମାଳରେ ଧରିବ

କରମାଳା ଅର୍ଦ୍ଧେକ ଯେ କଣ୍ଠରେ ଥୋଇବ

।।

ଗୋଟିଏ ବଳିବ ତହିଁ ମେରୁ ଅର୍ଦ୍ଧେ ହେବ

ଛଡ଼ ଗୋଟି ଅର୍ଦ୍ଧେ ହେବ ଲେଖାକୁ ଆସିବ

।।

କର୍ଣ୍ଣ ଅର୍ଦ୍ଧେ ଶିରପରେ ରଖିବ ଯତନ

ଏମନ୍ତେଣ ବଇଷ୍ଣବ ମାଳାର ଭଜନ

।।

ଲେଖା ନ କରିଣ ମାଳ ବହିଣ ଯେ ଥାନ୍ତି

ମୁକତି ପଥରେ ଯାନ୍ତ ଭକ୍ତି ନ ପାବନ୍ତି

।।

ତୁମ୍ଭ ଦେହ ଅନ୍ତେ ଦାସ ହୋଇବେ ଅପାର

ବହୁତ କାଠ ବହିବେ ହୃଦୟ ଦେଶର

।।

ଦମ୍ଭପଣେ ଗୁରୁଠାରେ ନମ୍ରଚିତ୍ତ ନୋହି

ମାଳିମାନ ବହିଥିବେ ବଡ଼ପଣ ବହି

।।

ଲୋଭବନ୍ତ ଗୁରୁମାନେ କଳିରେ ପ୍ରବଳ

ନ ବୁଝି ନ ପଢ଼ି ମନ୍ତ୍ର ଦେବେ କର୍ଣ୍ଣମୂଳ

।।

ଯନ୍ତ୍ର ଭେନ ନ ଜାଣେ ଯେ ମନ୍ତ୍ର କି ସେ ପାଏ

କଢ଼ି ପୁଷ୍ପେ ଭ୍ରମର ନିରାଶ ଯେହ୍ନେ ହୋଏ

।।

ମନ୍ତ୍ରକୁ ବୁଝାଇ ଯେବେ ଯନ୍ତ୍ରକୁ ବୁଝାଇ

ତନ୍ତ୍ରକୁ ବୁଝିଣ ଯେବେ ଜ୍ୟୋତିରୂପ ଧ୍ୟାୟି

।।

ଜ୍ୟୋତିର କଳ ଅଟଇ ଛାୟା ଯେ ଅବାଡ଼

ଗୁରୁଜନମାନଙ୍କର ଏ ସାଧନା ବଡ଼

।।

ଏ ସାଧନା ଅଙ୍ଗେ ଥିଲେ ଅଗ୍ନିରୂପ ହୋଇ

ପାପମାନେ ଏ ସାଧନେ ଦହି ଭସ୍ମ ଯାଇ

।।

ଅଚ୍ୟୁତ ଦାସ ଯେ ମୁହିଁ କହିଲି ତୁମ୍ଭରେ

ବାର ଦାସ ଯେ ସାଧନ କର ନିରନ୍ତରେ

।।

ଗୁରୁଭକ୍ତିଗୀତା ଏ ଷଷ୍ଠମ ଛାନ୍ଦ ରସ

ଶିଷ୍ୟ ହେତୁ ନିମନ୍ତେଣ କଲଇଁ ପ୍ରକାଶ

।।

 

ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟ

ବୋଧନେ ମାଳାସଂଖ୍ୟାନିରୂପଣେ ନାମ ଷଷ୍ଠପଟଳଃ

Image

 

ସପ୍ତମ ପଟଳ

 

ବୃନ୍ଦାବନ ଗୋବିନ୍ଦ ପୁଚ୍ଛନ୍ତି ବେନି ଜନ

ସଂଶୟ ଫେଡ଼ିଣ ଗୁରୁ କହିବା ଯତନ

।।

ସ୍ନାନର ଫଳ ଯେ ମୋତେ କହିବା ବୁଝାଇ

କେଉଁ କାଳେ ସ୍ନାନ କଲେ କେଉଁ ଫଳ ପାଇ

।।

ଶୁଣ ଆହେ ଗୋପସୁତ କହିବ ତୁମ୍ଭରେ

କେଉଁ କାଳେ ସ୍ନାନ କଲେ କେଉଁ ଫଳ ମିଳେ

।।

ସୂର୍ଯ୍ୟ ଅଣଉଦୟେ ସ୍ନାହାନ ଯଦି କରି

ବତିଶ ଦଣ୍ଡର ଫଳ ହୁଅଇ ତାହାର

।।

ସୂର୍ଯ୍ୟ ଉଦୟ କାଳେ ଯେ ସ୍ନାହାନ କରଇ

ଷୋଳଦଣ୍ଡ ଫଳ ପୁଣ ସେ କାଳେ ଲଭଇ

।।

ପ୍ରହରକଠାରେ ଯେବେ କରଇ ସ୍ନାହାନ

ଆଠ ଦଣ୍ଡ ଫଳ ପୁଣ ଲଭଇ ସେ ଜନ

।।

ଦ୍ୱିତୀୟ ପ୍ରହରେ ଯେବେ ସ୍ନାହାନ କରଇ

ଚାରିଖଣ୍ଡ ଫଳ ପୁଣ ସେକାଳେ ଲଭଇ

।।

ସୂର୍ଯ୍ୟ ଅସ୍ତେ ସ୍ନାହାନ କରନ୍ତି ଯେଉଁ ଜନ

ଚଉଷଠି ଦଣ୍ଡ ଫଳ ଲଭନ୍ତି ସେ ପୁଣ

।।

ଅଣ ଯେ ଉଦୟ ସ୍ନାନ ଋଷି ବଇଷ୍ଣବ

ଉଦୟ ସ୍ନାହାନ ପୁଣ ସଂସାରୀ କରିବ

।।

ଦ୍ୱିତୀୟ ପ୍ରହର ସ୍ନାନ ବିଷୟାର୍ଥୀ ଜାଣ

ତୃତୀୟ ପ୍ରହର ସ୍ନାନ କାହିଁରେ ନ ଗଣ

।।

ଚତୁର୍ଥ ପ୍ରହର ସ୍ନାନ ଫଳ ଅନ୍ତ ନୋହେ

ତ୍ରୟ ବାର ସ୍ନାହାନ ସକଳ ଶାସ୍ତ୍ରେ କହେ

।।

ଅଣ ଉଦୟ ସ୍ନାନ ପ୍ରାତସ୍ନାନ ଦୁଇ

ଏକ ସନ୍ଧ୍ୟା ବୋଲି କରି ତାହାକୁଟି କହି

।।

ଦ୍ୱିତୀୟ ପ୍ରହର ସ୍ନାନ ତୃତୀୟ ପ୍ରହର

ଦୁଇ ସନ୍ଧ୍ୟା ବୋଲି କରି ଏଥିର ବିଚାର

।।

ଅସ୍ତ ସ୍ନାନ ରାତ୍ର ତ୍ରିସନ୍ଧ୍ୟା ଅଟଇ

ରାତ୍ର ପ୍ରହରକଠାରୁ କର୍ମବିଧି କହି

।।

କର୍ମସ୍ନାନ ଏମନ୍ତ ଅଟଇ ପୁଣ ଶୁଣ

ତତ୍ତ୍ୱସ୍ନାନ କଲେ ପାପ ହୁଅଇ ଦହନ

।।

ଗଙ୍ଗା ଯେ ଯମୂନା ସରସ୍ୱତୀ ତିନି ନଈ

ଅର୍ଦ୍ଧମାତ୍ରା ତଳରୁ ସେ ଆସୁଅଛି ବହି

।।

ସେ ନଦୀରେ ଯେଉଁମାନେ କରନ୍ତି ସ୍ନାହାନ

ଅଖଣ୍ଡ ଫଳ ଲଭନ୍ତି ସେହୁ ପୁଣ୍ୟ ଜନ

।।

ଅଣାକାର ଆକାର ପ୍ରଣବ ସାର ନଈ

ଓଁ କାରରୁ ଏହି ତିନି ଧାରେ ବହି ଯାଇ

।।

ମାତାଗର୍ଭ ପାପ ଯାଏ ଜନ୍ମକର୍ମ ପାପ

ପୂର୍ବଜନ୍ମ ପାପମାନ ଖଣ୍ଡଇ ତୁରିତ

।।

ସାଧୁ ବିପ୍ରମାନେ ସେହୁ ଜଳେ ସ୍ନାନ କରି

ତ୍ରିବେଣୀ ନଦୀରେ ପୁଣ ପ୍ରାତ ସନ୍ଧ୍ୟା ସାରି

।।

ଜଳସ୍ନାନ ସାରିଣ ଯେ ମନ୍ତ୍ର ସ୍ନାନକରି

ମନ୍ତ୍ରସ୍ନାନ ସାରିଣ ଯେ ତ୍ରିବେଣୀ ସୁମରି

।।

ତ୍ରୟବାର ସ୍ନାହାନରେ ଶୁଦ୍ଧ ହୋଏ କାଏ

ଜଳେ ସ୍ନାନ କଲେ ଦେହୁ ମଳି ଛାଡ଼ିଯାଏ

।।

ମନ୍ତ୍ରସ୍ନାନ କଲେ ଦେହ ଶୁଚିବନ୍ତ ହୋଇ

ତ୍ରିବେଣୀ ସ୍ନାହାନ କଲେ ପାପ ଘୁଞ୍ଚିଯାଇ

।।

ଋଷି ବିପ୍ର ବଇଷ୍ଣବ ସୁଜ୍ଞ ନରମାନେ

ରେଚକ ପୂରକ ଯେ କୁମ୍ଭକ କରି ମନେ

।।

ଭୁର୍ଭୁବଃ ସ୍ୱଃ ମାତୃକା ଯେ କର ଅଙ୍ଗନ୍ୟାସ

ଷଡ଼ଙ୍ଗ କବଚ ଭୁତଶୁଦ୍ଧିରେ ପ୍ରକାଶ

।।

ସେହୁ ତ୍ରିବେଣୀରେ ପଶି ଯେହୁ ଜପ କରେ

ସକଳ ପାତକମାନେ ହରନ୍ତି ସେଠାରେ

।।

ଏ ଭେଦ ନ ଜାଣି ଯେ ଜଳରେ ସ୍ନାନ କରେ

ଦେହକୁ ଆରାମ ଧରେ ଭୋଗ ସୁଖ କରେ

।।

କେ କୃମି ରୋଗକୁ ସୁଖ ଅଟଇଟି ଜଳ

ସଂସାର କର୍ମମାନଙ୍କୁ ଅଟଇ କୁଶଳ

।।

ଏହି ଗୁରୁଭକ୍ତି ଗୀତା ସପ୍ତମ ଛାନ୍ଦରେ

ଅଚ୍ୟୁତ ଦାସ କହଇ ଦ୍ୱିତୀୟ ଖଣ୍ଡରେ

।।

 

ଇତି ଶ୍ରୀଗୁରୁଭକ୍ତିଗୀତାୟାଂ ଦ୍ୱିତୀୟ ଖଣ୍ଡେ

ଗୁରୁଶିଷ୍ୟ ବୋଧନେ ସ୍ନାନଯୋଗ କଥନେ ନମଃ ସପ୍ତମ ପଟଳଃ

Image

 

ଅଷ୍ଟମ ପଟଳ

 

ମୁକୁନ୍ଦ ଅନନ୍ତ ଦାସ ଭ୍ରାଥଦାସ ତିନି

ଆଜ୍ଞା ହେଉ ଗୁରୁଦେବ ଛାୟା ଭେଦ ଚିହ୍ନି

।।

ଛାୟାର କେମନ୍ତ ଫଳ ଗୁରୁଦେବ କହି

କେମନ୍ତେ ସାଧନ ହେବ ଶୁଣିବି ଗୋସାଇଁ

।।

ଶୁଣ ଆହେ ଗୋପସୂତ ଗୁପତ ଏ କଥା

ସଦଗୁରୁ ଜାଣନ୍ତି ଯେ ଛାୟାର ବ୍ୟବସ୍ଥା

।।

ମାଘ ଯେ ଫଗୁଣ ଭାଦ୍ରମାସ ହୋଇଥିବ

ଶୁକଳ ପକ୍ଷରେ ଭଲ ଦିନ ପଡ଼ିଥିବ

।।

ବିଷ୍ଟି ବିତିପାତ ଯେ ନ ଥିବ ସେହି ଦିନ

ମାହେନ୍ଦ୍ର ବାରୁଣୀ ପଡ଼ିଥିବ ଯୋଗ ମାନ

।।

ଶୁଭ ଚନ୍ଦ୍ର ଶୁଭ ତାର ଦେଖି ଶୁଭ ବାର

ଛାୟାଭେଦ ଦେଖାଇବ ଅମୃତ ଯୋଗର

।।

କାଳ ସେ ଯେ ଛାଏଣି ଚାୟାରେ ସେହୁ ମିଶେ

ମନୁଷ୍ୟକୁ ଜଗିଥାନ୍ତି ରାତ୍ର ଯେ ଦିବସେ

।।

କାୟା ଯେତେ କର୍ମକରେ ଛାୟେଣି ଜାଣଇ

ଛାୟେଣି ଜାଣିଣ ଛାୟା ଆଗରେ କହଇ

।।

ରାତ୍ର ଦିନ ପାପ ପୁଣ୍ୟ ଲେଖା ହୋଇଥାଇ

ସ୍ୱପନସୁନ୍ଦରୀ ତାର ସଖୀଗଣ ହୋଇ

।।

ସ୍ୱପନସୁନ୍ଦରୀ ଛାୟା ଆଗେ କହେ ଯେଣୁ

ଯେଉଁ କର୍ମ କରିଥାନ୍ତି ପ୍ରାଣିମାନେ ତେଣୁ

।।

କାଳପୁରୁଷ ଯେ ତାହା ଲେଖନ କରଇ

କାଳ ଯେ ପୁରୁଷ ତାର କରଣ ଅଟଇ

।।

ବହୁତ ପାପ ହୋଇଲେ ଅକାଳ ମରଣ

ପୁଣ୍ୟ କରିଥିଲେ କାଳେ ଲଭଇ ମରଣ

।।

କାୟା ଯେ ମିଶଇ ପୁଣ ଛାୟାରେଣ ଯାଇ

ଛାଏଣି ପୁଣ ଯେ ଛାଇ ଭିତରେ ପଶଇ

।।

ଧର୍ମ ବୋଲି କହି କହି ଛାୟା ଯେ ପୁରୁଷ

ଧର୍ମନେଇ ଭେଟାଇଟି ଯମରାଜା ପାଶ

।।

ଏଣୁକରି ଧର୍ମ କଥା ନିତ୍ୟେ କହୁଥିବ

ଛାୟାରୂପ ଦରଶନେ ଧର୍ମଫଳ ହେବ

।।

ନବତନ ବସ୍ତ୍ର ଏକ କରିବ ଯତନ

ଶୀତଳ ସଞ୍ଚା କରିବ ନାନା ବିଧିମାନ

।।

ଏକଦୃଷ୍ଟି ରଖିବ ଯେ ଛାଏଣି ଶିରରେ

ଛାଏଣି ଶିରକୁ ଦୃଷ୍ଟି ଦେବ ଛାଇଠାରେ

।।

ଧବଳ ଶରୀର ଯେବେ ଆକାଶେ ଦିଶିବ

ପ୍ରସନ୍ନ ହୋଇଲେ ବୋଲି ଶିଷ୍ୟବୋଧ ହେବ

।।

ଶିର ଯଦି ନ ଦିଶିବ ଛାଇର ପ୍ରମାଣ

ନନ୍ଦମାସେ ଜାଣିଚ ଯେ ପିତୃର ମରଣ

।।

ହସ୍ତ ନ ଦିଶିଲେ ଭ୍ରାଥ ନିକଟେ ମରଇ

ପାଦ ନ ଦିଶିଲେ ତାର ପୁତ୍ର ନାଶ ଯାଇ

।।

ଉଦର ଯେ ନ ଦିଶିଳେ ମାତୃ ହୋଏ ହତ

ଛାୟା ବ୍ରହ୍ମ ନ ଦିଶିଲେ ଆପେ ହୋଏ ହତ

।।

ବକ୍ର ଭାବ ହୋଇଲେ ଯେ ଦିଏ ବହୁଦୁଃଖ

ଛାୟା ଦରଶନ ପୁଣ ଜାଣିବ ଏତେକ

।।

ଗୁଣବାନ ପ୍ରାଣୀ ଯେବେ ଏହା ଭେଦିପାରେ

ଧର୍ମକଥା କହୁଥାଇ ନିଶି ଦିବସରେ

।।

ଛାୟାର ଯେ ଅଙ୍ଗ ଜାଣ ଓଁକାର ଅଟଇ

ଓଁକାର ଯେ ବହୁରୂପ ଅନନ୍ତଟି ସେହି

।।

ଶ୍ୱେତ ଅନନ୍ତ ରୂପକୁ ଧ୍ୟାନ ଯେ କରିବ

ନିତି ତିନି ବେଳେ ତାଙ୍କୁ ଦର୍ଶନ କରିବ

।।

ହ୍ରୀ ବ୍ରହ୍ମ ସ୍ୱରୂପ ବୋଲିଣ ସେ ନମିବ

ଅଚ୍ୟୁତର ଗଣ ସେହୁ ଏହା ଯେ ବୁଝିବ

।।

ଗୁରୁଭକ୍ତି ଗୀତା ଦ୍ୱିତୀୟଖଣ୍ଡର ବାଣୀ

ଅଷ୍ଟମ ଛାନ୍ଦ ଏ ଛାୟା ବ୍ରହ୍ମର କାହାଣୀ

।।

 

ଇତି ଶ୍ରୀ ଗୁରୁଭକ୍ତି ଗୀତାୟାଂ ଦ୍ୱିତୀୟଖଣ୍ଡେ

ଗୁରୁଶିଷ୍ୟବୋଧନେ ଛାୟାରୂପ କଥନେ ନାମ ଅଷ୍ଟମ ପଟଳଃ

Image

 

ଗୁରୁଭକ୍ତି ଓ ଗୀତା (ଦ୍ୱିତୀୟ ଭାଗ)

ନବମ ପଟଳ

 

ଶୁଣ ହେ ଚବିଶ ତୁମ୍ଭେ ରାମ ବିଷ୍ଣୁ ଦାସ

ଅବାଡ଼ ଜ୍ୟୋତିକି ସେ ଯେ ମନେ ତୁମ୍ଭେ ଘୋଷ

।।

ଚକ୍ଷୁ ଫେଡ଼ି ତ୍ରିକୁଟକୁ ଯେବେ ଲୟ କରି

ସେ ପଥକୁ ସାଧୁମାନେ ପାରନ୍ତି ଯେ ଧରି

।।

ବିଜୁଳିର ମାଳା ପ୍ରାୟେ ଦିଶଇ ଯତନ

ଚକ୍ଷୁରେ ଚାହିଁଲେ ସେ ଯେ ହୁଅନ୍ତି ପ୍ରସନ୍ନ

।।

ମନ୍ତ୍ର ସୁମରଣା ସାର ଏ ରୂପ ଦର୍ଶନ

ଗୋପୀ ଗୋପାଳ କିରଣ ଅଟନ୍ତି ପ୍ରମାଣ

।।

ସେ ବିମ୍ୱୁ ଗୋଟିକେ ଗୋପୀ ଗୋପାଳ ଗୋଟିଏ

ଘଟେ ଘଟେ ଲୀଳାକରି ଗୁପତେ ଯେ ରହେ

।।

ଗୁପତୁଁ ଗୁପତ ଏ ଯେ ଗୁରୁଙ୍କର ସାର

ଉତ୍ତମ ଶିଷ୍ୟ ଜାଣନ୍ତି ଏଥିର ବିଚାର

।।

ମାଘମାସ ଏକାଦଶୀ ଫଗୁଣ ବୈଶାଖ

ସୁଘଡ଼ି ତିଥି ଯେ ପଡ଼ିଥିବ ଭଲ ଯୋଗ

।।

ଶୀତଳ ମଣୋହି କରି ବସ୍ତ୍ର ଫୁଲ ପାନ

ଶିଷ୍ୟକୁ ଗୁରୁ ଯେ ପୁଣି କରାଇ ଦର୍ଶନ

।।

ତେବେ ଶିଷ୍ୟ ଜୀବର ମୋକ୍ଷଗତି ପାଏ

ଏ ଭେଦ ନ ଜାଣି ଗୁରୁ ଶିଷ୍ୟ କରୁଥାଏ

।।

ଶିଷ୍ୟର ସଂଶୟମାନ ନ ଯାଇ ହୃଦରେ

ବାୟେ ଯେହ୍ନେ ନାବ ଭାସି ବୁଲଇ ନଦୀରେ

।।

ଯନ୍ତ୍ର ମନ୍ତ୍ର ତନ୍ତ୍ର ଛାୟା ଆଦି ଯେ ଅବାଡ଼

ଗୁରୁ ଶିଷ୍ୟ ନିରନ୍ତର ଭଜୁଥିବ ଦୃଢ଼

।।

ଶ୍ରୀ ଅବାଡ଼ାୟ ନମଃ ସୁମରଣା କରି

ସକଳ ପାତକ ଯିବ ମନ୍ତ୍ରକୁ ସୁମରି

।।

ମୁକୁନ୍ଦ ରାହାସ ଶୁଣ ଅନନ୍ତ ପ୍ରଧାନ

ମଥୁରୀ ସୁଦାମ ମନେ ହେତୁ କରି ଘେନ

।।

କଳିକାଳ ଘୋଟିବ ଯେ ଏ ଘୋର ସଂସାର

ପଦେ ଅଧେ ଶିଖି ଗୁରୁ ହୋଇବେ ଅପାର

।।

ପେଟର ନିମନ୍ତେ ଘରେ ଘରେ ଫେରୁଥିବେ

ବସ୍ତ୍ର ପଣେ ନିମନ୍ତେଣ ଗୁରୁ ବୋଲାଇବେ

।।

ଅମେଧ୍ୟ ଆହାରକରି ବଡ଼ପଣେ ଚିତ୍ତ

ପାଦାନ୍ତି ବୁରଙ୍ଗ ଚଢ଼ି ହୋଇବେ ଉନ୍ନତ୍ତ

।।

କୁକୁର ମାଙ୍କଡ଼ ଶୁଆ ପଞ୍ଜରି ଘେନିବେ

କାକସ କର୍ମ କରିବେ ସାତ୍ତ୍ୱିକ ଏଡ଼ିବେ

।।

ସତ୍ୟଯୁଗେ ମୁନିମାନେ ରାଜସ ଏଡ଼ିଲେ

ତ୍ରେତାଯୁଗେ ଫଳ ମୂଳ ଖାଇଣ ବଞ୍ଚିଲେ

।।

ଦ୍ୱାପର ଯୁଗରେ ବନେ ରଖି ବତ୍ସା ଗାଈ

କଳି ଯୁଗେ ଶ୍ରୀଚୈତନ୍ୟମାନେ ନୃତ୍ୟେ ହୋଇ

।।

ଶ୍ରୀ ଚୈତନ୍ୟ ଲୀଳା କରି ଦେଶେ ଦେଶେ ବୁଲି

ଚୈତନ୍ୟ କରୁଣା ଯେ ତୁମ୍ଭଙ୍କୁ ଛନ୍ତି କରି

।।

ବାର ଗୋପ ରାହାସରେ ଅଟ ତୁମ୍ଭେ ସାର

ତୁମ୍ଭରେ ଉଚ୍ଛନ୍ନ ହେବ ଓଡ଼ିଶା ସଂସାର

।।

ତୁମ୍ଭ ଶିଷ୍ୟଗଣ ଶିଷ୍ୟ ହୋଇବେ ବହୁତ

ସ୍ତିରୀ ପୁତ୍ର ଜଗତେ ଭଗତ ତୋଷ ଚିତ୍ତ

।।

ପୂର୍ବର ବାସନା ଥିଲା ନୀଳାଚଳେ ଗଲ

ସିଂହଦ୍ୱାରଠାରେ ପ୍ରଭୁ ଚୈତନ୍ୟ ମିଳିଲି

।।

ମୁକୁନ୍ଦ ଅନନ୍ତ ପିତା ତାଙ୍କ ପାଦେ ପଡ଼ି

ଖୋଳ କରତାଳ ଯେ ତୁମ୍ଭଙ୍କୁ ଦେଲେ ଲୋଡ଼ି

।।

ପୂଜା ସେବା କରି ତାଙ୍କୁ ବିନୋୟୀ ହୋଇଲେ

ଏବାଳକମାନଙ୍କୁ ଯେ ଦୟାହେବ ଭଲେ

।।

ମଥୁରୀ ସୁଦାମ ପିତା କହିଲେ ବୁଝାଇ

ଗୋବିନ୍ଦ ବତ୍ସଙ୍କ ପିତା ସ୍ତୁତି ପୁଣ କହି

।।

ଏମନ୍ତ କରି ଝଙ୍କଡ଼ ସାରଦା ମଣ୍ଡଳେ

ତୁମ୍ଭେ ଲୀଳା କର ଏବେ ବାର ଗୋପମେଳେ

।।

ଏମନ୍ତ ବୋଲିଣ ରାମ କହିଥିଲା ମୋରେ

ମୋର ଚିତ୍ତ ରହିଥିଲା ତୁମ୍ଭ ରାସଠାରେ

।।

ଏଣୁକରି ବଇଶାଖ ମାସେ ଅଣାଇଲୁ

ତୁମ୍ଭଙ୍କୁ ଦେଖିଣ ଯେ ବହୁତ ସୁଖୀ ହେଲୁ

।।

ଗୋପକୁଳ ଉଦ୍ଧାର ଯେ ଘରେ ଘରେ ମିଳି

ପୁତ୍ତ୍ର ପତି ବନ୍ଧୁଲେଖା କୁଟୁମ୍ୱ ଶଙ୍ଖେଳି

।।

ଆମ୍ଭପୁତ୍ର ଅଂଶବୋଲି ତୁମ୍ଭରେ ମିଶିବେ

ମାଳ ଯେ ତିଳକ ବହି ଖୋଳ ବଜାଇବେ

।।

କର୍ତ୍ତାଳ ହସ୍ତରେ ବାଇ ରାସଲୀଳା ଗାଇ

ବଢ଼ିବ ଯେ ଅଂଶମାନ ବହୁତ ଯେ ହୋଇ

।।

ଅଚ୍ୟୁତର ଶିଷ୍ୟ ରାମ ଭ୍ରାତ ବେନିଜନ

ରାମ ଭ୍ରାତ ସୁତ ତୁମ୍ଭେ ବାର ମଦାଜନ

।।

ହରିର ବଣିଜ କରି ସଂସାର ଉଦ୍ଧାର

ଶ୍ରୀ କୃଷ୍ଣର ଲୀଳା ଯେତେ ଦେଖନ୍ତୁ ସଂସାର

।।

ଷାଠିଏ ଦଣ୍ଡ ଯେ ଅଷ୍ଟ ପ୍ରହର ସଙ୍ଗୀତ

ତୁମ୍ଭଙ୍କୁ ଉବାର ନାହିଁ ବାନାର ବଳେ ତ

।।

ଶୂଦ୍ରକୁଳେ କପଟେ ଜନମ ଆମ୍ଭେ ହୋଇ

ସମାନ ନିମନ୍ତେ ଗୋପେ ଜନ୍ମ ହେଲୁ ତହିଁ

।।

କଳିଯୁଗେ ମଧ୍ୟେ ତୁମ୍ଭେ ଆମ୍ଭେ ଏକ ମତ

ନୀର କ୍ଷୀର ଯେମନ୍ତ ଅଟଇ ଅଭେଦତ

।।

ସ୍ୱାମୀ ନାରୀ ପିତା ପୁତ୍ର ଯେମନ୍ତ ପୀରତି

ବାଲ ଗୋପମୁଖ୍ୟ ଅଟ ଆମ୍ଭର ଯେ ପ୍ରୀତି

।।

ଆଦି ଅନାଦି କାଳୁ ଗୋପର ଭିଆଣ

ବିଭା ବନ୍ଦାପନା କାର୍ଯ୍ୟ ଅକାର୍ଯ୍ୟରେ ପୁଣ

।।

କଳିଯୁଗେ କୃଷ୍ଣ କଥା ଅଟଇଟି ସାର

ଦୀନ ଅଚ୍ୟୁତ କହନ୍ତି ଶିଷ୍ୟଙ୍କ ଆଗର

।।

ଗୁରୁଭକ୍ତିଗୀତା ଯେ ଦ୍ୱିତୀୟ ଖଣ୍ଡ ରସ

ନବମ ଛାନ୍ଦ କହିଲି ଶୁଣି ହୁଅ ଚୋଷ

।।

 

ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟ ଖଣ୍ଡେ ଗୁରୁଶିଷ୍ୟ ବୋଧନେ

ଜ୍ୟୋତିବିଧି କଥନେ ନାମ ନବମ ପଟଳଃ

Image

 

ଦଶମ ପଟଳ

 

ମୁକୁନ୍ଦ ଅନନ୍ତ ବତ୍ସ ବାଳକ ମଥୁରି

ଜ୍ୟୋତିରାନନ୍ଦ ମୂରତି କେମନ୍ତେ ସୁମରି

।।

ପଚାରୁ ବାର ଗୋପାଳ କହିବା ପ୍ରମାଣ

ଶ୍ରୀଗୁରୁ ପରମଗୁରୁ କହ ପରିଚ୍ଛିନ୍ନ

।।

ଶୁଣି ଗଦଗଦ ପ୍ରେମେ ବହଇ ଲୋତକ

ରାମଚନ୍ଦ୍ର ଶିଷ୍ୟ ପୁଛି ବଡ଼ ଆଚମ୍ୱିତ

।।

କୋଟିକେ ଗୋଟିଏ ଯାହା କରନ୍ତି ପ୍ରମାଣ

ଏଇ ଅନ୍ୟ ନାହିଁ ଗତି କଲେ ସୁମରଣ

।।

ସଦଗୁରୁ ମିଳିଲେ ଯେ ହାତ ମାରିଦେଲା

ସେ ସ୍ଥାନ ଚିହ୍ନଇ ତାକୁ ଦିଅନ୍ତି ଦେଖାଇ ୫

।।

କହିବା ତହିଁର ପୂଜା ଶୁଣ ଏକମନ

ରାମ ଭ୍ରାଥାଠାରୁ ପାଇଅଛ ବାରଜଣ

।।

ସଂଶୟ ଫିଟିବା ପାଇଁ ଆମ୍ଭଙ୍କୁ ପୁଚ୍ଛିଲ

ମନର ସଂଶୟ ଯିବ ଭଲ ବିଚାରିଲ

।।

ମାଘ ବୈଶାଖ ଭାଦ୍ରବ ଯଦି ବା ଫଗୁଣ

ଶୁକଳ ପକ୍ଷ ହୋଇବ ଉତ୍ତମ ବାରେଣ

।।

ଏ ମାସମାନଙ୍କେ ପୂଜାବିଧି ସେ ଯେ କରି

ଗୁରୁ ଶୁକ୍ର ସୋମବାର ବୁଧ ସେ ବିଚାରି

।।

ତାରଚନ୍ଦ୍ର ଯୋଗମାନ ଉତ୍ତମ ବୁଝିବ

ଏମାନ ବୁଝିଣ ସେ ଯେ ଦର୍ଶନ କରିବ

।।

ଦରଶୀ ଭାବରେ ତାଙ୍କ ମନ ଦୃଢ଼ ହେବ

ଏମାନ ବୁଝି ଦେଖିଲେ ଉତ୍ତମ ଯେ ହେବ

।।

ଉଦେ ସୂର୍ଯ୍ୟ ପରା ଏକା ଦିଶେ ଯାର କାନ୍ତି

ସେରୂପ ଦର୍ଶନ କଲେ ପାପ ଘୁଞ୍ଚିଯାନ୍ତି

।।

ଝଟକ ବିଜୁଳି ପରି ଦିଶଇ ଯେ ଜାଣ

ଦର୍ଶନ ମାତ୍ରକେ ପୂର୍ବପାପ ଯେ ଖଣ୍ଡନ

।।

ଦଗଧ ସୁବର୍ଣ୍ଣପ୍ରାୟେ ଆବର ଦିଶନ୍ତି

ଦରଶନେ ବୃଷଳୀ ପାତକ ନାଶ ଯାନ୍ତି

।।

କାନିଶ୍ରୀ ପୁଷ୍ପର ପ୍ରାୟେ ଦିଶଇ ଯେ ବର୍ଣ୍ଣ

ଦେଖିଲେ ମାତୃହରଣ ଦୋଷ ଯେ ଖଣ୍ଡନ

।।

ଏମନ୍ତେଣ ଅଷ୍ଟାଦଶ କଳା ଯେ ଅଟଇ

ଅଷ୍ଟଗୋଟି ରୂପେ ଅଷ୍ଟ କୋଟି ପାପ ଦହି

।।

ଏ ରୂପ ନ ଚିହ୍ନି ବଡ଼ ହୋଇବେ ମହନ୍ତ

ମାର ଧର ବାନ୍ଧରେ ଯେ ହୋଇବେ ମମତ

।।

ବନ୍ଧା ନଟ ନ ପାଇଣ କଉଡ଼ିରେ ଚିତ୍ତ

ଏ ବୁଦ୍ଧି ବିଚାରିଲେ ଯେ ନ ମିଳିବ ଭାତ

।।

ପାପ ନ ଚ୍ଛେଦିଣ ପାପ ପଦାର୍ଥ ଭକ୍ଷିବେ

ତେଣୁକରି ପୁତ୍ର ନାତି ଭକ୍ତିହୀନ ହେବେ

।।

ସତଶାନ୍ତ ଦୟା କ୍ଷମା ନ ଧରିବେ ଚିତ୍ତ

ଘୃତ ଦୁଧ ଭୋଗ ଭୁଞ୍ଜି ପେଟ ବଡ଼ ମତ

।।

ଏମନ୍ତ ଜନରଠାରେ ୟେ ସାଧନା କରି

ଜ୍ୟୋତି ଭଳନକୁ ଭୋଗ ଅଟଇ ବଇରୀ

।।

ଅଳପ ଭୋଗ ଭୁଞ୍ଜିଣ କ୍ଷୀଣ ହୁଏ ଦେହ

ପବନେ ପଶି ଭଜିଲେ କରଇ ଯେ ସ୍ନେହ

।।

ପଲକେ ପଲକେ ଲୟ ଲଗାଇଣ ଥାଇ

ଏମନ୍ତ ଅଙ୍ଗେଣ ପାପ ଘୁଞ୍ଚି ଯାଉଥାଇ

।।

ଶୁଣ ହୋ ଚବିଶ ଗୋପ ଗୋବିନ୍ଦ ମଥୁରି

ନିରନ୍ତରେ ସାଧୁଥିବ ଏହିରୂପ ସ୍ମରି

।।

କଳିଯୁଗେ ଏ କଥାରେ ନ ବଳିବ ଚିତ୍ତ

ଗୁପତେଣ ଥିବେ ଗ୍ରାମେ ଗ୍ରାମେ ଏକମତ

।।

ମନ୍ତ୍ର ଜପମାଳ କରି ଦମ୍ଭପଣେ ଥିବେ

ଅଙ୍ଗୁଷ୍ଠ ଭେଦ ନ ଜାଣି ତର୍ଜନୀ ଭଜିବେ

।।

ଅଭଣ୍ୟ ଭକ୍ଷିଣ ହିଂସା ବହୁଥିବେ ଚିତ୍ତେ

ଗୁରୁଶିଷ୍ୟ ମନ୍ତ୍ର ଶାସ୍ତ୍ରେ ନୋହିବେ ନିର୍ଜିତେ

।।

ଗୁରୁମାନେ ଭଜୁଥିବେ ବସନ କଉଡ଼ି

କଉଡ଼ି ନ ଦେଲେ ଶିଷ୍ୟ ଦେବେଟି ଘଉଡ଼ି

।।

ଦ୍ୱାରେ ଦ୍ୱାରେ ଗୁରୁ ବୁଲୁଥିବେ ନିରନ୍ତରେ

ନ ଥିଲା ଶିଷ୍ୟ ଲୁଚିବ ବଣର ଭିତରେ

।।

ଗୁରୁଙ୍କ ଲୋଭ ହୃଦୟ ଶିଷ୍ୟ ଜାଣି କରି

ମନେ ବିଚାରିବ ଗଲେ ପକାଇବେ ମାରି

।।

ହସ୍ତେ ପଣେ ନାହିଁ ମୁହିଁ କାହୁଁ ଦେବି ପୁଣ

ଏଣୁ କରି ଗୁରୁଶିଷ୍ୟ ହେବେ ରଣଭଣ

।।

ନଷ୍ଟ ଭ୍ରଷ୍ଟ ହୋଇ ଧର୍ମପଥ ଯେ ବୁଡ଼ିବ

ଭେକରେ ବହୁତ ପୁଣ କଳଙ୍କ ଲାଗିବ

।।

ତୁମ୍ଭେ ବାର ଗୋପ ମୋର ରାହାସ ପ୍ରଧାନ

ଠାକୁର ଆଜ୍ଞାରେ ତୁମ୍ଭେ ଜାତ ବାରଜଣ

।।

ସାକ୍ଷାତରେ ଶ୍ରୀ ଚୈତନ୍ୟ କଲ ଦରଶନ

ଚୈତନ୍ୟ ମଣ୍ଡଳୀ ନୀଳାଚଳ ଯେ ଭୁବନ

।।

ଆମ୍ଭର କରୁଣା ପୁଣ ହୋଇଲା ତୁମ୍ଭରେ

ଅଚ୍ୟୁତ କହିଲେ ଯାହା ଗୁପତ ଗ୍ରନ୍ଥରେ

।।

ପ୍ରକାଶ କଲେ ବିପତ୍ତି ଦରିଦ୍ର ଯୋଗ ହୁଏ

ବିଡ଼ମ୍ୱଣ ଅପବାଦ କୁଷ୍ଠ ହୋୟେ ଦେହେ

।।

 

ଇତି ଶ୍ରୀଗୁରୁଭକ୍ତିଗୀତାୟାଂ ଦ୍ୱିତୀୟ ଖଣ୍ଡେ ଗୁରୁଶିଷ୍ୟବୋଧନେ

କଳି ବ୍ୟବହାର କଥନେ ନାମ ଦଶମ ପଟଳଃ

Image

 

ଏକାଦଶ ପଟଳ

 

ସହଜ ସମାଧିଭାବ କହିଲି ପ୍ରମାଣ

ହଜିବା ସମାଧି ପୁଣ କହିବା ଲକ୍ଷଣ

।।

ରୋମମାନ ପୁଲକିତ ହରଷେଣ ଚିତ୍ତ

ରାମଚନ୍ଦ୍ର କହ କିସ ପଚାରେ ତୋ ସୁତ

।।

କରପତ୍ର ଯୋଡ଼ିଣ ଯେ ରାମଚନ୍ଦ୍ର କହି

ପଚାରନ୍ତି ବକତା ଯେ ଶ୍ରୋତା ତିନି ହୋଇ

।।

ପଚାରନ୍ତି ଆନନ୍ଦ ମୁକୁନ୍ଦ ବୃନ୍ଦାବନ

ଅନନ୍ତ ମଥୁରି ବତ୍ସ ଗୋବିନ୍ଦ ପବନ

।।

ଶ୍ରୋତା ଅଙ୍ଗ ରାମ ଭ୍ରଥ ବକ୍ର ବିଷ୍ଣୁ ଦାସ

ଧରମୁ ଦକ୍ଷିଣ ଚନ୍ଦ୍ର, ବେନି ଯେ ପାରୁଶ

।।

ବକତା ଅଙ୍ଗ ଧରିଣ ଶ୍ରୀ ଅଚ୍ୟୁତ ତୁମ୍ଭେ

ତୁମ୍ଭେ ଯାହା କହିବ ଯେ ବୁଝାଇବୁ ଆମ୍ଭେ

।।

ଏ ଗୋପଜନ କହିବେ ବୁଲିଣ ସଂସାରେ

ଅଭେଦମାନ ଛାଡ଼ିଣ ଏହାଙ୍କ ସଙ୍ଗରେ

।।

ରାମଚନ୍ଦ୍ର ବାକ୍ୟ ଶୁଣି କହି ହରଷେଣ

ଚବିଶ ଗୋପାଳ ତୁମ୍ଭେ ସାବଧାନେ ଶୁଣ

।।

ଚତୁର୍ଥରୁ ଛଡ଼ରୁ ଯେ ଦଶରେ ମିଶିବ

ଦଶକୁ ନେଇଣ ଦ୍ୱାଦଶରେ ମିଳାଇବ

।।

ଦ୍ୱାଦଶ ମିଳିବ ପୁଣ ଷୋଳ ଭୁବନରେ

ଷୋଳକୁ ରଖିବ ଚାରି ଅଷ୍ଟ ଯେ ଥାନରେ

।।

ଚାରି ରହିବ ଯେ ବଜ୍ରକିଳିଣୀ ଠାବରେ

ଦ୍ୱାଦଶ ଫେଣା ରହିବ ଘଣ୍ଟାନାଦଠାରେ

।।

ଘଣ୍ଟାନାଦଠାରେ ଶିଶୁମୁନାରେ ଛନ୍ଦିବ

ନିତି ନିତି ଦଣ୍ଡେ ଦଣ୍ଡେ ସାଧନ କରିବ

।।

ବାର ବରଷର ଯାଏ ସାଧନା ଯେ କରି

ସାନ କାଳେ ଗୁରୁଠାରେ ଥିବ ଯେ ପଚାରି

।।

ଅଇଲେ ଆସଇ ଜୀବ ନଇଲେ ନ ଆସେ

ଦ୍ୱାରମାନ ଜଗିଥାନ୍ତି ଏଣୁ ଅଂଶେ ଅଂଶେ

।।

ମରଣ କାଳ ଜାଣିଣ ସେହି ପଥେ ଯାନ୍ତି

ଜୀବ ଥିବାଯାକେ କିଛି କିଛି ସାଧୁଥାନ୍ତି

।।

ଏ ଭକ୍ତି ଯୋଗ ଯେ ସାଧେ ତାକୁ ସାଧୁ କହି

ଏହା ଯେ ନ ସାଧେ ସେହୁ ଭୁଲି ମରୁଥାଇ

।।

ଗତି ନ ପାବନ୍ତି ସେହୁ ମରଣ କାଳେଣ

କଫ ବାତେ ମନ୍ତ୍ର ଜପ ନୁହଇଟି ପୁଣ

।।

ଏ ସାଧନା ଲୟ କରି ମୃତ୍ୟୁ ଯେବେ ହୋଏ

ଲେଉଟିଣ ସାଧୁଘରେ ଜାତ ହେଉଥାଏ

।।

ପାଞ୍ଚ ଯେ ବରଷଠାରେ ମନ୍ତ୍ର ଶିଖାଇବ

ଦଶ ଯେ ବରଷଠାରେ ଯନ୍ତ୍ର ବୁଝାଇବ

।।

ପନ୍ଦର ବରଷଠାରେ ତନ୍ତ୍ରକୁ ଶିଖିବ

କୋଡ଼ିଏ ବରଷଠାରେ ସାଧନାକୁ କହି

।।

ପଚିଶ ବରଷଠାରେ ଛାୟାରୂପ ଧ୍ୟାୟି

ଜ୍ୟୋତି ଦେଖାଇବ ପୁଣି ତିରିଶ ବରଷେ

।।

ପଞ୍ଚତ୍ରିଂଶ ଠାବରେ ସେ ସମାଧି ପ୍ରବେଶେ

ହଜିବାର ଗମିବ ଯେ ଚାଳିଶ ବରଷେ

।।

ରସ ଗୁଣ କହୁଥିବ ମୃତ୍ୟୁ ପରବେଶେ

ଅଷ୍ଟକାଳ ଷାଠି ଦଣ୍ଡ ତିନି ଧୂପ ଲୀଳା

।।

ପାଞ୍ଚଧୂପ ନଇବେଦ୍ୟ ଭଗତର ଖେଳା

ଯନ୍ତ୍ରଂ ମନ୍ତ୍ରଂ ତନ୍ତ୍ରଞ୍ଚୈବ ଛାୟା ଜ୍ୟୋତିରବାଡ଼କଂ

।।

ହଜ ସମାଧି ରସଗୁଣଂ ଚ ଯୋଜାନାତି ସ ବୈଷ୍ଣବଃ

ଏ ଅଷ୍ଟଗୁଣ ନ ଜାନାମି ମନୁ ନ ହରେ ସଂଶୟଃ

।।

ସର୍ବ ଶାସ୍ତ୍ର ଅନ୍ଧକାର ସଗୁଣନିର୍ଗୁଣଃ ସଦା

ଶୁଣ ଆହେ ଗୋପସୂତ ଭଗତିର କଥା

।।

ସଗୁଣ ନିର୍ଗୁଣ ଦୁଇ ଯେବଣ ବ୍ୟବସ୍ଥା

ଦୁଇ ଯେ ଡେଣାରେ ପକ୍ଷୀ ଉଡ଼ିକରି ଯାଇ

।।

ଦୁଇ ଯେ ଚକ୍ଷୁରେ ସେହି ସଂସାରେ ଖେଳଇ

ଏକ ଯେ ନ ଥିଲେ କଣା ଦୁଇଗଲେ ଅନ୍ଧ

।।

ଏଣୁ କରି ନିର୍ଗୁଣ ସଗୁଣ ସେହୁ ଭେଦ

ଯନ୍ତ୍ର ମନ୍ତ୍ର ତନ୍ତ୍ର ରାମ ଏହୁ ଚାରି ଗୁଣ

।।

ସଗୁଣ ଯାହାକୁ ବୋଲେ ଏହୁ କଥା ଶୁଣ

ଛାୟା ଅବାଡ଼ ଜ୍ୟୋତି ଯେ ଏହୁଟି ସମାଧି

।।

ଏ ଚାରି ନିର୍ଗୁଣ ବୋଲି ପାରିଲେଟି ସାଧି

ବୋଲି ବାଣୀରେ ଗାଇବ–

ଗୁରୁ ଶିଷ୍ୟ ଯେବେ ଏହା ନ ଜାଣି

କଣା ବୋଲି ଶାସ୍ତ୍ରେ ତାକୁ ବଖାଣି

।।

ଦୁଇ ନ ଜାଣିଲେ ଅଟଇ ଅନ୍ଧ

ଗୀତା ଭାଗବତ ପୁରାଣ ଭେଦ

।।

ବ୍ରହ୍ମଚେତା ସାଧୁ ପଣ୍ଡିତ ଜନେ

ଏହା ବୁଝିଣ ଯେ ବିନ୍ଧଇ ମନେ

।।

ଧନ ଦାରା ସୁତପଣ ଛାଡ଼ିଲେ

ରାମ ଚରଣେ ସେ ମନକୁ ଦେଲେ

।।

ଗୁରୁ ପରମ ଗୁରୁ ଆଶ୍ରେ କରି

ନିସ୍ତାର ପଦକୁ ଅଛି ଆବୋରି

।।

କୃଷ୍ଣ ରସ ଗୁଣ ଗୁଣୁଣ ଥିବ

ତତ୍ତ୍ୱ ଭଜନ ମନରେ କରିବ

।।

ଆପଣ ତରିବ ପରେ ନିସ୍ତାର

ବାରଟିଆ ଗୋପ ଗୋପାଳ ସର

।।

ରାହାସେ ମିଶିବେ ଯେତେକ ଜନ

ତାଙ୍କର ଗୁରୁ ତୁମ୍ଭେ ବାର ଜଣ

।।

ତୁମ୍ଭ ଶିକ୍ଷା ପାଇ ହୋଇବେ ଦାସ

ତୁମ୍ଭ ଚେଲା ଅଂଶରାସେ ପ୍ରବେଶ

।।

ପାଞ୍ଚ ଗୋପାଳ ସୁତ ଗୋପଘରେ

ଏ ଅଂଶ ବଢ଼ୁଥିବ ନିରନ୍ତରେ

।।

ମୂଢ଼ ସଙ୍ଗତେ ବୁଦ୍ଧି ଭ୍ରମ ହେବ

ବୀଜ ଗୁଣ କହି ବଡ଼ ହୋଇବ

।।

ଆପଣା କରଣି ରହିବ ନାହିଁ

ତତ୍ତ୍ୱ ଭଜନରେ ମନ ନ ଦେଇ

।।

ତୁମ୍ଭ ଅଂଶେ ସର୍ବେ ରାସେ ମଜ୍ଜିବେ

ଭଜନ ଭାବରେ ରହିବେ ସର୍ବେ

।।

ବୃନ୍ଦାବନ ରାମ କର ଘୋଷଣ

ଅଚ୍ୟୁତର ପଣ କରିଥା ଟାଣ

।।

ଗୁରୁଭକ୍ତି ଗୀତା ଦ୍ୱିତୀୟଖଣ୍ଡ

ଏ ଗ୍ରନ୍ଥ ଅଟଇ ଅମୃତ କୁଣ୍ଡ

।।

ଗୁପତୁ ଗୁପତ ଆଟଇ ୟେହି

ଗୃହେ ଥିଲେ ଧନ ଜନ ବଢ଼ଇ

।।

ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁ ଶିଷ୍ୟ ବୋଧନେ

ସଗୁଣ ନିର୍ଗୁଣ ସମ୍ବାଦ ଯୋଗ କଥନେ ନାମ ଏକାଦଶ ପଟଳଃ

Image

 

ଦ୍ୱାଦଶ ପଟଳ

 

କଥାଏ ପୁଚ୍ଛିବି ଗୁରୁ କହିବ ବୁଝାଇ

ତନ୍ତ୍ରର ବିଚାର ପ୍ରଭୁ କେମନ୍ତ ଅଟଇ

।।

ଗୁରୁଦେବ ରାମଚନ୍ଦ୍ର ବାର ଗୋପାଳର

ରାମଚନ୍ଦ୍ର ଗୁରୁକଲେ ତୁମ୍ଭ ଯେ ଠାବର

।।

ଆମ୍ଭର ଯେ ଅଜା ଗୁରୁ ପୁଣ ତୁମ୍ଭେ ହୁଅ

ତୁମ୍ଭ ଶିଷ୍ୟ କହିଲେ ଯେ ଫିଟିବ ସଂଶୟ

।।

ରାମ ଭ୍ରଥ ଦୁଇଗୁରୁ ରାହାସରେ ସାର

ଆଉ ଦଶ ଶିଷ୍ୟଙ୍କର ନାହିଁ ଅଧିକାର

।।

ଧର୍ମ ବିଷ୍ଣୁ ବକ୍ର ମୁହିଁ ସେ ଗୋପାଳଙ୍କର

ରାହାସ ସାଧନ ଶିଷ୍ୟ ନାହିଁ ତାହାଙ୍କର

।।

ରାହାସ ଦାସର ସୁତ ବତ୍ସ ବକ୍ର ଦୁଇ

ମୂଢ଼ ଶିଷ୍ୟ ତାହାଙ୍କର ଗମିବେ ଯେ ମହୀ

।।

ଆମ୍ଭେମାନେ ସର୍ବେ ଦେଶ ଦେଶକେ ଭ୍ରମିବୁ

ଲୋକମାନେ ପଚାରିଲେ ବୁଝାଉଣ ଥିବୁ

।।

ଶ୍ରୀଗୁରୁ ପରମ ଗୁରୁ ଶୁଣିଣ ଆନନ୍ଦ

ଭଲ ପଚାରିଲ ତୁମ୍ଭେ ବିଚାରିଣ ଭେଦ

।।

ରାମ ଭ୍ରାଥ ମୁକୁନ୍ଦ ଅନନ୍ତ ତୁମ୍ଭେ ଚାରି

ବୃନ୍ଦାବନେ ଥିଲ ତୁମ୍ଭେ ସଖା ଅଙ୍ଗ ଧରି

।।

ଲୋକିତ ଭାବରେ ଗୁରୁଶିଷ୍ୟ ହୋଇଅଛ

ସାନ ଶାଖା ମୁକୁନ୍ଦ ବଡ଼ ଶାଖା ଯେ ରାମ ବତ୍ସ

।।

ଭ୍ରାଥ ସାନ ଶାଖା ବଡ଼ ଶାଖା ମୁଁ ଅଚ୍ୟୁତ

ଆମ୍ଭଙ୍କୁ ଲୋକତାରଣେ କୃଷ୍ଣ କଲେ ଜାତ

।।

ଖୋଳ କରତାଳ ଦେଇ ଥୋକେ ତୁମ୍ଭେ ତାର

ଖୋଳ କରତାଳ ଗୁରୁ ଅଟ ତୁମ୍ଭେ ବାର

।।

ତୁମ୍ଭଙ୍କୁ ନ ପୂଜି ଯେହୁ ରାହାସେ ପଶିବ

ସେ ଅଣଗୁରୁଆ ଯେ ରାହାସେ ନ ମିଶିବ

।।

ନୀଳାଚଳ ଶ୍ରୀ ଚୈତନ୍ୟମଣ୍ଡଳୀରୁ ଆଣି

ତୁମ୍ଭ ପିତାମାନେ ଖୋଳ ଶିଖାଇଲେ ପୁଣି

।।

ରାମଚନ୍ଦ୍ର ମହୋତ୍ସବେ ତୁମ୍ଭଙ୍କୁ ବରିଲୁ

ତୁମ୍ଭ ରାସଲୀଳା ଦେଖି ହରଷ ହୋଇଲୁ

।।

ଥୋକେ ଗୋପଳଙ୍କୁ ତୁମ୍ଭେ ରାହାସେ ମିଶାଅ

କେହୁ ଗୋପାଳକୁ ତୁମ୍ଭେ ତନ୍ତ୍ରରେ ବୁଝାଅ

।।

ଯନ୍ତ୍ରମ ନ କେହୁ ଗୋପାଳକୁ ଶିଖାଇବ

ମନ୍ତ୍ରମାନ କେହୁ ଗୋପାଳକୁ ବୁଝାଇବ

।।

ଜ୍ୟୋତିରାନନ୍ଦ ମୂରତି କେବଣ ଗୋପାଳ

ଛାୟାମୂର୍ତ୍ତି ଦର୍ଶନ କରିବ ହୃଦମୂଳ

।।

ଅବାଡ଼ ମୂରତି କେ ବା କରିବ ଦର୍ଶନ

ସମାଧି ନିଶ୍ଚଳେ କେହୁ କରିବେକ ପୁଣ

।।

ଅଷ୍ଟ ଯେ ପ୍ରହର ରସଗୁଣ ଯେତେ ହୋଏ

ରାହାସର ବିଧି ଯେତେ ପ୍ରମାଣରେ କହେ

।।

ତିନି ଧୂପ ପାଞ୍ଚ ଅବକାଶ ୟେ ରାହାସେ

ଏହା ଜାଣିଲେତ ଯୋଗୀ ରାହାସରେ ମିଶେ

।।

ସନ୍ଧ୍ୟାଠାରୁ ପ୍ରାତଯାଏ ତାଙ୍କ ଲୀଳାମାନ

ପ୍ରାତଠାରୁ ସନ୍ଧ୍ୟା ଯାଏ କରି ଉପାସନ

।।

ଏହୁ ଲୀଳାମାନଙ୍କରେ ଗାଉଥିବ ଗୀତ

ତେଣୁ କରି ରସ ଗୁଣ ବୁଝିବ ତୁମ୍ଭେ ତ

।।

ପରମ ଗୁରୁ ବଚନ ଶୁଣି ବାର ଦାସ

ମୁକୁନ୍ଦ ଅନନ୍ତ ଯେ ଯେ ଶୁଣିଣ ହରଷ

।।

ଅକାର ଆକାର ଅଂଶ ସୃଜିଲା ଏ ଦେହ

ଦୁତିଅଂଶ ମୂର୍ତ୍ତି ନାନା ମୂର୍ତ୍ତିରୂପ ହୁଅ ୨୫

।।

ଅକାର ଉକାର ଯେ ଏକାର ବେଢ଼ି ପୁଣ

ଇକାର ଉପରେ ଯାଇ ଅଂକାର ଧାରଣ

।।

ଅଂକାର ବେଢ଼ିଲା ପୁଣ ମଣ୍ଡଳ ପରାଏ

ମଣ୍ଡଳୁ ବାହାର ଗାର ହୋଇଲା ଗୋଟିଏ

।।

ସେ ଗାରରୁ ଅର୍ଦ୍ଧଗାର ହୋଇଲା ଭିଆଣ

ତିନି ଗାର ତଥି ତଳେ ହୋଇଛି ପ୍ରମାଣ

।।

ତିନିରୁ ଏକ ଆସିଣ ଅନେକ ଭିଆଇ

ଚାରି ପୁର କରି ସ୍ଥାନ ନିବାଡ଼ିଲା ସେହି

।।

ଚାରି ଅଂଶ ପୁଣି ରଖି ତହୁଁ ସେ ଚଳିଲେ

ଛଡ଼ ପୁର କରିଣ ସେ ପୁର ନିବାଡ଼ିଲେ

।।

ଦଶ ପୁର କରି ତହିଁ ରଞ୍ଚିଲେକ ଥାନ

ଛଡ଼ କଳା ରଖି ତହିଁ ଚଳିଲେ ଯତନ

।।

ଦଶ ସ୍ୱରୂପ ରଖିଣ କଲେକ ଗମନ

ଦ୍ୱାଦଶ ପୁର ରଚିଲେ ହୃଦୟ ଭୁବନ

।।

ଦ୍ୱାଦଶ କଳା ରଖିଣ ଗମନ ପୁରୁଷ

ଅଷ୍ଟରତ୍ନେ ପ୍ରମାଣ କଲେକ ଏକ ଦେଶ

।।

ନାବିକ ନ ଥିଲା ପ୍ରାଏ ସେ ଜନ ଅଟଇ

ବିବେକୀ ଜନ ନ ଥିଲେ ପଚାରୁଣ ଥାଇ

।।

ତାଙ୍କ ମୁଖ ବାକ୍ୟ ଶୁଣି ମନ ଯାଏ ମିଶି

ଏ ତତ୍ତ୍ୱମାନଙ୍କେ ଆମ୍ଭେ ପଚାରୁଛୁଁ ପଶି

।।

ଏଣୁ କରି ତୁମ୍ଭେମାନେ ଏ ଅଷ୍ଟ ଯେ ଗୁଣ

ଶିଷ୍ୟରେ ବୁଝାଇ କହ ମୁକୁନ୍ଦ ଯେ ପୁଣ

।।

ଅନନ୍ତ ବତ୍ସ ଗୋବିନ୍ଦ ମଧୁରୀ ସୁଦାମ

ଗୁପତ ଅଟଇ ଏହୁ ଗୁରୁଙ୍କର ଧର୍ମ

।।

କଳିକାଳ ଘୋର ହେବ ବୈଷ୍ଣବେ ମମତ

ଧନ ବଡ଼ପଣରେ ଯେ ଦେଇଥିବେ ଚିତ୍ତ

।।

ରାଜସ କର୍ମ କରିବେ ସାତ୍ତ୍ୱିକ ଛାଡ଼ିବେ

ପଦାତି ତୁରଙ୍ଗ ଚଢ଼ି ଦେଶରେ ବୁଲିବେ

।।

ନର ନାରାୟଣଠାରେ ଚଢ଼ିବେ ବୈଷ୍ଣବ

ନଷ୍ଟ ହେବ ତାଙ୍କର ଯେତେକ ପୂଣ୍ୟ ଥିବ

।।

ହୟରେ ଚଢ଼ିଲେ ହରିନାମର ଭଜନ

ନଷ୍ଟ ହେବ ପୂଣ୍ୟ ଧର୍ମ ନ ମିଳିବ ଅନ୍ନ

।।

କମଳ କଠାଉ ଛତ୍ର ତରାସ ବିଞ୍ଚଣୀ

ପାଦରେ ଗମିଲେ ଦାସ ଭଗତରେ ଗଣି

।।

ପଦାତି ତୁରଙ୍ଗେ ଗମେ ଯେବଣ ଯେ ଦାସ

ବୈଷ୍ଣବ ନୁହନ୍ତି ସେ ଯେ ରାଜସ ରାକ୍ଷସ

।।

ଦେହ କ୍ଷୀଣ ନ କଲେ ତ ନୁହଇ ସାଧନ

ସଂଯମ ଭଜନେ ସେ ନୋହନ୍ତି ଭାରଜନ

।।

ସଂଯମ ଭଜନ ଯେହୁ ଦାସ ନ କରଇ

ଧାନର ମଧ୍ୟରେ ଯେହ୍ନେ ଅଗାଡ଼ି ଅଟଇ

।।

ସଂଯମ ଜାଣିଲା ଦାସ ପାଚିଲାର ଫଳ

ଲେଉଟି ଭକତି ବୀଜ ହୁଅଇ ନିଶ୍ଚଳ

।।

ଗୀତା ଭାଗବତେ ଏହି କଥାଟି ପ୍ରମାଣ

ଗାଇ ବୁଝି ନ ପଶନ୍ତି ନ ରମନ୍ତି ଜନ

।।

ଗୁରୁ ମୁଖେ ବୁଝିଥିଲେ ଦିଶେ ଢଳହଳ

ଉଜ୍ୱଳ ଦର୍ପଣେ ଯେହ୍ନେ ମୁଖର ସୁଢ଼ଳ

।।

ଆର ପିଠି ଦର୍ପଣରେ ମୁଖ ନ ଦିଶଇ

ଉତ୍ତମ ମଧ୍ୟମ ସେ ଯେ ଦର୍ପଣରେ ଦୁଇ

।।

ଉତ୍ତମ ଗୁରୁ ପାଇଲେ ସଂସାର ସଙ୍ଗେଣ

ଦ୍ୱିତୀୟ ଖଣ୍ଡେ ଏ ଗୁରୁଭକ୍ତିରେ ଲେଖନ

।।

ଗୁପତଗୀତା ଏ ଦୀନ ଅଚ୍ୟୁତ ବଚନ

ଗୁପ୍ତ କରି ଶୁଣୁଥିବ ତୁମ୍ଭେ ବାର ଜଣ

।।

ଏ ଗ୍ରନ୍ଥକୁ ଅନ୍ୟ ଶିଷ୍ୟେ ନ ଦେବରେ ବାବୁ

ରାମଚନ୍ଦ୍ର ବିଶ୍ୱାସରେ କହିଦେଲୁଁ ସବୁ

।।

 

ଇତି ଶ୍ରୀ ଗୁରୁଭକ୍ତି ଗୀତାୟାଂ ଦ୍ୱିତୀୟ ଖଣ୍ଡେ ଗୁରୁଶିଷ୍ୟ

ବୋଧନେ ଅନାଦି ମନ୍ତ୍ର ତତ୍ତ୍ୱଭେଦ ନିର୍ଣ୍ଣୟ ବର୍ଣ୍ଣନେ ନାମ ଦ୍ୱାଦଶ ପଟଳଃ

Image

 

ତ୍ରୟୋଦଶ ପଟଳ

 

ମୁକୁନ୍ଦ ଅନନ୍ତ ଯେ ମଥୁରୀ ସୁଦାମରେ

କହିବା ଗୁପତ କଥା ଶୁଣସି ଶ୍ରୁତିରେ

।।

କ୍ଷଣେ ଦଣ୍ଡ ନିମିଷେଣ ବସିଣ ସାଧିବ

ରାତ୍ର ପ୍ରହରକଠାରୁ ନିଦ୍ରାକୁ ତେଜିବ

।।

ଆହାର ଭୋଜନ ପୁଣ କରିବ ଅଳପ

ନାଭିଠାରୁ ମେରୁଦଣ୍ଡ କରିବ ସଳଖ

।।

ତେବେ ସେ ଜାଣିବା ଭକ୍ତ ସାଧନା ୟେ ଦେହ

ତ୍ରିଭଙ୍ଗୀ ମୂରତି ସାଧନାରେ ହେତୁ ଥୁଅ

।।

ଶ୍ୱେତ ରଙ୍ଗ ଶ୍ୟାମଳ ହରିତ କଳା ପଞ୍ଚ

ନୀଳ ଜ୍ୟୋତି ମଧ୍ୟେ ବାଳ ମୁକୁନ୍ଦ ରୂପଞ୍ଚ

।।

ବାଳର ସହସ୍ର ଭାଗ ଏକ ଭାଗ ପ୍ରାୟେ

ଏମନ୍ତ ମୂରତି ଚିହ୍ନି କରିବ କେ ଥୟେ

।।

ତାହାଙ୍କ ଜ୍ୟୋତିରୂପକୁ ସାଧୁଜନ ଧ୍ୟାୟି

ଏ ଭବସାଗରୁ ତରିଯାନ୍ତି ତାଙ୍କୁ ଚାହିଁ

।।

ଏଣୁ କରି ନିରନ୍ତରେ ଳୟେ ତହିଁ ଥିବ

ଏମନ୍ତ ଗୁରୁଚରଣେ ଶିରକୁ ବିକିବ

।।

ବ୍ରହ୍ମା ଶିବ ଯୋଗିମାନେ କୋଟି ଯୁଗ ଧ୍ୟାୟି

ଖୋଜି ନିଶି ଦିବସରେ ନ ପାଇଲେ ସେହି

।।

କୋଟିକେ ଗୋଟିଏ ଭକ୍ତ ଚିହ୍ନନ୍ତି ସେ ପୁଣ

ବାସନା ସିଦ୍ଧ ହୋଇଲେ ପଶନ୍ତି ଶରଣ

।।

ସାଧନା ଯୋଗରେ କରିଥିବ ପରମାଣ

ପରମ ତୋଳି ଯେ ସ୍ଥାନେ ଲଭିବ ମରଣ

।।

ତେବେ ସେ ରାହାସଦାସ ଜାଣିବ ପ୍ରତ୍ୟକ୍ଷ

ଶୂନ୍ୟ ରାହାସେ ମିଳିଲେ ତେବେ ହେବ ମୋକ୍ଷ

।।

ବୃନ୍ଦାବନ ରାହାସ ମୁକୁନ୍ଦ ପିତା ଶୁଣ

ଅନନ୍ତ ମଥୁରୀ ପିତା ରାଜ ସେବାୟେଣ

।।

ସୁଦାମ ଗୋବିନ୍ଦ ବତ୍ସ ପିତାମାନେ ବଡ଼

ରାଜ୍ୟରେ ପ୍ରତାପ ଦେବ ସେବାରେ ନିଗୁଢ଼

।।

ଚୈତନ୍ୟ ପ୍ରଭୁଙ୍କଠାରୁ ରାଜାଙ୍କୁ ଜଣାଇ

ଖୋଳ କରତାଳ ଦେଲେ ପୁତ୍ରସ୍ନେହ ବହି

।।

ତହୁଁ ଆସି ତୁମ୍ଭେମାନେ ରାସବିଧି କଲ

ଶୁଣିବାକୁ ଆଣିଲୁ ଯେ ନଗ୍ର ଏ କୁଣ୍ଡଳ

।।

ପଞ୍ଚସଖା ୟେକ ସଖା ନ ଜାଣୁ ଏ ରସ

ଶୂନ୍ୟ ରାହାସରେ ଆମ୍ଭ ବଳିଲା ମୁହାଁସ

।।

ବୃନ୍ଦାରାସ ଶୂନ୍ୟରାସ ଦୁଇଙ୍କୁ ସାଧିଲ

ଗୋପାଳ ସୁତ ଯେ ତୁମ୍ଭେ କଥା ରୁହାଇଲ

।।

ଗୋପାଳ କୁଳରେ ଖୋଳ କର୍ତ୍ତାଳ ଯେ ଧରେ

ତୁମ୍ଭଙ୍କୁ ଦକ୍ଷିଣା ତେବେ ବରଷ ଦିନରେ

।।

ତୁମ୍ଭଙ୍କୁ ନ ପୁଜି ଯେହୁ ରାହାସ କରିବ

ଅନ୍ୟ ଯେ ରାହାସଦାସ ତାହାକୁ ଗଣିବ

।।

ନିତ୍ୟ ରାହାସେ ତୁମ୍ଭଙ୍କୁ ହୋଇଛି ପ୍ରାପତ

ନିତ୍ୟସ୍ଥଳେ ତୁମ୍ଭମାନେ ହୋଇଅଛ ଜାତ

।।

ଏଣୁକରି ଗୋପାଳ ଯେ କୂଳକୁ ଉଦ୍ଧାର

ତୁମ୍ଭ ଶିଷ୍ୟଗଣ ମିଶି ହୋଇବନିସ୍ତାର

।।

ତିନି ମୂର୍ତ୍ତି ନୀଳାଚଳେ ଜଗନ୍ନାଥ ଦାସ

ବୃନ୍ଦାରାସ କୁଞ୍ଜବନେ ନନ୍ଦ ଗୋପଶିଷ୍ୟ

।।

ଶୂନ୍ୟରାସ ଜ୍ୟୋତିମୂର୍ତ୍ତି ତ୍ରିକୁଟର ପରେ

ଏହୁ ତିନି ମୂର୍ତ୍ତି ପୁଣ ବଖାଣ ସଂସାରେ

।।

ତୁମ୍ଭ ଅଂଶ ଥୋକେ ଜନ ବାଦ ଯେ ଧରିବେ

ଧୂମ ମଦିରାରେ ଥୋକେ ତୁମର ମାତିବେ

।।

ଗଞ୍ଜା ଆପୁ ଖାଇବେ ଯେ ମିଛରେ ମମତ

ଦୁଖ କଷ୍ଟ ନିରନ୍ତରେ ହେଉଥିବେ ଜାତ

।।

ପଞ୍ଚସଖା ଅନ୍ତେ ଥୋକେ ହେବେ ସନ୍ଥ ପୁଣ

ଥୋକେ ପୁତ୍ର ହୋଇବେ ସେ ଦୁଷ୍ଟ ମୂଢ଼ ଜନ

।।

ଗୋପାଳ କୁଳକୁ ପୁଣ ଦଗଧ କରିବେ

ଘୃତ ଦୁଗ୍‍ଧ ଭୋଗକରି ଦେହ ବଢ଼ାଇବେ

।।

ଦ୍ୱନ୍ଦ ଛନ୍ଦ କରି ଧନ ଦେବେ କୁଟୁମ୍ୱରେ

ସାଧୁସେବା ନ କରି ଦରିଦ୍ର ହେବେ ନରେ

।।

ମୁଁ କାର ପଣରେ ବଡ଼ ହେଇବେ ଗୋସାଇଁ

କଉଡ଼ି ଲୋଭରେ ସେ ଯେ ବୁଲୁଥିବେ ମହୀ

।।

ଅଚ୍ୟୁତ ଅଂଶରେ ଆମ୍ଭ ତିନି ପୀଢ଼ଠାରେ

କିଛି ବୁଝାମଣା ଥିବ ଗନ୍ଧର୍ବ ହୃଦରେ

।।

ବେନି ଅଂଶେ ଅଂଶେକ ଯେ ଗୁପତ ହୋଇବ

ଅଂଶକର ଅଂଶମାନେ ଗୁଡ଼ିୟେ ବଢ଼ିବ

।।

ରାମଚନ୍ଦ୍ରଠାରେ ଥିବ କିଛି ସୁବିଚାର

ଅବିବେକ ପୁତ୍ର ଯେ ଜନ୍ମିବେ ସେ ବୀର୍ଯ୍ୟର

।।

ଘୃତ ଦୁଗ୍‍ଧ ଖାଇ ବଡ଼ପଣେ ଥିବେ ମାତି

ତୁରଙ୍ଗଯାନ ଗମନେ ବଳିଥିବ ମତି

।।

ଦ୍ୱନ୍ଦବାଦ କରିଣ ଅଚ୍ୟୁତ ଗଣଠାରେ

କଉଡ଼ି ଭାବରେ ସେ ଯେ ବୁଲିବେ ସଂସାରେ

।।

ବନ୍ଧା ଛନ୍ଦା ମାରଧର କରିବେ ସଂସାର

ନିଜ ଗଣମାନଙ୍କୁ ସେ କରିଦେବେ ଦୂର

।।

ମିଛୁଆ ମାହାନ୍ତି ମୂଢ଼ ଗଉଡ଼ ସଙ୍ଗର

ବୁଲୁଥିବେ ଦେଶେ ଦେଶେ ଯେହ୍ନେ ଖଣ୍ଟଚୋର

।।

ଗୁରୁଶିଷ୍ୟମାନନା ନୋହିବ ତେତେବେଳେ

କିଛିଦିନ ଦେଶରେ ଭ୍ରମିବେ ନିଜ ସ୍ଥଳେ

।।

ବହୁତ ଅଂଶର ଆମ୍ଭ ବାଜିବ ଯେ ଗୋଳ

ଏକ ବୀର୍ଯ୍ୟ ଥିଲେ ସିନା ନୁହନ୍ତା ଯେ ଖଳ

।।

ବହୁ ବୀର୍ଯ୍ୟ ସଂସାରେ ବହୁତ ଗୋଳ ହୋଇ

ବହୁ ଭାଗ୍ୟେ ଏକବୀର୍ଯ୍ୟ ବଂଶ ଚିର ହୋଇ

।।

ଶ୍ରୀକୃଷ୍ଣ କରୁଣା ଯେଣୁ ହୋଇଲା ମୋହର

ବ୍ରଜ ଗଦାଧର ପୁତ୍ର ହେବ ଏକ ମୋର

।।

ମୁକୁନ୍ଦ ତାହାର ବୀର୍ଯ୍ୟେ ଜନମ ହୋଇବ

କିଛିପାପୁଁ ସେଠାବରୁ ବେନି ଅଂଶ ହେବ

।।

ସେ ଠାବରୁ ବହୁ ପୁତ୍ର ପାପ ତରାସିବ

ଦାସୀଅଙ୍ଗ ଛୁଇଁବାରୁ ବୀର୍ଯ୍ୟହୀନ ହେବ

।।

କଳିକାଳେ ଧାରଣ ନୋହିବ ସନ୍ଥ ପୁତ୍ର

ନିରନ୍ତରେ ସୁଖଭୋଗେ ମାତିଥିବ ଚିତ୍ତ

।।

ରାମଚନ୍ଦ୍ର ବୀର୍ଯ୍ୟେ ପୁତ୍ର ଗୋଳକୁଣ୍ଡା ହୋଇ

ଖଳବଳ ଲାଗିଥିବ ନିଶ୍ଚଳ ନୁହଇ

।।

ବ୍ରହ୍ମ କ୍ଷତ୍ରୀ ବଶ୍ୟ ଶୁଦ୍ର ଗୋପାଳ ଯେ ପାଟ

ପାଞ୍ଚ ଜାତି ସେ ପୁଣ ସଂସାରେ ହେବ ଶ୍ରେଷ୍ଠ

।।

ଏଣୁ କରି ଦାସୀ ଅଙ୍ଗ ଶୂଦ୍ର ନ ଛୁଇଁବ

ଛୁଇଁଲେଣ ବଡ଼ ଦୋଷ କୁଳ ନଷ୍ଟ ହେବ

।।

ରାଜେନ୍ଦ୍ର ଯୋଗେନ୍ଦ୍ର ବିଧି ଏମନ୍ତ ଅଟଇ

ଷଡ଼ଅଙ୍ଗ ରାଜେନ୍ଦ୍ର ଯୋଗେନ୍ଦ୍ର ଯତି କହି

।।

ଶତମୁଖ ଦକ୍ଷିଣ ରାଜାର ହୋଏ ପ୍ରଜା

ଯତି ଅଙ୍ଗ ଧଇଲେ ଯୋଗୀନ୍ଦ୍ର ପାଏ ପୂଜା

।।

ସର୍ବଜୀବେ ହରିମୟ ଦେଖଇ ଯେମନ୍ତ

ତେବେ ସିନା ସଂସାରରେ ବୋଲନ୍ତି ମହତ

।।

ନରଅଂଶ କେଭେ ୟେଣୁ ନ ମଣନ୍ତି ସନ୍ଥ

ଉତ୍ତମ ଆରମ୍ଭ ଭୋଗେ ନ ବଳଇ ଚିତ୍ତ

।।

ନରକନ୍ଧେ ଚଢ଼ିଲେ ଯେ ରାମ ନାମ ଜପ

ନିଷ୍ଫଳ ହୁଅଇ ତାଙ୍କ ଭଜନ ପ୍ରତାପ

।।

ଗଜ କନ୍ଧେ ଚଢ଼ିଲେ ଯେ କୃଷ୍ଣର ଭଜନ

ବୀଜ ନାଶ ହୁଅଇ ଚଢ଼ିଲେ ତିନିଯାନ

।।

ଏଣୁ କରି ଘୋଡ଼ା ହାତୀ ନରେ ନ ଚଢ଼ିବ

ରାଜସ ତାମସ ଭକ୍ତି ତାହାକୁ ଲେଖିବ

।।

ମଲେଣ ସେ ନରଲୋକେ ଆତଯାତ ହୋଇ

ରାଜୁତ ସାଧୁତ ଘରେ ଜନମ ସେ ପାଇ

।।

ବୈଷ୍ଣବ ଚରଣ ରେଣୁ ଧାମ କ୍ଷେତ୍ରମାନ

ଏମାନଙ୍କେ ସେହୁ ପୁଣ ନ ହ୍ୱନ୍ତି ଜନମ

।।

ଗୋଲୋକ ଆୟୁଧ ଘେନି ଭିକ୍ଷା ମାଗୁଥିବ

କୀର୍ତ୍ତନ ମୁଖରେ କରି ସଂସାର ତରିବ

।।

ନାସିକା ପଥରେ ଗମି ନାମରେ ମିଶିବ

ଅଦୃଷ୍ଟିରେ ନାମ ଧ୍ୟାୟି ଭୂମଧ୍ୟେ ଜାଗିବ

।।

ନାମରେ ଯେ ବର୍ଣ୍ଣ ଚିହ୍ନସୂର୍ଯ୍ୟର ପରାୟେ

ଭାଗବତ ଗୀତାରେ ଏ ପ୍ରମାଣଟି ହୋଏ

।।

ହୁତାଶନ ପ୍ରାୟେ ଜ୍ୟୋତି ଅଟଇ ଯେ ପୁଣ

ଶ୍ରୀ ଏକାଦଶେଣ ଏହୁ ଅଟଇ ପ୍ରମାଣ

।।

ଜନମଧ୍ୟେ ଜ୍ୟୋତିରେ ଜନ୍ମିଲେ ନାମ ଜାଣି

ବେଦର ମଧ୍ୟରେ ସାର ଅଟେ ଏହୁ ପୁଣି

।।

ଆପସୌର ମୃତ୍ତ ବ୍ରହ୍ମ ଭୁବ ଭୁରୁ ସ୍ଥାନ

ଗାୟତ୍ରୀ ମନ୍ତ୍ରରେ ବିପ୍ରେ କରନ୍ତି ଯେ ଧ୍ୟାନ

।।

ଏଣୁ ତୁମ୍ଭେ ନାମ ଯେ କୀର୍ତ୍ତନ କରୁଥିବ

ଆପଣେ ତରିବ ପରେ ନିସ୍ତାର କରିବ

।।

ଅଚ୍ୟୁତ ଗଣର ମୋର ଅଟ ବାର ଦାସ

ଦ୍ୱିତୀୟ ଖଣ୍ଡ ଏ ଗୁରୁଭକ୍ତି ଗୀତା ରସ

।।

 

ଇତି ଶ୍ରୀଗୁରୁଭକ୍ତି ଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟବୋଧନେ

ତନ୍ତ୍ରଭେଦ କଥନେ ବଂଶାନୁଚରିତେ ନାମ ତ୍ରୟୋଦଶ ପଟଳଃ

Image

 

ଗୁରୁଭକ୍ତି ଓ ଗୀତା (ଦ୍ୱିତୀୟ ଭାଗ)

ଚତୁର୍ଦ୍ଦଶ ପଟଳ

 

ବିଷ୍ଣୁଦେବ ସଖାଗଣ ଘେନିଣ ସଙ୍ଗେଣ

ନିମଗ୍ନେ ଶୁଣୁ ଅଛନ୍ତି ହରଷ ମନେଣ

।।

କହି ବିଷ୍ଣୁଦାସ ଗଣ ମନେ କି ସଂଶୟେ

ପୁଚ୍ଛିଲେ ପାଇବ କିଛି ଗୁରୁଙ୍କ ହୃଦୟେ

।।

ଗୁରୁଦେବ ବଚନେ ଉଠିଣ ଶିରେ କର

ବେତ ଯେ ମୁରାରି ପୁଚ୍ଛେ ଗୁରୁଙ୍କ ଛାମୁର

।।

ବତ୍ସ ଯେ ମୁରାରି ପୁଣ ସଙ୍ଗତେ ଅଛନ୍ତି

କାଠି ଯେ ଗୋପାଳ ତାଙ୍କ ସନ୍ନିଧ୍ୟରେ ଥାନ୍ତି

।।

ମାଧବ ଯେ ଦାସ ପୁଣ ଅଛନ୍ତି ସଙ୍ଗେଣ

ଯୁଧେଷ୍ଠି ଦାସ ଯେ ଶିରେ କର ଦେଇ ପୁଣ

।।

ନରସିଂହ ଗୋପାଳ ଯେ ହରଷ ଭାବରେ

ଗୋକୁଳଚନ୍ଦ୍ର ଅଛନ୍ତି ତାହାଙ୍କ ପାଖରେ

।।

ବଇଂଶୀ ଦାସ ଯେ ପୁଣ କେ ମନ ବଚନ

ହରିହର ବେନି ଦାସ ହରଷ ଭାବେଣ

।।

କରିଆ ହରିଦାସ ଯେ କଥାର ବିଚାର

ସାହାଣି ଗୋପାଳ ଦାସ ଅଛନ୍ତି ସଙ୍ଗର

।।

ପ୍ରେମା ଯେ ଗୋପାଳ ଦାସ ପ୍ରେମଭାବେ ରହେ

ଦ୍ୱାଦଶ ଗୋପାଳ ବିଷ୍ଣୁ ଦାସ ସଖା ବହେ

।।

ଯନ୍ତ୍ର ଭେଦ କେମନ୍ତ ଅଟଇ ଗୁରୁବାଣୀ

ଭେଦିଲେ ଶିଷ୍ୟର ଅଙ୍ଗେ ଜ୍ଞାନ ହୋଏ ପୁଣି

।।

ଶୁଣ ବିଷ୍ଣୁ ଦାସଗଣେ ମନ୍ତ୍ରଙ୍କର ମୂଳ

ପଞ୍ଚମନ୍ତ୍ରେ ସର୍ବମନ୍ତ୍ର ହୁଅନ୍ତି ଯେ ମୁଳ

।।

ଅଣକ୍ଷର ଏକାକ୍ଷର ଶ୍ୟାମ ପଞ୍ଚାକ୍ଷର

ତାରକ ହରେ ଯେ ରାମ ପଞ୍ଚମନ୍ତ୍ର ସାର

।।

ଅନନ୍ତ ଯୁଗର ମନ୍ତ୍ର ଅଣ ଯେ ଅକ୍ଷର

ସତ୍ୟଯୁଗେ ଏକାକ୍ଷର ମନ୍ତ୍ର ଅଟେ ସାର

।।

ତ୍ରେତୟା ଯୁଗରେ ପୁଣ ଅଟଇ ତାରକ

ଦ୍ୱାପର ଯୁଗରେ ଶ୍ୟାମପଞ୍ଚାକ୍ଷର ଲେଖ

।।

କଳିଯୁଗେ ହରିନାମ ଷୋଳ ଯେ ଅଟଇ

ସର୍ବମନ୍ତ୍ରମାନ ସେହୁ ଗର୍ଭରେ ଧରଇ

।।

ଷୋଳନାମୁଁ ତିନିନାମ କଳିରେ ପ୍ରଚାର

ଚୈତନ୍ୟ ଠାକୁରେ ତାହା କଲେ ଯେ ବାହାର

।।

ହରେ କୃଷ୍ଣ ରାମ ତିନି ସଂସାରେ କହିଲେ

ତେର ନାମ ଗୁପତେଣ ଲୁଚାଇ ରଖିଲେ

।।

ଶ୍ୟାମ ପଞ୍ଚାକ୍ଷରୁ କଲେ ଅଠର ଅକ୍ଷର

ବ୍ରହ୍ମା ପୁଣ ନିଗମରୁ କଲେକ ବାହାର

।।

ତାରକ ମନ୍ତ୍ରକୁ କଲେ ଗାୟତ୍ରୀ ଯେ ଆଠ

ଏକାକ୍ଷରୁ ନାରାୟଣ ମନ୍ତ୍ର କଲେ ପାଠ

।।

ଅଣ ଯେ ଅକ୍ଷର ପୁଣ ମନ୍ତ୍ରଙ୍କର ମୂଳ

ତାରକ ଯେ ଏକାକ୍ଷର ଶ୍ୟାମ ଅଟେ ଡାଳ

।।

ଆବର ଯେତେକ ମନ୍ତ୍ର ଡାଳ ଶାଖା ଜାଣ

ସବୁ ମୂଳମନ୍ତ୍ର ଅଣକ୍ଷର ପ୍ରମାଣ

।।

ହରେ ରାମ ମନ୍ତ୍ରରାଜ ଚୈତନ୍ୟ ଶ୍ରୀଗୁରୁ

ନୀଳଚଳ ସାର୍ବଭୌମ ବୁଝିଲେ ସେଠାରୁ

।।

କୃଷ୍ଣମନ୍ତ୍ର ଦ୍ୱାପରେ ବୁଝିଲେ ସଖାଗଣ

କାମଗାୟତ୍ରୀ ଜପିଲେ କ୍ରେତା ଭକ୍ତଗଣ

।।

ସତ୍ୟଯୁଗେ ପଞ୍ଚାକ୍ଷର କପିଳ ମୂରତି

ବୁଝିଲେ ସଙ୍ଗତେ ଥିଲେ ଯେତେ ମୁନି ଯତି

।।

ଯୁଗଳ ମନ୍ତ୍ର ଯେ ପୁଣ କଳିର ଭଗତ

ଚଇତନ ରୂପେ ଏକ ବୁଝାଇ ଆପେତ

।।

ଠାକୁରାଣୀ ମନ୍ତ୍ର ଯେ ଦ୍ୱାପର ଯୁଗେ ଜପ

ବ୍ରହ୍ମଗାୟତିରୀ ଯେ ତ୍ରେତାରେ ମହାଗୋପ୍ୟ

।।

ଶୂନ୍ୟ ଯେ ଭଜନ ମନ୍ତ୍ର ସତ୍ୟଯୁଗେ ସାର

ସଦଗୁରୁ ଜାଣନ୍ତି ଯେ ମନ୍ତ୍ରର ବିଚାର

।।

ଏମନ୍ତେଣ ଚଉରାଶି ମନ୍ତ୍ର ପୁଣ ଅଛି

ଚଉରାଶି ଯନ୍ତ୍ରକୁ ଯେ ଛନ୍ଦିଣ ରହିଛି

।।

ରାମ ଭ୍ରଥ ଶିଷ୍ୟମାନେ ରାହାସ ପ୍ରଧାନ

ଅକିଞ୍ଚନ ଦଶ ତ ଧଇଲେ ହେତୁମନ

।।

ବିଷ୍ଣୁଦାସଗଣେ ତୁମ୍ଭେ ହେତୁ ମନେ ଧର

ପାଷାଣ୍ଡ ଗୋପାଳକୁଳେ ତୁମ୍ଭ ଅଧିକାର

।।

ବିଷ୍ଣୁଗଣେ ନୁହନ୍ତି ତ ରାହାସର ଦାସ

ଦୀକ୍ଷା ଶିକ୍ଷା କର ତୁମ୍ଭେ ଜଗାଇବ ଦେଶ

।।

ଉତ୍‍ଥାନ ପବନ ମଧୁ ମଥୁରୀ ଯେ ଦାସ

ନପୁଂସକ ଶରୀର ଯେ ଯତି ତାଙ୍କ ଅଂଶ

।।

ମୁକୁନ୍ଦ ଅନନ୍ତ ବତ୍ସ ସୁଦାମ ଗୋବିନ୍ଦ

ବାଳକ ଯେ ବୃନ୍ଦାବନ ଆବର ଆନନ୍ଦ

।।

ଏମାନେ ଯେ ସତ ଅଙ୍ଗ ଅଟନ୍ତି ଧାରଣ

ସତୀ ଯତି ଅଙ୍ଗ ଧରି କଲେ ରାସ ପୁଣ

।।

ଧର୍ମଦାସ ବକ୍ର ବିଷ୍ଣୁ ତିନିଗଣମାନେ

ସେବା କରିଥିବ ତୁମ୍ଭେ ରାମଦାସ ପଣେ

।।

କଳିଯୁଗେ ସଂକୀର୍ତ୍ତନ ଭୁବନ ମଙ୍ଗଳ

ଦ୍ୱାପର ଯୁଗେ ରାହାସ ହରେ ଅମଙ୍ଗଳ

।।

ତ୍ରେତୟା ଯୁଗରେ ତାଳ ମର୍ଦ୍ଦୁଳ ସୁଲଭ

ସତ୍ୟଯୁଗେ ନାରଦ ଯେ ବୀଣାରେ ପ୍ରଭାବ

।।

ଖେମଟା ତାଳ ବଜାଇ ତିନିପୁରେ ଥାନ୍ତି

ଶ୍ରୀକୃଷ୍ଣଗୁଣ ଗାଇଣ ଆନନ୍ଦେ ନାଚନ୍ତି

।।

ଏ ଲୀଳାମାନଙ୍କୁ ଏହୁ ହୋଇଲେ ଭାଜନ

ଧନ ଜନ ପଣ ତେଜି ରାହାସରେ ମନ

।।

ତୁମ୍ଭେ ବିଷ୍ଣୁଦାସ ଭକ୍ତମାନେ ଯେତେ

ଆବୋରିଲ ଧନଜନ ପଣର ସହିତେ

।।

ମାୟାମୋହ ସଂସାରକୁ ତେଜି ନ ପାରିଲ

ଏଣୁକରି ସଂସାରରେ ବନ୍ଧନ ହୋଇଲ

।।

ଏବେ ଯେ ନିସ୍ତାର ପଥ କହିବା ତୁମ୍ଭରେ

ବରଷ ଦିନରେ କରି ମହୋତ୍ସବ ଥରେ

।।

ମାତାର ସମ୍ୱନ୍ଧ ପିତା ସମ୍ୱନ୍ଧ ନ ଥିବ

ରାଗଚିନ୍ତା ଗୃହଚିନ୍ତା କଳ୍ପଣା ନ ଥିବ

।।

ବାଡ଼ି ବୃତ୍ତି ଧନ ଆଶେ ନ କରିବ ମେଳେ

ନିସ୍ତାର ନୁହଇ ଏହୁ କଳ୍ପନା ଯେ ଥିଲେ

।।

ସେରେ ଭିକ୍ଷା କରି ତହୁଁ ମୁଠାଏ ରଖିବ

ବରଷ ଦିନରେ ତାହା କୃଷ୍ଣେ ସମର୍ପିବ

।।

ଶିଷ୍ୟଠାରୁ ଦିନେ ଦିନେ ରଖି କିଛି କିଛି

ମହୋତ୍ସବ କୃଷ୍ଣଭାବେ ସାଧୁଗଣ ପୁଚ୍ଛି

।।

ଖୋଳ କରତାଳ ଦାସ ଏହାଙ୍କୁ ବରିବ

ଫୁଲ ପାନ ଚନ୍ଦନ ବସନମାନ ଦେବ

।।

ଏ ପଞ୍ଚଭାବରେ ପୁଜି ରାହାସର ଜନ

ମିଷ୍ଟାନ୍ନଭାବେ ମିଳିବ ଯେତେ ପୁଣ ଅନ୍ନ

।।

ପିଷ୍ଟ ଫଳମୂଳଜନ ପାନ ଯେ ମିଳିବ

ଅର୍ଦ୍ଧରାତ୍ରେ ବସାଇଣ ଏହାଙ୍କୁ ପୂଜିବ

।।

ପିତାପୁତ୍ରଭାବ ପ୍ରିୟ ଶରଧା ବଳାଇ

ତେବେ ସେ ରାହ ସଫଳ ପରାପତ ହୋଇ

।।

କେବା ତିନିରାତ୍ର କରି ଦିନେ ଅଧିବାସ

ଦିନେକ ଯାତ୍ରା କରିବ ଦିନେ ଅଧିବାସ

।।

ଏମନ୍ତେଣ ତିନି ଦିନ କେହୁ ପୁଣ କରି

ନ ଲାଗିବ କଳିତାପ ହୃଦରେ ତୁମ୍ଭରି

।।

କେବା ପାଞ୍ଚରାତ୍ର କରି ଦିନେ ଅଧିବାସ

ତିନିରାତ୍ର ଯେ ରାହାସ ଦିନେ ଅଧିବାସ

।।

ପାଞ୍ଚ ଯେ ପାତକମାନ ଖଣ୍ଡନ ହୁଅଇ

ବ୍ରହ୍ମହତ୍ୟା ଗୁରୁହତ୍ୟା ପାତକ ଖଣ୍ଡଇ

।।

ମାତୃ ଯେ ହରଣ ଭଗ୍ନୀହରଣର ଦୋଷ

ମଦିରା ଖଣ୍ଡନ ପାପ ହୁଅଇ ବିନାଶ

।।

କିବା ସପ୍ତରାତ୍ର କରି ଦିନେ ଅଧିବାସ

ପଞ୍ଚରାତ୍ର ମହୋତ୍ସବ ଦିନେ ଅଧିବାସ

।।

ସନ୍ତାପ ତାପ ଯେ ତାଙ୍କ ଦେହେ ନ ଲାଗଇ

ଭଗତ ଦର୍ଶନ ତାର ଶୋକ ଦେହୁଁ ଯାଇ

।।

ଅନ୍ନତାପ ପୁତ୍ରତାପ ବିଷତାପ ମାନ

ରୋଗତାପ ଶତ୍ରୁ, ତାପ ବିନାଶି ବନ୍ଧନ

।।

ନାନାରିଷ୍ଟ ଶାନ୍ତିହୁଏ ଭଗତ ଦଶନେ

ସପ୍ତ ରାତ୍ର ଶୁଣନ୍ତି ଯେ ହରିଧ୍ୱନି କର୍ଣ୍ଣେ

।।

କେବା ନବରାତ୍ର କରେ ଦିନେ ଅଧିବାସ

ସପ୍ତଦିନ ମହୋତ୍ସବ ଦିନେ ଅଧିବାସ

।।

ନବଧା ଭଗତିଫଳ ପ୍ରାପତ ହୁଅଇ

ସେ ଜନ ଦର୍ଶନ କଲେ ପାତକ ଘୁଞ୍ଚଇ

।।

ଦର୍ଶନ ଭଗତି ପାଏ ଶ୍ରବଣ ଭଗତି

ବନ୍ଦନ ଭଗତି ପାଏ ଚରଣ ଭଗତି

।।

ସ୍ମରଣ ଭଗତିମାନ ଭଗତ ଲଭଇ

କୀର୍ତ୍ତନ ଭଗତି ତାକୁ ପ୍ରାପତ ହୁଅଇ

।।

ଧର୍ମଅର୍ଥ କାମ ମୋକ୍ଷ ଚତୁର୍ବଗ ପାଇ

ଏ ଦ୍ୱାଦଶ ମହୋତ୍ସବ ଯେ ଜନ କରଇ

।।

ଧର୍ମ ତିନିଦିନ ଫଳ ଅର୍ଥ ତିନି ଦିନ

କାମ ତିନି ଦିନ ଫଳ ମୋକ୍ଷ ତିନି ଦିନ

।।

ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବଗ ପାଇ

ବୈଷ୍ଣବ ଚରଣ ପୁଜି ଅବଶେଷ ଖାଇ

।।

ଷୋଳଦିନ କରେ ଯେହୁ ମହୋତ୍ସବ ବିଧି

ସର୍ବଫଳ ପରାପତ ହୋଏ ତାଙ୍କ ସିଦ୍ଧି

।।

ପଞ୍ଚରାତ୍ର ତିନିରାତ୍ର ସପ୍ତରାତ୍ର ଅବା

ଦ୍ୱାଦଶ ଦିନନ୍ତେ ପୂଜା ଷୋଳରେ ଲଭିବା

।।

ଆଷାଢ଼ ମାସରେ ଯେହୁ ଶୁକଳ ପ୍ରତିପ

ଅଧିବାସ କରିବ ଚାହିଁଣ ମୋର ରୂପ

।।

ଚଉଦିନ କରିବ ଯେ ମହୋତ୍ସବ ମୋର

ପ୍ରତିପତ ଦିନ ଅଧିବାସର ବିଚାର

।।

ଦ୍ୱାଦଶ ଦିନର ଫଳ ଗୁଣ୍ଡିଚା ବାହୁଡ଼ା

ଅୟନ ପୂରିଲେ ହୋଏ ଶୟନ ବାହୁଡ଼ା

।।

ଚତୁର୍ଦ୍ଦଶୀ ଫଳ ଲଭେ ଏକାଦଶେ ରାତ୍ରେ

ବାହୁଡ଼ି ଦୀପ ଦେଖନ୍ତି ଯେହୁ ଜନ ନେତ୍ରେ

।।

ଏମନ୍ତେଣ ମହୋତ୍ସବ କରି ରାସମାନ

ବାରଜନ ପୂଜି ତୁମ୍ଭେ କରିବ ଭୋଜନ

।।

ଶୁଣ ବିଷ୍ଣୁଦାସଗଣ ବକ୍ରଦାସ ଗଣ

ଧର୍ମଦାସଗଣ ଶୁଣ ମହୋତ୍ସବ ଗୁଣ

।।

ବକ୍ରଗଣ ଶ୍ୟାମଦାସ ହରିଦାସ କହେ

ଗୋକୁଳ ଦାସର ନରସିଂହର ବିନୟେ

।।

ବିନୋଦ ଦାସ ଯେ ଲାଞ୍ଜ ଶ୍ରୀଧର ଗୋପାଳ

ଗୋପୀ ଦାସ ବଂଶୀଦାସ ମୋହନ ଶଙ୍କର

।।

ଏହୁ ବାର ଗୋପାଳର ମନର ସଂଶୟେ

ମାସ ଦିନ ମହୋତ୍ସବ ରହିବ ଥୋକାଏ

।।

ଶୁଣ ବକ୍ର ଦାସ ଗଣ ଭଲ ପଚାରିଲ

ଲାଞ୍ଜୁଆ ଶ୍ରୀଧର ଦାସ ମନେ ହେତୁ କଲ

।।

ରହିଲା ସନ୍ଧିରେ ଯେବେ ଶିଷ୍ୟ ରଖେ ମନ

ଭକ୍ତଶିଷ୍ୟ ବୋଲି ଯେ ବୋଲିବା ବିଦ୍ୟମାନ

।।

ଶୁଣ ବକ୍ରଦାସ ଧର୍ମଦାସ ରାତ୍ର ଗୁଣ

ଭାଦ୍ରବ ମାସରେ ଜନ୍ମ ଅଷ୍ଟମୀ ସେ ଦିନ

।।

ଜଳପାନ ବିଧି ଦେବ ସଜାଡ଼ କରିଣ

ରାତ୍ର ଉଜାଗରେ ଦୀପ ଜାଳିବ ସେ ପୁଣ

।।

ଦିବସେ ଭୋଜନ ଦେବ ନବମୀ ତିଥିରେ

ଅର୍ଦ୍ଧରାତ୍ରେ ଉତ୍ସବ କରିବ ମାନସରେ

।।

ଆଶ୍ୱିନ ମାସରେ ଦିନ କୁଆଁର ପୂର୍ଣ୍ଣମୀ

ଅର୍ଦ୍ଧରାତ୍ରେ ମହୋତ୍ସବ ନିମଗ୍ନେଣ ପୁଣି

।।

ରାତ୍ରରେ ଭୋଜନ ଦେଇ ପ୍ରଭାତେ ମେଲାଣି

ହେତୁକର ଅଚ୍ୟୁତ ବଚନ ପରମାଣି

।।

ଦ୍ୱିତୀୟଖଣ୍ଡ ଯେ ଗୁରୁଭକ୍ତି ଗୁପ୍ତଗୀତା

ଅଚ୍ୟୁତ ଯେ ପ୍ରାଣପତେ ହୋଇ ବ୍ରହ୍ମଚେତା

।।

ଚତୁର୍ଦ୍ଦଶ ଛାନ୍ଦ ଏହୁ ମନ୍ତ୍ରଭେଦ ଜାଣି

ମହୋତ୍ସବମାନ ଏହୁ ଅଧ୍ୟାରେ ବଖାଣି

।।

 

ଇତି ଶ୍ରୀ ଗୁରୁଭକ୍ତି ଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟ

ବୋଧନେ ମନ୍ତ୍ରାଦି ମହୋତ୍ସବ ବିଧିକଥନେ ନାମ ଚତୁର୍ଦ୍ଦଶପଟଳ

Image

 

ପଞ୍ଚଦଶ ପଟଳ

 

ବେତ ଯେ ମୁରାରି ଆଦି ଆନନ୍ଦ କହନ୍ତି

ବିନୟ ଭାବରେ ଗୁରୁ କରୁଅଛୁ ସ୍ତୁତି

।।

ଆବର ଯେତେକ ବିଧି ଅଛି ସେ ଯେ ପୁଣ

ପରମ ଗୁରୁଙ୍କ ମୁଖୁଁ ଶୁଣିବୁ ପ୍ରମାଣ

।।

ଶୁଣ ଆହୋ ନାଉପୁତ୍ର ବେତ ହୋ ମୁରାରି

କାର୍ତ୍ତିକ ମାସରେ ଯେ ସପତ ରାତ୍ର କରି

।।

ପଞ୍ଚରାତ୍ର କରିବ ଯେ ଫଗୁଣର ଦୋଳ

ରାମ ଯେ ନବମୀ କର ଚଇତ୍ରର କାଳ

।।

ଦ୍ୱାଦଶ ଦିନ କରିବ ବୈଶାଖ ମାସରେ

ଶୁକଳପକ୍ଷ ହୋଇବ ଚନ୍ଦ୍ରର ବାସରେ

।।

ମଧ୍ୟରାତ୍ରେ କରିବ ଯେ ମାଘପୁଷ ମାସେ

ମଧ୍ୟରାତ୍ରେ କରିବ ଯେ ଶ୍ରାବଣର ଶେଷେ

।।

ଦଶମୀ କାର୍ତ୍ତିକମାସ କର ଅଧିବାସ

ପଞ୍ଚଦିନ ମହୋତ୍ସବ ଦିନେ ଅଧିବାସ

।।

ଚତୁର୍ମାସ ଫଳ ଲଭେ ଏକାଦଶୀ ଦିନ

ପଞ୍ଚମାସ ଫଳ ଲଭେ ପୂର୍ଣ୍ଣମୀ ଦିନେଣ

।।

ସପ୍ତାଦି ପାପ ଖଣ୍ଡାଇ ସପ୍ତମ ଦିନରେ

ସପ୍ତଦିନ ମହୋତ୍ସବ କରେ ଯେଉଁ ନରେ

।।

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତି

ପତିତ ଚଣ୍ଡାଳ ଯେ ଭିକ୍ଷୁକ ନାନାଜାତି

।।

ଅଷ୍ଟାଦଶ ପାଟକ ଯେ ଯେତେ ଭେକ ବହି

ବିଷ୍ଣୁ ପ୍ରାୟ ପୂଜିବ ଯେ ଅନ୍ନପାଣି ଦେଇ

।।

ଛିଦ୍ର କରି ପୂଜିଲେ ଯେ ସାତକୋଟି ପାପ

ମହୋତ୍ସବ କରଣିରେ ଅଙ୍ଗ ହୋଏ ଗୋପ୍ୟ

।।

ସର୍ବଘଟେ ଜୀବରୂପେ ନାମ ନାରାୟଣ

ଆତ୍ମା ଚିହ୍ନି ଯେଉଁମାନେ କରେ ଅନ୍ନଦାନ

।।

ଅନ୍ନର କଣିକା ଯେତେ ହୁଏ ସମ ଜାଣ

ବହୁତ ଅନ୍ନ ଯେ ବୋଲି ନ କର ପୂଜନ

।।

ତୁଳସୀର ପତର ଯେ ଅଟେ ପୁଣ ସରି

ସାନ ବଡ଼ ନ କରିବ ଯେତେ ଭେକଧାରୀ

।।

ବିଷ୍ଣୁମୂର୍ତ୍ତି ସାନ ବଡ଼ ନୁହଇ ଯେମନ୍ତ

ହରି ଆଶ୍ରେ କଲା ଲୋକ ପୂଜିବ ତେମନ୍ତ

।।

ଅଛିଦ୍ରେ ପୂଜିଲେ ପାଏ ପରମ ସୁଗତି

ଛିଦ୍ର କରି ଭଜିଲେ ଯେ ପାପରେ ସଙ୍ଗତି

।।

ଧର୍ମଗଣ ବିଷ୍ଣୁଗଣ ବକ୍ରଗଣ ଯେତେ

ରାମ ଭ୍ରାଥ ଦ୍ୱାଦଶଙ୍କୁ ପୂଜିବ ଯେମନ୍ତେ

।।

ରାମର ଅଟନ୍ତି ଆଠ ଭ୍ରାଥର ଯେ ଚାରି

ଚବିଶ ଜଣରେ ଏହୁ ଅଟେ ଅଧିକାରୀ

।।

ବ୍ରଜକୁଳେ ଅଧିକାରୀ ରାମଚନ୍ଦ୍ର ଦାସ

ସକଳ ଶିଷ୍ୟରେ ସେହୁ ଆଗ ଉପଦେଶ

।।

ରାମର ଯେ ଶିଷ୍ୟ ଏଣୁ ବ୍ରଜକୁଳେ ସାର

ଭୁବନ ମଙ୍ଗଳ ଧୁନି ଅଛି ତାଙ୍କ କର

।।

କରଯୋଡ଼ି ମୁକୁନ୍ଦ ଅନନ୍ତ ମଧୁ କହି

ଉତ୍‍ଥାନ ପବନ ଯେ ଗୋବିନ୍ଦ ବାଳକହି

।।

ବତ୍ସ ଯେ ଯାଦବ ବୃନ୍ଦାବନ ଯେ ଆନନ୍ଦ

ମଥୁରି ମିଶିଣ ବାରଗୋଟି ଗୋପବୃନ୍ଦ

।।

ଗୁରୁଶିଷ୍ୟମାନଙ୍କର ଲାଗିଥିବ କଳି

ଭାଇମାନେ ନ ମିଳିବେ ଅନ୍ୟେ ଅନ୍ୟେ ମିଳି

।।

ପିତାଙ୍କୁ ପୁତ୍ର ନ ଘେନି କରୁଥିବେ ଘର

ଶଶୁର ଘରରେ ଯାଇ ହେବେ ପରିଚାର

।।

ରାଜାମାନେ ପାତ୍ରହାତେ ସଭାମାନ ଦେବେ

ଖଚୁଆ ମିଛୁଆ ଲୋକେ ଶିରିପା ପାଇବେ

।।

ସତ୍ୟବନ୍ତ ଲୋକଙ୍କୁ ଯେ ସଭାରେ ନ ଲେଖି

ଦୁଧ ନ ଦେଇଣ ଗୋରୁମାନେ ହେବେ ଦୁଃଖୀ

।।

ଅବିରତ କାଳରେ କି ସୁଖ ଭୋଗଥିବ

ଏଥିର ସନ୍ଦେଶ ଫେଡ଼ି କହ ଗୁରୁଦେବ

।।

ଶୁଣ ବାରଟିଆ ଦାସ ଅଚ୍ୟୁତ ବଚନ

ଭବିଷ୍ୟ ଆଗତ କଥା ହେତୁ ମନେ ଘେନ

।।

ତିନି ପୀଢ଼ି ତୁମ୍ଭର ଯେ ସୁଖ ଭୋଗେ ଯିବ

ରାଜଦଣ୍ଡ ତାପମାନ ବହୁତ ଲାଗିବ

।।

ବୃନ୍ଦାବନ ବାସୁଦେବ ବେଣୁଦାସ ତିନି

ମୁଁ ଅକ୍ଷରେ ତାପ ତାଙ୍କୁ ଲାଗିବ ଯେ ପୁଣି

।।

ବାଳକର ଦାସ ଅଂଶେ ଗୋବିନ୍ଦ ଯେ ପୁତ୍ର

ବ ଅକ୍ଷରେ କିଛି ତାଙ୍କୁ ତାପ ଲାଗିବତ

।।

ଅନନ୍ତ ଅଂଶରେ ଯାତ ଭିଖାରୀ ଅଟଇ

ରା ଅକ୍ଷରେ ବଳପୁତ୍ରେ ଦାସ ତାପ ପାଇ

।।

ମୁକୁନ୍ଦ ଅଂଶରେ ଜାତ ହେବ ଭାଗ୍ୟରଥି

ନିଶ୍ଚିନ୍ତେଣ ନିରଞ୍ଜନ ଲେଖୁଥିବ ପୋଥି

।।

ତଦଅଂଶେ ବ ଅକ୍ଷର କଳିତାପ ଭୟେ

ଘୋର କଳିତାପ ପୀଡ଼ା ଲାଗିବ ସମୟେ

।।

ବଳଠାରେ ଶାସ୍ତ୍ର ଗ୍ରନ୍ଥ ରହିବ ଯେ ପୁଣ

ଗୁପତେ ରହିବ ଯାଇଁ ପାରାଦ୍ୱୀପେ ପୁଣ

।।

କଳିକାଳ ଭକ୍ତମାନେ ସେଠାରେ ଗୁପତ

ବ୍ରହ୍ମାବିଷ୍ଣୁ ମହେଶ୍ୱର ସେଠାରେ ଯେ ସ୍ଥିତ

।।

ଖେଡ଼ମାନ ଦେଖିଥିବେ କଳିରେ ଗୁପତ

ଯେଝାମାନେ ଭକ୍ତେଛନ୍ତି ପାରାଦ୍ୱୀପେ ଜାତ

।।

ଚତୁର୍ଥ ପୀଢ଼କୁ ତାପ ତାହାକୁ ପଡ଼ିବ

ମୁକୁନ୍ଦର ସଙ୍ଗ ପୁଣ କଳଙ୍କି ଦେଖିବ

।।

ପବନ ଉତ୍‍ଥାନ ତୁମ୍ଭେ ବଇରାଗ ଦୁଇ

ଏଥିରେ କି ତାପ ପୁଣ ଅଂଶ ଯହିଁ ନାହିଁ

।।

ମଧୁଦାସ ବୈରାଗ୍ୟ ତ ଏଥି ନାହିଁ ଅଂଶ

ବୃନ୍ଦାବନ ଦାସର ଦୁହିତା କୁଳେ ଅଂଶ

।।

ମଥୁରି ଦାସର ନିଜ ପୁତ୍ର ଭ୍ରାଥ ସୁତ

ମଥୁରି ଅର୍ଜୁନ ନାମ ଗୋପାଳ ବିଦିତ

।।

ଏ ତିନି ପୀଢ଼ରେ ସେହୁ ନ ଅକ୍ଷରେ ତାପ

ଭବିଷ୍ୟର କଥା ଏହୁ ଅଟଇଟି ଗୋପ୍ୟ

।।

ସୁଦାମ ଅଂଶରେ ଜାତ ବରଜ ମୋହନ

ବଂଶୀଧର ଅଂଶେ ରା ଅକ୍ଷରେ ସେହୁ ପୁଣ

।।

ବତ୍ସ ଅଂଶେ ବାସୁଦେବ ବନମାଳୀ ଜାତ

ଭଗତର ଥିଲାକାଳ କଳି ଯେ ପୀଡ଼ିତ

।।

ଯାଦବ ଯେ ହଳଧର ଅପରତି ସୁତେ

ତ୍ରି ଅକ୍ଷରେ ତାପ ପୁଣ ଲାଗିବ ସେ ପୁତ୍ରେ

।।

ଗୋବିନ୍ଦ ଦାସର ଅଂଶେ ଯାଦବ ଯେ ହୋଏ

ବ-କ୍ଷରେ ତାପ ଲାଗିବ ସେ ଗୋପର ପୋଏ

।।

ଆନନ୍ଦ ଅଂଶରେ ଜାତ ଭଗବାନ ସୁତ

କୃପାସିନ୍ଧୁ ସୁତେ ତାପ ଲାଗିବ ପୀଡ଼ିତ

।।

କିଛିଦିନ ତୁମ୍ଭେମାନେ ରାସଲୀଳା କର

ନିତ୍ୟସ୍ଥଳେ ତୁମ୍ଭର ଯେ ରହିବ ଶରୀର

।।

ମହାନଦୀ କୁଳେ ସ୍ଥାନ ବାଟେଣୀ କୁଦେଣ

ଜଙ୍ଖର ବିଷେକେ ମୃତ୍ୟୁ ମୁକୁନ୍ଦ ଯେ ସ୍ଥାନ

।।

ଚନ୍ଦ୍ରଭାଗ ତଟରେ ଯେ ଜଙ୍ଖର ବିଷରେ

ବାଲିଚା ନଗରେ ମୃତ୍ୟୁ ଅନନ୍ତ ସେଠାରେ

।।

ଜଙ୍ଖର ବିଷରେ କଧ ଗଙ୍ଗାତଟେ ସ୍ଥାନ

ଶୁଙ୍ଗୁଡ଼ା ଗ୍ରାମରେ ଯେ ଯାଦବର ମରଣ

।।

ପୀତାମ୍ୱର ପୁରେ ଖଣ୍ଡି ବିଷେ ଡେଙ୍ଗା ଗ୍ରାମ

ମରଣ ଲଭିବ ତୁମ୍ଭେ ଆନନ୍ଦ ସୁଦାମ

।।

ବଛ ଯେ ଗୋବିନ୍ଦ ଦୁଇ କୋଠଦେଶ ସ୍ଥାନେ

ଭାର୍ଗବୀ ତଟରେ ଥିବ ତୁମ୍ଭେ ଦୁଇ ଜଣେ

।।

କ୍ଷେତ୍ରବର ନୀଳାଚଳେ ବାଙ୍କି ମଠକୋଣେ

ପବନ ମଥୁରି ତୁମ୍ଭେ ରହ ଦୁଇଜଣେ

।।

ଭଟୁଆ ଗ୍ରାମରେ ଚଉଦ୍ୱାର ଯେ ସେ ସ୍ଥାନ

ସେ ସ୍ଥାନେ ସମାଧି ହୁଅ ତୁମ୍ଭେ ଯେ ଉତ୍‍ଥାନ

।।

ମଧୁ ବୃନ୍ଦାବନ ରହ ଜଙ୍ଖର ବିଷରେ

ଚାସ ଗଡ଼ିଆ ବୋଲିଣ ଗ୍ରାମ ତାକୁ ବୋଲେ

।।

ଥାନେ ଥାନେ ତୁମ୍ଭର ଯେ ରହୁ ଅଂଶ ମାନ

ଗୋପାଳେ ଶିଖିବେ ଖୋଳ କରତାଳ ପୁଣ

।।

ଶୁଣ ଖୋଳ ଦାସ ତୁମ୍ଭେ ବାରଗୋଟି ଜନ

ଚାରି ପୀଢ଼ ଯାଏ ଏଥି ଶୁଭ ଭୋଗମାନ

।।

ଦାରା ଆବୋରିଲେ ଅଂଶ ହୁଅଇ ଯେ ପୁଣ

ପୁତ୍ର ହେଲେ ସଂସାରରେ ହୋଇବ ଧାରଣ

।।

ମୂଳ ଯେ ଗୋପାଳ ତୁମ୍ଭ ଅଂଶ ସଙ୍ଗେ ମିଳି

ଖୋଳ ସଙ୍ଗେ ମିଶି ବଜାଇବ କରତାଳି

।।

ଖୋଳ କରତାଳ ଫଳେ ପାଅ ତୁମ୍ଭେ ପୁଜା

ତୁମ୍ଭଙ୍କୁ ପୂଜୁଣଥିବେ ଦିଗପାଳ ରାଜା

।।

ଫୁଲ ପାନ ଚନ୍ଦନ ବସନ ଭଲ ଥାନ

ଦିବ୍ୟଭୋଗ ଭୁଞ୍ଜିବ ହେ ତୁମ୍ଭେ ବାରଜଣ

।।

ଆମ୍ଭ ଅଂଶ ଭ୍ରଥ ଅଂଶ ରାମ ଅଂଶ ମାନେ

ଧର୍ମୁ ଅଂଶ ଯାଦବ ଅଂଶ ଆତ୍ମା ତୁମ୍ଭେ ଜନେ

।।

ବିଷ୍ଣୁ ଅଂଶ ନାହାନ୍ତି ତ ବଇରାଗ ଜନେ

ଏଥୁଁ ପାଞ୍ଚ ଅଂଶ ଛନ୍ତି ଆମ୍ଭ ଅଂଶମାନେ

।।

କିସ ଭିକ୍ଷାକୁ ସେ ଯେଣୁ କରିଥିବ ମନ

ମୂଢ଼ ଯେ ଗଉଡ଼ ଘରେ ବୁଲୁଥିବେ ପୁଣ

।।

ନେତ ଗୋପଳର ଘରେ ବୁଲୁଥିବେ ନିତି

ବସ୍ତ୍ରେ ପଣେ ଘେନିଣ ଆରମ୍ଭେ ବଡ଼ ଜାତି

।।

ଦମ୍ଭ ମୁରାଟରେ ସେହୁ ଉଜ୍ୱଳ ନୋହିବେ

ଭଜନ ବିଜନ ଶାସ୍ତ୍ରମାନ ନ ଖୋଜିବେ

।।

ଯନ୍ତ୍ର ମନ୍ତ୍ର ତନ୍ତ୍ର ଛାୟା ଜ୍ୟୋତି ନ ସାଧିବେ

ଅବାଡ଼ ସମାଧି ଭେଦ ଯେଣୁ ସେ ଛାଡ଼ିବେ

।।

ଗୋ ବ୍ରହ୍ମହତ୍ୟା ଯେ ମାତୃହରଣ ବିଶୁଳି

ସୁରାପାନ ଜୀବହତ୍ୟା ବିଶ୍ୱାସ ମାତଳି

।।

ଏତେକର ପାପମୂଳେ ଅଠର ଯେ ପାପ

ଅଠର ମୂଳରେ ଅଷ୍ଟାଦଶ ଗୋଟି ଗୋପ୍ୟ

।।

ଅଷ୍ଟାଦଶ ଗୋଟିକି ଅଠର ବୀଜ ମନ୍ତ୍ର

ଜପ କଲେ ନାଶଇ ସକଳ ଦେହ ମନ୍ତ୍ର

।।

ଏ ପାପୀମାନଙ୍କୁ ଛେଦେ ଯେହୁ ମନ୍ତ୍ର ଜପି

ମନ୍ତ୍ରକୁ ରୂପରେ ଯେବେ ଯେହୁ ପାରେ ସ୍ଥାପି

।।

ଅଣାକ୍ଷର ମନ୍ତ୍ରକୁ ହଜ–ସମାଧି ଯେ ଲଏ

ଏକାକ୍ଷର ମନ୍ତ୍ରକୁ ଯେ ଜ୍ୟୋତିରୂପ ଧ୍ୟାୟେ

।।

ତାରକ ମନ୍ତ୍ରକୁ ଅର୍ଦ୍ଧମାତ୍ରା କର ଧ୍ୟାନ

ଶ୍ୟାମ ପଞ୍ଚାକ୍ଷରକୁ ଓଁ କାର ଗିରା ସ୍ଥାନ

।।

ହରେ ରାମ ମନ୍ତ୍ରକୁ ଓମଠି କର ଲୟେ

ମନ୍ତ୍ର ମୂର୍ତ୍ତି ପଞ୍ଚଦେବ ସୁଜ୍ଞ ସାଧୁ ଧ୍ୟାଏ

।।

ଅଣକ୍ଷର ଏକାକ୍ଷର ତାରକ ମନ୍ତର

ଶ୍ୟାମ ପଞ୍ଚାକ୍ଷର ହରେ ରାମ ମନ୍ତ୍ର ସାର

।।

ଏହୁ ପଞ୍ଚ ମନ୍ତ୍ର ପଞ୍ଚ ଯୁଗେ ଅଟେ ସାର

ଏହୁ ପଞ୍ଚ ମନ୍ତ୍ର ଧରି ଭବୁ ହେବୁ ପାର

।।

ମୋହ ନାମେ ଯଜ୍ଞକୁଣ୍ଡେ ପାପ କ୍ଷୟକର

ରାହାସ ଗୋପାଳ ତୁମ୍ଭେ ବାର ଜାତି ମୋର

।।

ନାମ ଧୁନି ଶବଦରେ ସର୍ବ ଦିନ ହର

ସୁବର୍ଣ୍ଣ ରଜତ ବସ୍ତ୍ର କଉଡ଼ି ଅପାର

।।

ରାହାସ ମଣ୍ଡଳେ ଦେଲେ ପାପ ନ ଲାଗିବ

ପାପକୁ ବିନାଶି ତୁମ୍ଭେ ଭୋଗ କରୁଥିବ

।।

ପଞ୍ଚମୂର୍ତ୍ତି ପଞ୍ଚମନ୍ତ୍ର ପଞ୍ଚଶାଖା ପୋଏ

ଜପିଲେଣ ପାପମାନ ହୋଇବ ଯେ କ୍ଷଏ

।।

ଏ ଭେଦ ନ ଜାଣି ବିଭା ବନ୍ଦାପନା ଶୁଦ୍ଧେ

ବିରୋଧ ବିଟାଳମାନ ଖାଆନ୍ତି ଯେ ଲୋଭେ

।।

ଦରିଦ୍ର ହୁଏ ଯେ ବ୍ୟାଧି ପୀଡ଼ଇ ଶରୀର

ନିପୁତ୍ରୀ ହୋଇଣ ବିଡ଼ମ୍ୱନା ସେହୁ ନର

।।

ରାହାସ ଦାସ ହେ ଶୁଣ ମୁକୁନ୍ଦ ଅନନ୍ତ

ଅଚ୍ୟୁତ କହିଲେ ଗୁରୁଭକ୍ତିଗୀତା ତତ୍ତ୍ୱ

।।

ଦ୍ୱିତୀୟଖଣ୍ଡ ଯେ ପଞ୍ଚଦଶ ଛାନ୍ଦରେଣ

ଏହା ଯେ କହିବ ସଦଗୁରୁ ବୋଲି ଚିହ୍ନ

।।

ଏ ଭେଦ ନ ଜାଣି ଯେହୁ ଗୁରୁ ବୋଲାବନ୍ତି

ମୁଦ୍ରିତ କୁସୁମରେ କି ଭ୍ରମର ପୀରତି

।।

 

ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ମନ୍ତ୍ରଭେଦ

କଥନେ ନାମ ପଞ୍ଚଦଶ ପଟଳ ।

Image

 

ଷୋଡ଼ଣ ପଟଳ

 

କରଯୋଡ଼ି ଜଣାବନ୍ତି ରାମଚନ୍ଦ୍ର ଦାସ

ଆମ୍ଭ ପୁତ୍ରମାନଙ୍କର କହିଲ ତ ଅଂଶ

।।

ନାଦ ପୁତ୍ର ବାର ଜଣ ପ୍ରମାଣ ଭବିଷ୍ୟେ

ପ୍ରସନ୍ନେ କହିଲ ଗୁରୋ ଆମ୍ଭଙ୍କୁ ହରଷେ

।।

ବିନ୍ଦୁ ପୁତ୍ର ପଞ୍ଚଜନ ହୋଇବ କେସନ

ନିତ୍ୟସ୍ଥଳେ କେଉଁ କେଉଁଠାରେ ହେବ ସ୍ଥାନ

।।

ଶୁଣ ଆହେ ରାମଚନ୍ଦ୍ର ଅଚ୍ୟୁତ ବଚନ

ନେମ୍ୱାଳ ଭୁବନେ ଚିତ୍ରତୋଳାର ଯେ ସ୍ଥାନ

।।

ଲବଣ ତଟକୁ ବେଢ଼ି ବରଗ୍ରାମ ନାମ

କାନ୍ୟେଶରି ବନ ସେ ନେମ୍ୱାଳ ଲାଗି ବନ

।।

ସେ ବନକୁ ଆଶ୍ରେକରି ରାମଚନ୍ଦ୍ର ଦାସ

ଦେହକୁ ରଖିବ ତହିଁ ଆମ୍ଭ ବଟ ପାଶ

।।

ପଦ୍ମବନ ନେମ୍ୱାଳ ଅମ୍ଭର ସେହୁ ସ୍ଥାନ

ଭାରତ ସାରି ଶ୍ରୀକୃଷ୍ଣ ସେ ସ୍ଥାନେ ଗମନ

।।

ସେ ଥାନେ ଶ୍ରୀକୃଷ୍ଣ ବସି ନୀଳାଚଳ ଗଲେ

ଅଠାଶି ଭୁବନେ ଯାଇ ଅନ୍ତର ହୋଇଲେ

।।

ଏଣୁ କରି ସେ ସ୍ଥାନରେ ଆମ୍ଭର ରହଣୀ

ରାମଚନ୍ଦ୍ର ଉଦିତ ଉତ୍ତର ଦିଗେ ପୁଣି

।।

ଦକ୍ଷିଣ ଦିଗରେ ବୃଦ୍ଧ ଗଙ୍ଗାନଦୀ ସ୍ଥାନ

ଖଣ୍ଡିବିଷେ ପିତାଇ ପୁର ସେହୁ ଗ୍ରାମ ପୁଣ

।।

ଅଚ୍ୟୁତର ସୁତ ଦେବ ବ୍ରଜ ଗଦାଧର

ବାଳ ଯେ ମୁକୁନ୍ଦ ହେବ ଗନ୍ଧର୍ବ ରାମର

।।

କିଛି ଦିନର ଅନ୍ତରେ ଗୋଳକୁଣ୍ଡା ହେବ

ବ ଅକ୍ଷରେ ନାମ ହେବ ଗୋଳକୁଣ୍ଡା ଭାବ

।।

ଭ୍ରଥବୀର ରହିବ ଖଦିର ବନ ସେହି

ଅପୋଡ଼ା ପୃଥିବୀ ତହିଁ ଗୁପତେ ଅଛଇ

।।

ପୂର୍ବଭାଗେ ଚନ୍ଦ୍ରଭାଗା ଅଦିକ ଦିଗରେ

ସଙ୍ଗରସ ବୋଲି ଗ୍ରାମ ପୁଷ୍କରିଣୀ ତୀରେ

।।

ସେ ପୋଖରୀ ପୂର୍ବଭାଗେ ଅଛି ଏକ ତୀର୍ଥ

ସେ ତୀର୍ଥେ ପଶିଲେ ପାପୀମାନେ ଯେ କୃତାର୍ଥ

।।

ଲୋକନାଥ ଆଶ୍ରେ କରି ନନ୍ଦନ ଯେ ବନ

ବକ୍ରଦାସ ସେ ସ୍ଥାନରେ ସମାଧି ଯେ ଘେନ

।।

ପଶ୍ଚିମ ଦିଗରେ ନଇଋତ କଣ କହି

କୁଶଭଦ୍ରା ନଦୀ ତୀର୍ଥେ ପୂଣ୍ୟ ଅଟେ ସେହି

।।

ସାଇଲୋ ବିଶେଷ ଧରେ ଧର୍ମଦାସ ରହି

ଏକାମ୍ର ସନ୍ନିଧରେ ସେ ସ୍ଥାନ ଯେ ଅଟଇ

।।

ସେ ସ୍ଥାନେ ବିନ୍ଦୁସାଗର ତୀର୍ଥରାଜ ସେହି

ତାହାଙ୍କ ଦର୍ଶନେ ସର୍ବ ପୂଣ୍ୟମାନ ପାଇ

।।

ବିଷ୍ଣୁଦାସ ବନଖଣ୍ଡି ରହିବ ସେ ପୁଣ

ହେମ ବନ ଆଶ୍ରେ କରି ମନପୁରେ ସ୍ଥାନ

।।

ମହାନଦୀ ଉତ୍ତରେଣ ନିଗମ ଭୁବନ

ଶମ୍ଭୁ ଆଶ୍ରେ କରିଣ ସେ ଦେବୀ ନିରିବାଣ

।।

ଏହୁ ପଞ୍ଚଶାଖା ମୋର ଅଟେ ନିଜ ଅଂଶ

ତାରିବ ଗୋପାଳକୁଳ ଓଡ଼ିଶା ଯେ ଦେଶ

।।

ଭ୍ରଥ ଦାସ କରଯୋଡ଼ି ପଚାରୁଛି ମୁହିଁ

କେଉଁ ଅଂଶେ କେତେ ଦାସ କଳିପୀଡ଼ା ହୋଇ

।।

ରାମଅଂଶେ କାହ୍ନୁ ଦାସ ବୃଥା ଯେ ସାରସ

ମିଛରେ ତ କଳିପୀଡ଼ା ଲାଗିବ ତା ଅଂଶ

।।

ଭ୍ରଥ ଅଂଶେ ଅନନ୍ତ ସେ ପୁରୁଷଉତ୍ତମ

ଭଗତ ଅଂଶରେ ହ ଅକ୍ଷରେ କଳିତମ

।।

ଧର୍ମ ଅଂଶେ ପୁରୀଅଂଶେ ନିର୍ବୀଜ ଅଟଇ

କଳିତାପ ସେଠାବରୁ ଘୋଟିବ ଯେ ମହୀ

।।

ବକ୍ରଅଂଶେ ଭଗବାନ ପବନ ବଲ୍ଲଭେ

ବ ଅକ୍ଷରେ ତାପ ଲାଗିବ ସେଠାରେ ତ ଭଲେ

।।

ଆହେ ନାଚି ଜନମାନେ ମୁକୁନ୍ଦ ଅନନ୍ତ

ଅଚ୍ୟୁତର ବୀର୍ଯ୍ୟେ ବ୍ରଜ ଗଦାଧର ଜାତ

।।

ବାଳ ଯେ ମୁକୁନ୍ଦ ଗନ୍ଧର୍ବର ପୁତ୍ର ଜାତ

କିଛି କିଛି ସୁଖ ଥିବ ସଂସାର ସଙ୍ଗତ

।।

ରାମଚନ୍ଦ୍ର ବୋଲି ପୁତ୍ରେ ହୋଇବାକ ଜାତ

କଳିତାପ ସେଠାବରୁ ହୋଇବ ବହୁତ

।।

ଭ୍ରଥପୁତ୍ର ନିପୁତ୍ରରେ ବଢ଼ିବ ଥୋକାଏ

ଅନ୍ନ ନ ମିଳିବାରେ ଯେ ଋଣଭଣ କାଏ

।।

ବଇଷ୍ଣବ ଭୋଗଛାଡ଼ି ରାଜକର୍ମ କରି

ପାଦରେ ନ ଗମିବେ ଯେ ତୁରଙ୍ଗ ଆବୋରି

।।

ପାଦାନ୍ତି ଚଉକି ଚଢ଼ି କୁକୁର ମାଙ୍କଡ଼

ଦାସୀ ପରବାରୀ ପୋଷୀ ହେବେ ନାରଖାର

।।

ବଚନର ଦୃଢ଼ ଯହୁ ନ ରହିବ ଅଂଶେ

ପେଟର ନିମନ୍ତେ ଯେ ବୁଲିବେ ଦେଶେ ଦେଶେ

।।

ଦେଶକେ ପୁତ୍ର ଗୋଟିଏ ନ ରହିବେ ପୁଣ

କନ୍ଦଳ ଉପୁଜୁଥିବ ଆମ୍ଭର ଅଂଶେଣ

।।

କ୍ଷୁଦ୍ର ଦାସ ପରାଏଣ ସଂସାରେ ରହିବେ

ଅନ୍ନ ବସ୍ତ୍ର ବିହୁନେ ସେ ଛଟପଟ ହେବେ

।।

ପଞ୍ଚ ଅଂଶ ଆମ୍ଭ ଅଂଶ ବାର ଅଂଶ ମାନ

କଳିରେ ନିବିଡ଼ତମ ଘୋଟିବ ବହନ

।।

ଭାଇରେ ଭାଇରେ ଗୋଳ କରିବେ ସଂସାରେ

ଗୁରୁଶିଷ୍ୟ ଭିନ୍ନାଭିନ୍ନ କରିବେ ଅନ୍ତରେ

।।

ଆଗରେଣ ଗୁରୁ ଦେଖି କରିବେଟି ମାନ୍ୟ

ପଛରେ ବୋଲିବେ ଗୁରୁ ବଡ଼ କୂଟଜନ

।।

କାକୁଡ଼ିର ପ୍ରାୟେ ଗୁରୁ ଶିଷ୍ୟ ହୋଇଥିବେ

ବଚନ ଅହିତେ ଗୁରୁ ପଥ ବୁଡ଼ାଇବେ

।।

କରପତ୍ର ଯୋଡ଼ି କହେ ଅନନ୍ତ ମୁକୁନ୍ଦ

ମୁକୁନ୍ଦ ପାଖଣ୍ଡ ଜୀବ ଏହୁ ବଡ଼ ଦ୍ୱନ୍ଦ

।।

ଶୁଣ ହେ ବିଶ୍ୱାସ ନାତି ମୁକୁନ୍ଦ ଅନନ୍ତ

ଏକ ପୁତ୍ର ଯୋଗୁଁ ଯିବ ବହୁପୁତ୍ର ଜାତ

।।

କଳିର ନିବିଡ଼ ଘୋର କୃଷ୍ଣରସ ଜାତ

ପାପଗ୍ରହ ଘୋଟିବ ଯେ କଳି ହେବ ହତ

।।

ଗୁରୁଘରେ ପାପ ହେଲେ ବିଡ଼ମ୍ୱନ ହେବ

କଳିର ଅନ୍ଧାର ସର୍ବ ଘରେ ପ୍ରକାଶିବ

।।

ରାଜେନ୍ଦ୍ର ଯୋଗେନ୍ଦ୍ର ଘରେ ପୂର୍ଣ୍ଣ ଯେବେ ଥାଇ

ମହାଘୋର ପାପମାନ ଘଞ୍ଚକରି ଯାଇ

।।

ରାଜେନ୍ଦ୍ର ଯୋଗେନ୍ଦ୍ର ଘରେ ନ ରହିବ ସତ

ଏଣୁକରି କଳିଯୁଗ ହୋଇବଟି ହତ

।।

ରାଜାମାନେ ତଣ୍ଡ ନେବେ ପରଜାର ଧନ

ଗୁରୁମାନେ ଶିଷ୍ୟଠାରେ ଲୋଭେ ଦେବେ ମନ

।।

ମନ୍ତ୍ର ଯନ୍ତ୍ର ପଚାରିଲେ କରିବେ ଯେ ହିଂସା

ପେଟର ନିମନ୍ତେ ବୁଲି ଦେଶେ ଦେଶେ ଆଶା

।।

ରାଜାମାନେ ସତ୍ୟଭାଷାମାନ ନ କହିବେ

ପଟ୍ଟା ଦେଇ ପରଜାଙ୍କୁ ଦୁଇଗଣ ନେବେ

।।

ମଦିରା ପାନ କରିବେ ବ୍ରାହ୍ମଣ କ୍ଷତ୍ରିୟ

ଦେବୀ ପୂଜା ବୋଲିଣ ସେ ମିଳିବେ ଶୂଦ୍ରିୟ

।।

ଭାଇରେ ଭାଇରେ ଗୋଳ କରିବେ ସଂସାରେ

ଗୁରୁଶିଷ୍ୟ ଭିନ୍ନାଭିନ୍ନ କରିବେ ଅନ୍ତରେ

।।

ଆଗରେଣ ଗୁରୁ ଦେଖି କରିବେଟି ମାନ୍ୟ

ପଛରେ ବୋଲିବେ ଗୁରୁ ବଡ଼ କୂଟଜନ

।।

କାକୁଡ଼ିର ପ୍ରାୟେ ଗୁରୁ ଶିଷ୍ୟ ହୋଇଥିବେ

ବଚନ ଅହିତେ ଗୁରୁ ପଥ ବୁଡ଼ାଇବେ

।।

କରପତ୍ର ଯୋଡ଼ି କହେ ଅନନ୍ତ ମୁକୁନ୍ଦ

ମୁକୁନ୍ଦ ପାଖଣ୍ଡ ଜୀବ ଏହୁ ବଡ଼ ଦ୍ୱନ୍ଦ84

।।

ଶୁଣ ହେ ବିଶ୍ୱାସ ନାତି ମୁକୁନ୍ଦ ଅନନ୍ତ

ଏକ ପୁତ୍ର ଯୋଗୁଁ ଯିବ ବହୁପୁତ୍ର ଜାତ

।।

କଳିର ନିବିଡ଼ ଘୋର କୃଷ୍ଣରସ ଜାତ

ପାପଗ୍ରହ ଘୋଟିବ ଯେ କଳି ହେବ ହତ

।।

ଗୁରୁଘରେ ପାପ ହେଲେ ବିଡ଼ମ୍ୱନ ହେବ

କଳିର ଅନ୍ଧାର ସର୍ବ ଘରେ ପ୍ରକାଶିବ

।।

ରାଜେନ୍ଦ୍ର ଯୋଗେନ୍ଦ୍ର ଘରେ ପୂର୍ଣ୍ଣ ଯେବେ ଥାଇ

ମହାଘୋର ପାପମାନ ଘୁଞ୍ଚିକରି ଯାଇ

।।

ରାଜେନ୍ଦ୍ର ଯୋଗେନ୍ଦ୍ର ଘରେ ନ ରହିବ ସତ

ଏଣୁକରି କଳିଯୁଗ ହୋଇବଟି ହତ

।।

ରାଜାମାନେ ତଣ୍ଡିନେବେ ପରଜାର ଧନ

ଗୁରୁମାନେ ଶିଷ୍ୟଠାରେ ଲୋଭେ ଦେବେ ମନ

।।

ମନ୍ତ୍ର ଯନ୍ତ୍ର ପଚାରିଲେ କରିବେ ଯେ ହିଂସା

ପେଟର ନିମନ୍ତେ ବୁଲି ଦେଶେ ଦେଶେ ଆଶା

।।

ରଜାମାନେ ସତ୍ୟଭାଷାମାନ ନ କହିବେ

ପଟ୍ଟା ଦେଇ ପରଜାଙ୍କୁ ଦୁଇଗୁଣ ନେବେ

।।

ମଦିରା ପାନ କରିବେ ବ୍ରାହ୍ମଣ କ୍ଷତ୍ରିୟ

ଦେବୀ ପୁଜା ବୋଲିଣ ସେ ମିଳିବେ ଶୂଦ୍ରିୟ

।।

ଭାଇରେ ଭାଇରେ ଗୋଳ କରିବେ ସଂସାରେ

ଏଣୁକରି ଘରେ ଘରେ କଳି ପାପ ହେବ

।।

ବ୍ରାହ୍ମଣ ମଦିରାପାନେ ସର୍ବ ତତ୍ତ୍ୱ ଯିବ

ଇନ୍ଦ୍ର ନ ପାଳିବ ସେ ଯେ ବେଳକାଳ ଜାଣି

।।

ପୃଥ୍ୱୀରେ ଦିନକୁ ଦିନ ମହରଗ ଟାଣି

ଓଡ଼ିଶା ତେଲଙ୍ଗ ଦିଲ୍ଲୀ ମରହଟ୍ଟା ଦେଶ

।।

ଠାବେ ଠାବେ ହଣା ଯୁଦ୍ଧ ହୋଇବ ବିଶେଷ

ଏ ଦେଶର ଲୋକ ଯାଇଁ ସେ ଦେଶ ପଶିବେ

।।

ପେଟର ବିହୁନେ ସର୍ବେ ଛଟପଟ ହେବେ

ହୋଇବ ଅନୀତି ଯହୁଁ ସକଳ ଆରତ

।।

କଳଙ୍କୀ ପ୍ରବେଶ ହେବେ ଓଡ଼ିଶା ଦେଶେ ତ

ତେବେ ବା ସଂସାରେ ସୁଖ ହୋଇବାକ ପୁଣ

।।

ବିପ୍ର ଧରାଇବ ଛତ୍ର ଯେଉଁଦିନେ ଜାଣ

ତେତେଦିନ ଯାଏ ପ୍ରାଣୀ ଦୁଃଖରେ ପଡ଼ିବେ

।।

ତପତ ଜଳରେ ମୀନ ପ୍ରାୟେକ ବଞ୍ଚିବେ

କଳିଯୁଗ ଚରିତ ଏ ମନ୍ଦକର୍ମ ଯେତେ

।।

ମନ୍ଦକର୍ମ କଲା ଲୋକ ଭଲ ଏ ଜଗତେ

କିଛୁ ଦିନ ଭଲ ହେବ ପୁଣ୍ୟ ନାଶ ଯିବ

।।

କଳିଯୁଗ ମାୟା ସେ ଯେ ଜାଣି ନ ପାରିବ

ଧନପଣ ଜନ ହାଦେ କଳିଯୁଗେ ମନ୍ଦ

।।

କିଛିଦିନେ ସେହୁ ପୁଣ ପଡ଼ିବେ ଯେ ଦ୍ୱନ୍ଦ

ପ୍ରାଣୀମାନେ କହୁଥିବେ ମନ୍ଦ କଥାମାନ

।।

ସଂସାରରେ ଉତ୍ତମ ହୋଇବେ ସେହୁ ଜନ

କଳିଛନ୍ଦ ବିଡ଼ମ୍ୱଣ ନ ଜାଣି ଦମ୍ଭିତ

।।

ସମୟକୁ ବିଡ଼ମ୍ୱଣ ସକଳ ହେବ ତ

ପ୍ରାଣୀମାନେ କହୁଥିବେ ମନ୍ଦ କଲା ଜଣ

।।

ସଂସାରରେ ଉତ୍ତମ ହୋଇଲା ଏହୁ ପୁଣ

ସମୁଦ୍ର ଲହରୀ ପ୍ରାଏ କିଛିଦିନ ଶୋଭା

।।

କେଣେ ନାଶ ଯିବ ସେ ତ ନ ରହିବ ପ୍ରଭା

ସତୀ ଯତି ସଂସାରରେ ଶୀର୍ଣ୍ଣ କ୍ଷୀଣ ଥିବେ

।।

ବିଦ୍ୱାନ ହୋଇବେ ସେହୁ ସତ୍ୟ କଳିଯୁଗେ

ଖଚୁଆ ମିଛୁଆ ଆପୁଧୂଆଁ ଯେ ସାହାସୀ

।।

ପରସ୍ତିରୀ ହରଣ ଯେ ଦଣ୍ଡଭଙ୍ଗା ଚାଷୀ

ଅଗାଡ଼ି ଅଟନ୍ତି ଏହୁ କଳିର ଅସୁର

।।

ସତ୍ୟ କଳିଯୁଗେ ଏହୁ ନ ଥିବେ ସଂସାର

ସତ ଯତ ପ୍ରାଣୀମାନେ କଳିରେ ବିହନ

।।

ଅଚ୍ୟୁତ ବଚନ ଏହୁ ହେତୁ ମନେ ଘେନ

ଏଣୁ ଗୁରୁଭକ୍ତି ଗୀତା ଅଟଇ ଗୁପତ

।।

ନ ମାନିବେ ପ୍ରାଣୀମାନେ କରିବେ ହାସ୍ୟତ

ଅସତ୍ୟ ଜନ ବଢ଼ିବେ ସଂସାରେ ବହୁତ

।।

ଏକ ଏକ ଥିବେ ପୁଣ ନବ ଯତ ସତ

ଏହୁ ଗୁରୁଭକ୍ତି ଗୀତା ଦ୍ୱିତୀୟ ଖଣ୍ଡରେ

।।

ଅଂଶସ୍ଥାନ କଳିଯୁଗ କହିଲୁ ତୁମ୍ଭରେ

 

ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟ

ବୋଧନେ ନାମ ଷଷ୍ଠଦଶ ପଟଳ ।

Image

 

ସପ୍ତଦଶ ପଟଳ

 

ଉତ୍‍ଥାନ ପବନ ଯେ ଆନନ୍ଦ ଗୋବିନ୍ଦ ତ

ପଚାରୁଛୁଁ ଗୁରୁଦେବ ରହିଲା ଥୋକେ ତ

।।

ରାମଦାସ ବାରଜଣ କହିଲେ ତ ଅଂଶ

ପଞ୍ଚଶାଖା ମିଳିଣ ଯେତେକ ଅଂଶାଅଂଶ

।।

ସପତ ଶାଖାରେ ପୁଣ କହଇ ଗୁରୁ ତ

କେମନ୍ତ ହୋଇଣ ସେ ଯେ ସଂସାରେ ଉଦିତ

।।

କୁମ୍ଭାର ରାମ ଦାସର ଅଂଶ ତ ନୋହିବ

କମାର ରାମର ଅଂଶେ ଜଡ଼ରେ ମଜ୍ଜିବ

।।

ନନ୍ଦ ଯେ କମାର ନାରଣର ହେବ ଅଂଶ

କଅ ଯେ ଅକ୍ଷରେ ତାପ ଲାଗିବ ବିଶେଷ

।।

ସାଇବିରୀ ବିଷେ ନଗ୍ର କୁଣ୍ଡ ବଳଦାରେ

ଦେବୀନଦୀତୀରେ ମୃତ୍ୟୁ ହେବ ସେ ସ୍ଥାନରେ

।।

ଦକ୍ଷିଣ ଚକ୍ର ଯେ ବଇତରଣୀର ବିଷେ

ରହିଣ ସମାଧି ସ୍ଥାନ ବାୟବ୍ୟର ଦେଶେ

।।

ଦକ୍ଷିଣ ଅଂଶର ପ ଅକ୍ଷରେ ପୁତ୍ର ଜାତ

ପରମାନନ୍ଦ ଠାବରୁ କଳିରେ ଆଗତ

।।

ନିରଞ୍ଜନ ପୁଣ ସେହୁ ଗ୍ରାମରେ ରହଣି

ମଧୁଠାରୁ ଅଂଶ ପୁଣି ଗୁପତଟି ଜାଣି

।।

ନନ୍ଦ କନ୍ଦ ନୀର ଯେ ଦକ୍ଷିଣ ଚକ୍ରଗଣ

କମାର କୁମ୍ଭାର ମିଶି ଏହୁ ସପ୍ତ ପୁଣ

।।

ରସିବ ଯେ ବାର ସସେ ବାରଟିଆ ସାର

ଚାରିସସ୍ର ଯୋଗାରୂଢ଼ ପଞ୍ଚସଖାଙ୍କର

।।

ଏଣୁ କରି ଅଚ୍ୟୁତର ଷୋଳସସ୍ର ଶାଖା

ଯୁଗେ ଯୁଗେ ଅବତାର ଭଗତରେ ଲେଖା

।।

ଷୋଳସହସ୍ରେ ସାର ବାରଟିଆ ରାମଦାସ

ବାର ଦାସେ ସାର ସପ୍ତଶାଖା ଅଟେ ଅଂଶ

।।

ସପ୍ତଶାଖା ବଂଶ ସାର ପଞ୍ଚଶାଖା ପୁଣ

ପଞ୍ଚଶାଖା ସାର ପୁଣ ଅଚ୍ୟୁତରେ ଗଣ

।।

ସୁଦାମା ଗୋପାଳ ନାମ ଦ୍ୱାପରେ ଯେ ହୋଇ

ତ୍ରେତୟା ଯୁଗରେ ନାମ ନଳ ମୁଁ ବୋଲାଇ

।।

ସତ୍ୟ ଯୁଗେ ନାମ ମୋର ହୋୟେ କୃପାଜଳ

ଅନନ୍ତ ଯୁଗରେ ଶୁଭନନ୍ଦ ଯେ ଗୋପାଳ

।।

ଯୁଗେ ଯୁଗେ ଜାତ ଆମ୍ଭ ସଙ୍ଗେ ବାରଦାସ

ରାହାସ ଲୀଳାରେ ଆମ୍ଭେ ହେଉଁ ପରବେଶ

।।

ଅନନ୍ତ ଯୁଗରେ ରାମ ସଙ୍ଗେ ତଳି ବାଇ

ରାମତାଳିରେଣଟି ଅନନ୍ତ ଯୁଗ ବାହି

।।

ସତ୍ୟଯୁଗେ ଋଷି ମେଳେ ନାମ କୀରିତନ

ନୈମିଷାରଣ୍ୟରେ ସେ ଯେ ଗୁପତେ ରହିଣ

।।

ତ୍ରେତୟା ଯୁଗରେ ରାମ ସଙ୍ଗେ ତାଣ୍ଡବରେ

ନୃତ୍ୟ ଗୀତ କରୁ ହନୁ ନଳ ନୀଳ ମେଳେ

।।

ଦ୍ୱାପର ଯୁଗରେ ତୁମ୍ଭେ ଅଷ୍ଟାଦଶ ମେଳେ

ରାହାସ ଲୀଳାରେ ଥିଲ ତୁମ୍ଭେ କୁତୂହଳେ

।।

କଳିଯୁଗେ ଶ୍ରୀକୃଷ୍ଣ ଚୈତନ୍ୟ ରୂପେ ଜାଣ

ପ୍ରତ୍ୟକ୍ଷ ଦର୍ଶନ କଲ ଚର୍ମର ନୟନ

।।

ସେ ତୁମ୍ଭଙ୍କୁ ଦେଲେ ଖୋଳ କରତାଳ ଯେଣୁ

ଓଡ଼ିଶାରେ ରାହାସ ରଞ୍ଚିଲ ତୁମ୍ଭେ ତେଣୁ

।।

ପ୍ରତାପର ଆଶ୍ରେ ଗଲେ ପିତାଙ୍କର ବଳେ

ରାହାସ ରଞ୍ଚିଲୁ ଆମ୍ଭେ ଓଡ଼ିଶା ଦେଶରେ

।।

ରାମଚନ୍ଦ୍ର ବଳେ ପୃଥ୍ୱୀ ହୋଇଲା କଳଣ

ରାହାସ ରଞ୍ଚିଲ ତୁମ୍ଭେ ସାରଦା ଭୁବନ

।।

ଏଣୁକରି ସରସ୍ୱତୀ ତୁମ୍ଭଙ୍କୁ କରୁଣା

ଗୀତ ନୃତ୍ୟ ତୁମ୍ଭଙ୍କୁ ଯେ ଦିଶିଲା ବାଜଣା

।।

ସକଳ ମନ୍ତ୍ରର ଗୁରୁ ସାରଦା ଅଟନ୍ତି

ତାହାଙ୍କର ପ୍ରସନ୍ନେ ତୁମ୍ଭଙ୍କୁ ନାହିଁ ଭ୍ରାନ୍ତି

।।

ଏଣୁକରି ଦେଶ ଗ୍ରାମ ସମସ୍ତ ତୁମ୍ଭର

ସର୍ବଜନ ପୂଜୁଥିବେ ତୁମ୍ଭ ଅଂଶ ନର

।।

ନୂଆ ହାଣ୍ଡି ନୂଆ ଅନ୍ନ ତୁମ୍ଭେ ତ ପାଳିଲ

ମାଛ ନାସ୍ତି ମାଂସ ନାସ୍ତି ଧର୍ମକୁ ଭଜିଲ

।।

ଅଶୁଚିଘରେ ଭୋଜନ ତୈଳ ନିଶୋଧନ

ଶୁଦ୍ଧ ଶ୍ରାଦ୍ଧ ବିଟାଳ ତୁମ୍ଭର ନାହିଁ ଧନ

।।

ଏତେ ସ୍ଥାନେ ହସ୍ତେ ରାନ୍ଧି କଲ କୃଷ୍ଣ ଭୋଗ

ଗୋପାଳ ଗଉଡ଼ ସିନା ଅଟ ମାୟା ଅଙ୍ଗ

।।

ଏଣୁକରି ଗୋପକୁଳେ ତୁମ୍ଭେ ସାର ହୁଅ

ଖୋଳ କରତାଳ ଚୂଳ ଧର ତୁମ୍ଭ ଦେହ

।।

ଶୁଣ ହେ ମୁକୁନ୍ଦ ଦାସ ଅନନ୍ତ ଯେ ଦୁଇ

କଳିଯୁଗେ ଥୋକେ ଅଂଶ ଧରିବେ ବଢ଼ାଇ

।।

ମତାମତ ଦେଖଦେଖି ହୋଇଣ ମାତିବେ

ଖୋଳ କରତାଳ ବହି ଅଭକ୍ଷ ଭକ୍ଷିବେ

।।

ଅବୀର୍ଯ୍ୟ ଅବଂଶ ଲୋକେ ଶିଖିବେ ଯତନ

ଅନ୍ୟାୟମାନ କରିବେ ବହି ବିଷ୍ଣୁଚିହ୍ନ

।।

ଚକ୍ର ଅଟେ କରତାଳ ଶଙ୍ଖ ଖୋଳ ଅଂଶ

ଗଦା ଅଟେ ମୁରଳୀ ଯେ ପଦ୍ମ ଯେ ତରାସ

।।

ଏ ଚତୁର୍ଥ ୟୁଧ ବହି ମାଛ ମାଂସ ଖାଇ

ଆପୁ ଗଞ୍ଜା ଧୂଆଁ ପାନ ପରଦାସ ହୋଇ

।।

ଏଥି ପ୍ରବେଶ ହୋଇଣ ରାହାସେ ମିଶଇ

ଅଳପ ଆୟୁଷେ ମୃତ୍ୟୁ ଦାରିଦ୍ର୍ୟ ଘୋଟଇ

।।

ଖୋଡ଼ ରୋଗ ବଂଶନାଶ ପ୍ରାପତ ଅଙ୍ଗରେ

ବିଷ୍ଣୁର ଆୟୁଧ ବହି ଅନୀତି ଯେ କରେ

।।

ନିର୍ମଳ ଭଜନ କଲ ନିର୍ମଳ ଭୋଜନ

ନିର୍ମଳ ଚିତ୍ତେ ଧଇଲ ତୁମ୍ଭ ବାରଜଣ

।।

ଦେଶ ଘୋର ସଂସାରରେ ନୋହିଲା ସଙ୍ଗତ

ଉଦାସୀର ପ୍ରାୟ ତୁମ୍ଭେ ହେଲ ବାର ଚିତ୍ତ

।।

ଅଚ୍ୟୁତ ପଥରେ ବାର ଦାସ ଯେଉଁ ଜନ

ପରମ ଗୁରୁ ସେବିଲେ ଦ୍ୱାପରେ ଗୋପ୍ୟାନ

।।

ସତ୍ୟ ଗୁପ୍ତ ଏହି ଗୁପ୍ତ ଗୋପ୍ୟାନ କରିବ

ଉକତ କଲେଣ ତାର ବଂଶ ନାଶ ଯିବ

।।

ଖଚୁଆ ମିଛୁଆ ଆଗେ ନ କହିବ ଏହା

ରାମଚନ୍ଦ୍ର କହୁଛନ୍ତି ମୁକୁନ୍ଦଙ୍କୁ ଯାହା

।।

ପୁତ୍ର କଷ୍ଟ ଭ୍ରାତୃକଷ୍ଟ ମନକଷ୍ଟ ତିନି

ଆପକଷ୍ଟ ଗୃହକଷ୍ଟ ବନ୍ଧୁ ହୋୟେ ହାନି

।।

ଗୁପତୁଁ ଗୁପତ ଏହା ନ କହିବ କାହିଁ

ଅଚ୍ୟୁତ ବଚନ ଯେହୁ ପ୍ରତିପାଳି ଥାଇ

।।

ଜନ୍ମେ ଜନ୍ମେ ମୁହିଁ ପୁଣ ଭୃତ୍ୟପଣେ ଥିଲି

ପୂର୍ବଜନ୍ମେ ଗୋପାଳ କୁଳରେ ଜନମିଲି

।।

ଲୀଳାକୁ ଲୀଳା ଯେ କରି ତ୍ରିଲୋଚନେ ଜାତ

କେଶବ ନାମ ବହିବି ବିରଜା ଦେଶେ ତ

।।

ମୋହର ଅଂଶରୁ ଅଂଶ ଅଣକ୍ଷରୁ ଜାତ

ନାମ ନାହିଁ ଅନାମରେ ନାମ ମୋ ଅଚ୍ୟୁତ

।।

ମୋହ ଅଂଶମାନ ସବୁ ଗୋଳରେ ପୀଡ଼ିବେ

ଗୋଳକୁଣ୍ଡା ଭାବରେ ସେ କିଛିଦିନ ଥିବେ

।।

ସାଧୁଙ୍କ ବଚନ ଯଦି ଅପ୍ରମାଣ ହୋଇ

ପର୍ବତ ଶିଖରେ ପୁଣ ଫୁଟିବଟି କଇଁ

।।

ଏଣୁକରି ଏହୁ ଗ୍ରନ୍ଥ ଗୋପ୍ୟରେ ରଖିଲେ

ଏ ଗ୍ରନ୍ଥ ଶୁଣି ନ ପାରୁ ପେଟରେ ମଜ୍ଜିଲେ

।।

ଏ ଗ୍ରନ୍ଥକୁ ଅତିଗୂଢ଼େ ଗୋପ୍ୟରେ ରଖିବ

ଏକାକ୍ଷର ଅଣାକ୍ଷର ଯେହୁ ଜାଣିଥିବ

।।

ଏକ ଦୁଇ ତିନି ପାଞ୍ଚ ଗ୍ରନ୍ଥ ଶୁଣି ମୁହିଁ

ଗୁଆ ଘୃତ ଦୀପ ଦୂବ ନଇବେଦ୍ୟ ଦେଇ

।।

ଯାହାକୁ ଆଜ୍ଞା ହୋଇବ ଏ ଗ୍ରନ୍ଥ ସେ ଶୁଣେ

ଅଚ୍ୟୁତ ବଚନ ସେହୁ ସତ୍ୟ ସତ୍ୟ ଜାଣେ

।।

ଗୁରୁଭକ୍ତି ଗୀତା ଏହୁ ଦ୍ୱିତୀୟ ଖଣ୍ଡେଣ

କହିଲି ବଂଶାନୁକଥା କର୍ଣ୍ଣ ଦେଇ ଶୁଣ

।।

 

ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟବୋଧନେ

ଯୁଗବଂଶାନୁଚରିତ ଲୀଳା ବର୍ଣ୍ଣନେ ନାମ ସପ୍ତଦଶ ପଟଳ ।

Image

 

ଅଷ୍ଟାଦଶ ପଟଳ

 

ଶୁଣ ହେ ମୁକୁନ୍ଦ ଦାସ ଅନନ୍ତ ଯେ ଦୁଇ

ପବନ ଯାଦବ ବେନି ଅଭିନ୍ନ ତ ନୋହି

।।

ଉତ୍‍ଥାନ ପବନ ତୁମ୍ଭେ ଏକପ୍ରାଣ ବୋଲି

ବାଳକ ଗୋବିନ୍ଦ ଦୁହେଁ ତୁମ୍ଭେ ଥାଅ ମିଳି

।।

ବତ୍ସ ଯେ ମଥୁରି ତୁମ୍ଭେ ନିରନ୍ତରେ ସାଥ

ବାଳକ ଯେ ବୃନ୍ଦାବନ ଅନ୍ତର ନୁହଁ ତ

।।

ମଧୁ ଯେ ଆନନ୍ଦ ଦୁହେଁ ଏକଇ ଜୀବନ

ଏହି ବାରଜଣ ଘେନ ଅଚ୍ୟୁତ ବଚନ

।।

ଯେତେ ଗ୍ରନ୍ଥ କହିବ ତେତେକ ଶୁଣାଇବ

ଅଧିକ କହି ଶୁଣିଲେ ଉତ୍ତମ ନୋହିବ

।।

ନଟି ଯେ କଦଳୀ ଘୃତ ଦୀପ ବନ୍ଦାଇବ

ନବତନ ବସ୍ତ୍ର ଥୋଇ ଏ ଗ୍ରନ୍ଥ ଶୁଣିବ

।।

ଗୁରୁବାରେ ସୋମବାରେ ମଙ୍ଗଳ ଯେ ଦିନ

ଶୁକଳ ତିଥିରେ ଶୁଣାଇବ ସାଧୁଜନ

।।

ଜ୍ୟେଷ୍ଠ ଯେ ଚଇତ୍ର ପୁଷ ନିଷେଧ କରିବ

ନବତନେ ଶୁଣାଇ ଯେ ନବମାସେ ଦେବ

।।

ଶୁଣ ଆହେ ରାମ ଦାସ ତୁମ୍ଭେ ବାର ପୋଏ

ଖୋଳ କରତାଳ ଗୁଣ କଳନା ନ ଯାଏ

।।

କଳିଯୁଗେ ଯେଉଁ ଜନ କହିବ ସୁଚିତ୍ତେ

ମନ୍ତ୍ର ପୂଜା କରିବାକୁ ଘେନିଥିବ ଚିତ୍ତେ

।।

ସେ ଜନ ସକଳଠାରେ ଯଶ ପୁଣ ହେବ

ରାଜସିଂହାସନେ ବସି ସୁଖେ ବିହରିବ

।।

ଶୁଣ ହେ ଗୋପାଳ ଦାସ ତୁମ୍ଭେ ବାରିଟିଆ

ଗୋଲକ ଆୟୁଧ ଧର ଦୃଢ଼ ମନେ ଏହା

।।

ଏମନ୍ତ ହୃଦରେ ଧରି ପାପ କରେ ନାଶ

ପରଧନ ପରସ୍ତିରୀ ନ କରିବ ଆଶ

।।

ଶୁଣ ଆହେ ରାହାସ ପ୍ରଧାନ ବାର ତୁମ୍ଭେ

ତୁମ୍ଭଙ୍କୁ କହିଲୁ ଆମ୍ଭେ ଭଗତି ଆରମ୍ଭେ

।।

–: ଏଠାରେ ପଡ଼ି ବୋଲିଲେ :–

ଗୁରୁଭକ୍ତି ଗୀତା ପ୍ରଥମ ଖଣ୍ଡ ଶୁଣିବ

ଏଠାରେ ମୁକୁନ୍ଦ ଦାସକୁ ପୂଜାଦେବ

।।

ଗୁରୁଭକ୍ତି ଗୀତା ଦ୍ୱିତୀୟ ଖଣ୍ଡ ଶୁଣିବ

ଏଠାରେ ଉତ୍‍ଥାନ ଦାସକୁ ପୂଜା ଦେବ

।।

ଦ୍ୱାପରେ ତୁମ୍ଭ ଆମ୍ଭର ନାହିଁ ଭିନ୍ନାଭିନ୍ନ

ରାହାସ ରସରେ ତହିଁ ଗଲା କିଛିଦିନ

।।

ତୁମ୍ଭେ ଆମ୍ଭେ ଏକ ଆତ୍ମା ଜୀବର ଜୀବନ ।ପଡ଼ି।

ଗଜପଲଙ୍କ ଉପରେ ଶ୍ରୀକୃଷ୍ଣ ବିଜେ କରି

ଆଲଟ ସେବା କରୁଛନ୍ତି ଉତ୍‍ଥାନ ଯେ ଧରି

।।

ଦୁଇ ସହସ୍ର ଗୋପାଳ ମିଳି

ବୀଣା ତାଳ ବାଇ କରନ୍ତି କେଳି

।।

ଗୁରୁଭକ୍ତିଗୀତାରୁ ପ୍ରଥମଖଣ୍ଡ ଅଧେ ଶୁଣାଇବ

ଯେ ଜନ ପଢ଼ିବ ଏଠାରେ ଅନନ୍ତ ପୂଜା ଦେବ

।।

ବନେ ବିହାର କରେ ଶ୍ରୀକୃଷ୍ଣ ଯେତେବେଳେ

ମୁକୁନ୍ଦ ସେବା କରେ ହରଷେ ତେତେବେଳେ

।।

ବେନି ସହସ୍ର ଗୋପାଳେ ଗୁରୁଭକ୍ତିଗୀତା ତୃତୀୟ ଖଣ୍ଡ ଶୁଣିବ ।ପଡ଼ି।

ପବନକୁ ପୂଜା ଦେବ

ଶୁଣ ହେ ଉଦାସୀ ଦାସ ସଂସାର ତାରଣ

ଜନମ ଲଭିବ ତୁମ୍ଭେ ଏହି ଯେ କାରଣ

।।

ଚୂଳ କେଶ ବହିଲେ ଯେ ଦୂରିତ ନ ଥାଇ

ମିଛ ନ କହିବ ମୁଖେ ଶାନ୍ତଚିତ୍ତେ ରହି

।।

ଶୁଣ ହେ ଦ୍ୱାଦଶଜନ ହେତୁ ଚିତ୍ତ ହୋଇ

ତୁମ୍ଭେ ବାରଜଣ ଅଟ ଆମ୍ଭ ଶଖା ଭାଇ

।।

କଳିଯୁଗେ ଗୁରୁଶିଷ୍ୟ ଲୋଭର କାରଣେ

ଅସତ୍ୟ ଦ୍ରବ୍ୟକୁ ଚିତ୍ତେ ନ କରବେ କ୍ଷଣେ

।।

ଶୁଣ ଆହେ ବ୍ରଜଜନ ଗୁପଦ ଯେ ଜନ୍ମ

ଓଡ଼ରାଷ୍ଟ୍ରେ ତୁମ୍ଭର ଯେ ରହିଥିବ ନାମ

।।

ପଡ଼ି

ତାଳ ବନେ ବିହାର ଯେ ଶ୍ରୀକୃଷ୍ଣ କରନ୍ତେ

ପବନ ଦାସ ଯେ ବିଞ୍ଚେ ଖଦୀ ଘେନି ହସ୍ତେ

।।

ସହସ୍ର ଗୋପାଳ ହୋଇଣ ସଙ୍ଗ

ଖଞ୍ଜନୀ ତାଳ ଗୀତ ନାନାରଙ୍ଗ

।।

ଗୀତ

କଳିଯୁଗେ ଧୂମ୍ରପାନ ସମସ୍ତେ କରିବେ

ଧୂମ୍ରପାନ କଲେ ଗୁରୁ ଜଳ ନ ପାଇବେ

।।

ପିତୃଲୋକମାନେ ତାର ନ ପାଇବେ ଜଳ

ଦୁର୍ଗନ୍ଧ ଅଟଇ ସେହୁ କରିଥିବେ ପର

।।

ପଡ଼ି

ଗୁରୁଭକ୍ତି ଗୀତା ତୃତୀୟଖଣ୍ଡ ଶୁଣିବ

ଯେ ଜନ ଧନ ଲୋଭେ ପଡ଼ିବ

ଏଠାରେ ଆନନ୍ଦକୁ ପୂଜା ଦେବ

।।

ତଥାଚ

ଗୁରୁଭକ୍ତି ଗୀତା ତୃତୀୟ ଖଣ୍ଡ ଶୁଣିବ

ଖଣ୍ଡରୁ ଅଧେ ଶୁଣି ଗୋବିନ୍ଦକୁ ପୂଜା ଦେବ

।।

ଗୋବିନ୍ଦ ଚରଣେ ସେବା କରଇ

ସହସ୍ରେ ଗୋପାଳ ତା ସଙ୍ଗେ ଥାଇ

।।

ଶଙ୍ଖ ମୂରଲୀ ମୃଦଙ୍ଗ ବାଜଇ-ନୃତ୍ୟ କରଇ

ଏଠାରେ ମଥୁରିକୁ ପୂଜା ଦେବ

।।

ଶୁଣ ହେ ହରଷ ହୋଇ ଏକମନ କରି

ଗୋପାଳ କୁଳରେ ଜାତ କଲେ କି ଯେ ହରି

।।

ଗୋପାଳ କୁଳରୁ ତାର ତୁମ୍ଭେ ଅଟ ଗୁରୁ

ରାହାସ ପ୍ରଧାନ ଯେ ତୁମ୍ଭଙ୍କୁ ଯେଣୁ କରୁ

।।

ତୁମ୍ଭଙ୍କୁ ଚାହିଁଣ ସେହୁ ସିଦ୍ଧ ଯେ କରିବ

ମାଛ ମାଂସ ତେଜିଣ ଯେ ରାହାସେ ମଜ୍ଜିବ

।।

ପଡ଼ି

ହେମ ବନେ ବିଜୟେ କଲେକ ବନମାଳୀ

ଆନନ୍ଦ ଦାସ ତହିଁ ଚାମର ଯେ ଢାଳି

।।

ରସିକ ସହସ୍ର ଗୋପାଳ ଯେ ମେଳେ

ବୀଣା ତାଳେ ଖୋଳ ବାବନ୍ତି ହେଲେ

।।

ଗୁରୁଭକ୍ତି ଗୀତାରୁ ଛାୟାଦର୍ଶନ ଶୁଣିବ

ଏଠାବେ ବୃନ୍ଦାବନ ଦାସ ପୂଜା ଦେବ

।।

କଳିଯୁଗେ ତୁମ୍ଭେ ବାର ପ୍ରଚାର ଯେ କର

ତୁମ୍ଭ ଦେଖାଦେଖି ଥୋକେ ଶିଖିବେ ଯେ ନର

।।

ରାହ ସେ ପଶିଣ ଯେ ତୁମ୍ଭଙ୍କୁ ନ ସୁମରି

ରାହାସେ ମିଶିଲେ ଯେହ୍ନେ ଧାନରେ ଅଗାଡ଼ି

।।

ତୁମ୍ଭଙ୍କୁ ସୁମରି ଯେବେ କରିବେ ରାହାସ

ତୁମ୍ଭେ ଅଟ ଗୋକୁଳେ ଶ୍ରେଷ୍ଠ ବାର ଶିଷ୍ୟ

।।

ପଡ଼ି

କୁମୁଦ ବନରେ ଯେ ବିଜେ କରି ହରି

ବାଳକ ଦାସେ ଭୋଜନ କରାନ୍ତି ଶ୍ରୀହରି

।।

ସଙ୍ଗତେ ସହସ୍ର ଗୋପାଳ ଘେନି

ବନ ଭୋଜି ସେବା ପରଶ ବେନି

।।

ଗୁରୁଭକ୍ତି ଗୀତା ଦ୍ୱିତୀୟ ଖଣ୍ଡ ବଡ଼ ଗମ୍ଭୀରେଣ

ଶ୍ରବଣ କରି ବତ୍ସ ଦାସକୁ ପୂଜା ଦେବ

।।

ଗୀତ

ଶୁଣ ଏକମନ ହୋଇ କୃଷ୍ଣସଙ୍ଗ ଦାସ

ଦ୍ୱାଦଶ ଗୋପାଳ ଜାଣି ଶୂନ୍ୟ ଯେ ରାହାସ

।।

ସତ୍ୟଯୁଗେ ଋଷିଜନ୍ମ ତ୍ରେତାରେ ବାନର

ଦ୍ୱାପରେ ଗୋପରେ ଲୀଳା କଳି ରାସ କର

।।

ଶୂନ୍ୟରାସ ଅନନ୍ତ ଯୁଗରେ ତୁମ୍ଭ ଧ୍ୟାନ

ସତ୍ୟଯୁଗରେ ଭଗବାନରେ ଦେଲେ ମନ

।।

ତ୍ରେତୟାରେ ଶ୍ରୀରାମ ସଙ୍ଗତେ ଲୀଳା କରି

ଦ୍ୱାପରେ ଶ୍ରୀକୃଷ୍ଣ ସଙ୍ଗେ ଚରାଇ ବାଛୁରୀ

।।

ପଥେ ବେଲବନେ ବିଜେକଲେ ଯେ ଶ୍ରୀଧର

ବୃନ୍ଦାବନ ଦାସେ ପୁଷ୍ପ ଦିଏ ହଳଧର

।।

ଏକ ସହସ୍ରେ ଗୋପାଳ ସଙ୍ଗତେ ବିହାର

ମୂରଲୀ ବଜାଇ ଅତି ମଧୁର

।।

ଗୁରୁଭକ୍ତି ଗୀତା ଯତନେ ଶୁଣିବ

ଧନ ଜନ ପ୍ରାପତ ହୋଇବ

।।

ଏଠାରେ ପଢ଼ିଲେ ସୁଦାମ ପୂଜା ଦେବ

ଗୀତ

କଳିଯୁଗେ ଚୈତନ୍ୟ ଗୁଣ ମୁଖେ ଗାଅ

କଳଙ୍କୀ ବିହାର କର ତୁମ୍ଭେ ବାର ପୋଅ

।।

ଶୁଣିଣ ହରଷ ମନେ ଗୋପକୁଳ ମଣି

କଳିଯୁଗେନଷ୍ଟ ଭ୍ରଷ୍ଟ ହେବେ ସାଧୁ ପ୍ରାଣୀ

।।

ଚୌକିରେ ବସିବେ ନରକନ୍ଧରେ ଗମିବେ

କମଳ କୁଶ ଆସନ ଦୂର କରି ଦେବେ

।।

ଦ୍ୱନ୍ଦେ ଛନ୍ଦେ ମଜ୍ଜିବେ ଯେ ଦୃଢ଼ପଣେ ଚିତ୍ତ

ଏଥିରେ ନ ପଡ଼ି ତୁମ୍ଭେ ଥିବ ବାର ସୁତ

।।

ପଡ଼ି

କଦମ୍ୱ ବନେ ଶ୍ରୀକୃଷ୍ଣ ବିଜୟ ସେ କରି

ବତ୍ସ ଦାସେ ପୁଷ୍ପ ସେବା କରନ୍ତି ଶ୍ରୀହରି

।।

ସହସ୍ର ଗୋପାଳ ସଙ୍ଗତେ ମଳି

ତାଳି ବାଜଇ ଖେମଟା କୁଣ୍ଡଳୀ

।।

ଗୁରୁଭକ୍ତି ଗୀତା ସମାଧି ସାଧିବ

ଦ୍ୱିତୀୟ ଖଣ୍ଡ ଏଠାରେ ମଧୁଦାସଙ୍କୁ ପୂଜା ଦେବ

।।

ଗୀତ

କହିବା ଉତ୍ତମ କଥା ଗୁପତ ବଚନ

ହେତୁ କରି ଗୁପତେ ଘେନିବା ବାରଜଣ

।।

କଳିଯୁଗେ ସମସ୍ତେ ହୋଇବେ ପୁଣ ଦାସ

ଗୁରୁଦୀକ୍ଷା ଏଡ଼ିଣ ସେ ମୁଁ କାର ପ୍ରବେଶ

।।

ମୁଁ କାର କରିଣ ସେ ଅଳପେ ନାଶ ଯିବେ

ପଦ୍ମେକ ଭଗତ ସେ ଯେ କଳଙ୍କୀ ସେବିବେ

।।

ପଡ଼ି

କୁମୁଦ ବନେ ଯଦି ବିଜୟେ ଗୋବିନ୍ଦ

ସହସ୍ର ଗୋପାଳ ସଙ୍ଗତେ ରହେ

।।

ତର୍କ ଡମ୍ୱରୁ ସେ ତାଳ ବଜାଏ

ଗୁରୁଭକ୍ତି ଗୀତା ଯନ୍ତ୍ର ଶୁଣିବ

।।

ଦ୍ୱିତୀୟ ଖଣ୍ଡ ଚିତ୍ତେ ରଖିବ

ଏଠାରେ ଯାଦବକୁ ପୂଜା ଦେବ

।।

ଗୀତ

କହିବା କଥାୟେ ମନ ଦୃଢ଼ ହେତୁ କର

ଚିତ୍ତରେ ରଞ୍ଚନା କର ତୁମ୍ଭେ ଛଡ଼ ନର

।।

ଆବର ଛଡ଼ ଜନର ନାହିଁ ବୀଜ ଲେଶ

ନପୁଂସକ ଶରୀର ସେ ବଇରାଗ ବେଶ

।।

ରୁଞ୍ଜ ଗୁଞ୍ଜ ତରାସ ସେ ଗୃହେ ରଖିଥାଇ

ତାହାର ତେଜରେ କାଳ ଘରେ ନ ପଶଇ

।।

କାଣ୍ଡୀର ବନରେ ଯେବେ ବିଜେ ଦାମୋଦର

ମଧୁ ଦାସ ଫଳ ପକ୍ୱ ଭୁଞ୍ଜନ୍ତି ମୁଖର

।।

ପଡ଼ି

ଏକ ସହସ୍ର ଗୋପାଳ ଘେନିଣ

ମର୍ଦଳ ତାଳବନେ ନାରଦୀ ବାଇଣ

।।

ଗୁରୁଭକ୍ତିଗୀତା ୟେ ଯନ୍ତ୍ର ବୁଝିବ

ପ୍ରଥମ ଖଣ୍ଡ ଅତି ଚୂଢ଼ ଅଟେ

।।

ଏଠାରେ ବାଳକ ଦାସ ପୂଜାଦେବ

ଗୀତ

ଶୁଣ ଆହେ ରାସ –ଗତ ବାର ହେ ଗୋପାଳ

ରାମ ଅଷ୍ଟ ମିଶି ସେ ଯେ ଅଟେ ଚାରିସ୍ଥଳ

।।

ୟେ ବେନି ଭ୍ରଥଙ୍କ ବଂଶେ ତୁମ୍ଭେ ଥିବ ମଜ୍ଜି

ତୁମ୍ଭ ଅଂଶେ ସମସ୍ତ ଗୋପାଳ ଥିବେ ରାଜି

।।

ବିଭା ବନ୍ଦାପନା ଯେଉଁ କାର୍ଯ୍ୟ ଅକାର୍ଯ୍ୟରେ

ଉଦ୍ଧାର କରିବ ତୁମ୍ଭେ ରାହାସ ରସରେ

।।

ମାଛ ମାଂସ ଆପୁ ଗଞ୍ଜା ଧୂମ ଯେ ବଜର

ଏ ଜନ ଆଗରେ ଶାସ୍ତ୍ର ନ କର ପ୍ରଚାର

।।

ପଡ଼ି

ପର ଧନ ପରସ୍ତିରୀ ଯେ କରେ ହରାଣ

ମିଛୁଆ ଜନଙ୍କୁ ଏହା ନ କରି ଶ୍ରବଣ

।।

ଦାମ୍ଭିକ ମୁଁ କାର ପଣ ଯେ ଜନ କରିବ

ସେ ଜନ ଆଗରେ ଏହୁ ପାଠ ନ ପଢ଼ିବ

।।

ପଞ୍ଚାଙ୍ଗ ଅଷ୍ଟାଙ୍ଗରେ ଦ୍ୱାଦଶ ପ୍ରଣପତ୍ୟ

ସେ ଜନକୁ ବୁଝାଇବ ମନ୍ତ୍ର ଯନ୍ତ୍ର ତନ୍ତ୍ର

।।

ଶ୍ରୀଗୁରୁ ଦୁଃଖିତ ହେଲେ ତାଙ୍କୁ ହେବ ଶାଖା

ସମାଧିରେ ଜ୍ୟୋତି ଯେ ତାହାଙ୍କୁ ହେବ ଦେଖା

।।

ପଡ଼ି

ଫଣିବନେ ଶ୍ରୀକୃଷ୍ଣ ବିଜୟେ ହଳଧର

ସୁଦାମ ଦାସ ଯେ ପୁଣ ଦିଅନ୍ତି କ୍ଷୀର

।।

ସହସ୍ର ଗୋପାଳ କରନ୍ତି ନାଟ

ମୃଦଙ୍ଗ ରବ ତ କରେ ଉଚ୍ଚାଟ

।।

ୟେ ଷୋଳସହସ୍ର ବାର ପ୍ରଧାନ

ଶ୍ରୀକୃଷ୍ଣଲୀଳାରେ ନାମ ଗାୟନ

।।

ଏଠାରେ ପୂଜା ରସାବଳୀ

ମୃଦାଙ୍ଗ ରାହାସ ଦିବା ଉଚ୍ଚାଟ–ଗ

।।

ଗୀତ

ପଦ୍ମେ ଭଗତମଧ୍ୟରେ ସେହୁ ଏକ ଜଣ

ଅଚ୍ୟୁତ ବଚନ ୟେହୁ ଗୁପତେ ବଖାଣ

।।

ଶ୍ରୀଗୁରୁଭକ୍ତିଗୀତା ପୂଜାର ବିଧାନ

ଗୁରୁବାରେ ପୂଜିବ ଯେ ଦେଇ ଭୋଗମାନ

।।

ଧନଜନ ପୁଣ ତାର ବର୍ଜନ ନୋହିବ

ଦ୍ୱାଦଶ ଗୋପାଳପୂଜା ଯେ ଜନ କରିବ

।।

ଦିନୁଁ ଦିନ ଧନ ଜନ ବଢ଼ଇ ତାହାର

ଗ୍ରନ୍ଥକୁ ରଖି ପୂଜିଲେ କାଳ ହୋଏ ଦୂର

।।

ରୋଗ ଶୋକ ଦୂର ହୋୟେ ଶ୍ରବଣେ ଶୁଣିଲେ

ଶ୍ରୀମୁଖ ବଚନ ଦୀନ ଅଚ୍ୟୁତ କହିଲେ

।।

ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟବୋଧନେ

ପୂଜାବିଧିବର୍ଣ୍ଣନେ ନାମ ଅଷ୍ଟାଦଶ ପଟ୍ଟଳ ଇତି ଦ୍ୱିତୀୟ ଖଣ୍ଡ ସମ୍ପୁର୍ଣ୍ଣ ।

Image